ଦେଶରେ ୨୪ଘଣ୍ଟାରେ କରୋନାରେ ୧୧୭୪ ମୃତ : ମୃତ୍ୟୁ ସଂଖ୍ୟା ୮୪,୪୦୪ରେ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୫୨ଲକ୍ଷ ପାର ହୋଇଗଲାଣି। ୨୪ଘଣ୍ଟାରେ ୯୬ହଜାର ୪୨୪ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୁରୁବାର ୧୧୭୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ୮୭,୭୭୮ ଲୋକେ ସୁସ୍ଥ ହୋଇଛନ୍ତି।

ଏହା ସହିତ କରୋନା ରୋଗୀଙ୍କ ସଂଖ୍ୟା ୫୨ଲକ୍ଷ ୧୨ହଜାର ୬୮୬ହୋଇ ଯାଇଛି। ୪୧ଲକ୍ଷ ୯ହଜାର ୮୨୮ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। କରୋନାରେ ଏବେ ସୁଦ୍ଧା ୮୪,୪୦୪ଜଣଙ୍କ ମୃତ୍ୟୁ ହୋଇ ସାରିଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍ ୧୦ଲକ୍ଷ ୧୭ହଜାର ୭୧୭ ରହିଛି।

ଦେଶରେ ମାତ୍ର ୬ଟି ଦେଶରେ ୬୦ପ୍ରତିଶତ ଲୋକଙ୍କ ଜୀବନ ଯାଇଛି। ଏହି ଦେଶଗୁଡ଼ିକ ହେଉଛି ଆମେରିକା, ବ୍ରାଜିଲ୍, ମେକ୍ସିକୋ, ଭାରତ, ବ୍ରିଟେନ୍, ଇଟାଲି। ବିଶ୍ବର ୪ଟି ଦେଶ(ଆମେରିକା, ବ୍ରାଜିଲ୍, ମେକ୍ସିକୋ, ଭାରତ)ରେ ୭୦ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହି ୪ଟି ଦେଶରେ ମୋଟ ୪.୩୦ଲକ୍ଷ ଲୋକଙ୍କ ଜୀବନ ଯାଇଛି।

Leave a Reply

Your email address will not be published.