ଦେଶରେ ଦିନକରେ ପୁଣି ୨୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ , ଗଲାଣି ୪୨୫ ଜୀବନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ବିଶ୍ୱରେ କରୋନା ପ୍ରଭାବିତ ଦେଶ ତାଲିକାରେ ଋଷ କୁ ପଛରେ ପକାଇ ଭାରତ ୩ ୟ ସ୍ଥାନରେ ପହଂଚିଛି । ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଏବେ ଭୟ ବଢ଼ାଇଛି । ଦେଶରେ ଆଜି ପୁଣି ୨୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ନିକଟତର ବେଳେ ମୃତ୍ୟୁ ସଂଖ୍ୟା ୧୯ ହଜାର ୬୯୩ ଛୁଇଁଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୪୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ହଜାର ୨୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩କୁ ବୃଦ୍ଧି ପାଇଛି ।

କେବଳ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୬ ହଜାର ୫୫୫, ତାମିଲନାଡୁରେ ୪୧୫୦, ଦିଲ୍ଲୀରେ ୨୨୪୪ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ଆକ୍ଟିଭ କେସ୍ ୨,୫୩,୨୮୭ ଥିବାବେଳେ  ୪,୨୪,୪୩୭ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର କୋଭିଡ୍ କଟକଣାକୁ ଆଉ ବର୍ଷେ ଯାଏଁ ବୃଦ୍ଧି କରିଛନ୍ତି । ୨୦୨୧ ଜୁଲାଇ ପଯର୍ୟନ୍ତ ରାଜ୍ୟରେ ମାସ୍କ ପିନ୍ଧିବା, ୬ ଫୁଟର ସାମାଜିକ ଦୂରତା ମାନିବା ଏବଂ ସାମାଜିକ କାର୍ଯ୍ୟକ୍ରମରେ ଲୋକେ ଏକାଠି ହେବାକୁ ବାରଣ କରାଯାଇଛି । ସେହିଭଳି ବର୍ଷେ ଯାଏଁ କୋଭିଡ୍ ସଂକ୍ରମଣ ରୋକିବାକୁ ଅନ୍ୟାନ୍ୟ ନିୟମ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯିବ । କେରଳ ମହାମାରୀ ରୋଗ ବିଧେୟକ ୨୦୨୦ ଜରିଆରେ ସରକାର ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ବି କରିଛନ୍ତି ।

Leave a Reply