ପୁଣି ଶୁଣିବାକୁ ମିଳିବ ‘ମେ ତୋ ରସ୍ତେ ସେ ଯା ରାହା ଥା…’

0
116
advertisement

୮୦-୯୦ ଦଶକର ସୁପରହିଟ୍ ଗୀତଗୁଡ଼ିକର ରିମିକ୍ସ ଆଜିର ଯୁବପିଢିଙ୍କ ପ୍ରଥମ ପସନ୍ଦ ସାଜିଛି । ଅନେକ ସମୟରେ ଫିଲ୍ମର ବ୍ୟବସାୟ ବୃଦ୍ଧି ଦିଗରେ ଏଭଳି ଗୀତର ବିଶେଷ ଅବଦାନ ରହୁଛି । ତେଣୁ ଫିଲ୍ମ ନିର୍ମାତା ଏହି ସୁଯୋଗକୁ ଜମାରୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ଏବେ ଏହି ଧାରାରେ ଆଉ ଏକ ସୁପର୍ହିଟ୍ ଗୀତ ‘ମେ ତୋ ରସ୍ତେ ଜା ରାହା ଥା…’ର ରିମିକ୍ସ ଆସିବ ବୋଲି ସୂଚନା ମିଳିଛି । ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କ ଯୋଡ଼ିର ଆଗାମୀ ଫିଲ୍ମ ‘କୁଲି ନଂ ୧’ର ରିମେକରେ ଏହି ଗୀତକୁ ରିକ୍ରିଏଟ୍ କରାଯିବ । ଏହି ନୂଆ ଭର୍ସନକୁ ତନିଷ୍କ ବାଗଚି କମ୍ପୋଜ୍ କରିବେ । ଏ ସମ୍ପର୍କରେ ଫିଲ୍ମର ନିର୍ଦ୍ଦେଶକ ଡେଭିଡ୍ ଧୱନ୍ କହିଛନ୍ତି ଯେ ଏହି ଗୀତ ଫିଲ୍ମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସମୟ ବଦଳିବା ସହିତ ଦର୍ଶକଙ୍କ ରୁଚିରେ ମଧ୍ୟ ପରିବର୍ତ୍ତିନ ଆସିଛି । ତେଣୁ ଗୀତରେ ହାଲକା ପରିବର୍ତ୍ତନ କରି ରିମିକ୍ସ ପ୍ରସ୍ତୁତ ହେବ । ମୂଳ ଗୀତର ସୁଟିଂ ବାଙ୍ଗାଲୁରୁରେ ହୋଇଥିଲା । ‘କୁଲି ନଂ ୧’ର ରିମେକର ସୁଟିଂ ଆସନ୍ତା ଅଗଷ୍ଟ ୫ ତାରିଖରୁ ଆରମ୍ଭ ହେବ ।