କାଳିଆକୁ କପି କଲେ ମୋଦି

ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କପି କଲେ କେନ୍ଦ୍ରର ମୋଦି ସରକାର। ରାଜ୍ୟ ସରକାର କାଳିଆରେ ବର୍ଷକୁ ୧୦ ହଜାର ଟଙ୍କା ସହାୟତା ଦେଉଥିବା ବେଳେ କେନ୍ଦ୍ରର କୃଷକ ନିଧି ସମ୍ମାନ ଯୋଜନାରେ ବର୍ଷକୁ ୬ହଜାର ଟଙ୍କା ସହାୟତା ମିଳିବ। ଆଜି ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନା ବେଳେ ପୀୟୂଷ ଗୋଏଲ ଏହି ଘୋଷଣା କରିଛନ୍ତି। କାଳିଆ ଯୋଜନାରେ ରାଜ୍ୟ ସରକାର ବର୍ଷକୁ ଦୁଇଥରରେ ୫୦୦୦ ହଜାର ଲେଖାଏଁ ମୋଟ ୧୦ ହଜାର ଟଙ୍କା ପ୍ରଦାନ କରିବେ। କେନ୍ଦ୍ର ସରକାର ସମାନ ଢାଞ୍ଚାରେ ବର୍ଷକୁ ୩ ଥରରରେ ୬ ହଜାର ଟଙ୍କା ସହାୟତା ଦେବେ।

ନିର୍ବାଚନ ପୂର୍ବରୁ କିଷାନ କାର୍ଡ ଖେଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ରେ ୨ ହେକ୍ଟର ଜମି ଥିବା ଛୋଟ ଛୋଟ ଚାଷୀ ଉପକୃତ ହେବେ । ସେମାନେ ବର୍ଷକୁ ୬ ହଜାର ଟଙ୍କା ଡାଇରେକ୍ଟ ସପୋର୍ଟ ସିଷ୍ଟମ୍‌ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଯିବ । ଏହା ଦ୍ୱାରା ୧୨ କୋଟି ଚାଷୀଙ୍କୁ ଲାଭବାନ ହେବେ । ଏହା ଦ୍ୱାରା ପ୍ରାକୃତିକ ବିପର‌୍ୟ୍ୟୟଭଳି ଜରୁରୀ କାଳିନୀ ପରିସ୍ଥିତିରେ ଚାଷୀଙ୍କୁ ଆର୍ଥିକ ବଳ ଦେବ । ଏହି ଯୋଜନା ୨୦୧୮ଡିସେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହି ରାଶିକୁ ତିନୋଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ଦିଆଯିବ ।  ଯୋଜନାରେ ବାର୍ଷିକ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାର କେନ୍ଦ୍ର ସରକାର ଭରଣା କରିବେ ବୋଲି ପିୟୁଷ ଗୋଏଲ୍‌ କହିଛନ୍ତି । 

ରାଜ୍ୟ ସରକାର ଭୂମିହୀନ ଚାଷୀଙ୍କୁ ଜୀବନ ଜୀବିକା ପାଇଁ ୧୨,୫୦୦ ଟଙ୍କା ସହାୟତା ଦେଉଥିବା ବେଳେ କେନ୍ଦ୍ର ସରକାର ଭୂମିହୀନଙ୍କ ପାଇଁ କୌଣସି ସହାୟତା ଘୋଷଣା କରିନାହାନ୍ତି। ସେହିଭଳି ଭାଗଚାଷୀଙ୍କ ପାଇଁ ମଧ୍ୟ କୌଣସି ଘୋଷଣା କରିନାହାନ୍ତି।

Leave a Reply

Your email address will not be published.