ବିଶ୍ଵବ୍ୟାପୀ ୯ ଲକ୍ଷ ୧୩ ହଜାର ୨୫୩ ଜଣଙ୍କର ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ  , (ଓଡିଶା ଟାଇମ୍) :  ସାରା ବିଶ୍ଵରେ ହୁ ହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ। ଏହି ମହାମାରୀରେ ବିଶ୍ୱବ୍ୟାପୀ ୨ କୋଟି ୮୩ ଲକ୍ଷ ୧୬ ହଜାର ୩୧୨ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ୨ କୋଟି ୩୨ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ୯ ଲକ୍ଷ ୧୩ ହଜାର ୨୫୩ ଜଣଙ୍କର ମୁଣ୍ଡ ନେଇଛି ମହାମାରୀ କରୋନା । ଏଯାଏଁ ୨ କୋଟି ୩୨ ଲକ୍ଷ ୮ ହଜାର ୩୭୧ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଲକ୍ଷ ୭୪ ହଜାର ୬୮୮ଟି ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୮୬୧ ଜଣ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । ଏଠାରେ ୬୫ ଲକ୍ଷ ୮୭ ହଜାର ୮୭୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୯୬ ହଜାର ୨୨୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୮ ଲକ୍ଷ ୭୭ ହଜାର ୮୯୩ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୧୩ ହଜାର ୬୮୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୫୮୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

Leave a Reply

Your email address will not be published.