ଗୌତମ ବୁଦ୍ଧଙ୍କ ଜନ୍ମସ୍ଥଳୀକୁ ନେଇ ଏଭଳି ଜବାବ ରଖିଲା ଭାରତ

ନୂଆଦି‌ଲ୍ଲୀ, (ଓଡିଶା ଟାଇମ୍‌): ଗୌତମ ବୁଦ୍ଧଙ୍କ ଜନ୍ମସ୍ଥଳୀକୁ ନେଇ ହେଉଥିବା ବିବାଦ ସମ୍ପର୍କରେ ଜବାବ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସିଆଇଆଇ ସମ୍ମିଳନୀରେ ଏସ୍‌. ଜୟଶଙ୍କର ‘ ’ ସମ୍ପର୍କରେ କହିଥିଲେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ବୌଦ୍ଧ ଧର୍ମର ସଂସ୍ଥାପକଙ୍କ ଜନ୍ମ ନେପାଳର ଲୁମ୍ବିନୀରେ ହୋଇଥିଲା ବୋଲି ।

ଗତ ଶନିବାର ଦିନ ଏକ ୱେବିନାରରେ ଜୟଶଙ୍କର ଭାରତର ନୈତିକ ନେତୃତ୍ୱ ସମ୍ପର୍କରେ କହିବା ସହ ଭଗବାନ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କୁ ଦୁନିଆ ସବୁବେଳେ ମନେ ରଖିବ । ପରେ ସେ ଏକ ପ୍ରଶ୍ନ କରିଥିଲେ ଯେ ଏପର୍ଯ୍ୟନ୍ତ ସବୁଠୁ ମହାନ୍ ଭାରତୀୟ କିଏ ବୋଲି? ସେ ନିଜେ ଏହାର ଜବାବ ଦେଇ କହିଥିଲେ ଯେ ଜଣେ ହେଉଛନ୍ତି ମହାତ୍ମା ଗାନ୍ଧୀ ଏବଂ ଅନ୍ୟ ଜଣେ ହେଉଛନ୍ତି ଗୌତମ ବୁଦ୍ଧ ।

ହେଲେ ଜୟଶଙ୍କର ବୁଦ୍ଧଙ୍କୁ ଭାରତୀୟ କହିଥିବା ନେଇ ନେପାଳ ମିଡିଆରେ ପ୍ରସାରଣ କରା ଯାଇଥିଲା । ଯାହା ପରେ ବୁଦ୍ଧଙ୍କ ଜନ୍ମସ୍ଥଳୀକୁ ନେଇ ଏକପ୍ରକାର ବିବାଦ ଉଠିଥିଲା । ଏପରିକି ଜୟଶଙ୍କରଙ୍କ ଟିପ୍ପଣୀରେ ଆପତ୍ତି ଦର୍ଶାଇ ନେପାଳର ବୈଦେଶିକ ମନ୍ତ୍ରଣାଳୟ କହିଥିଲେ ଯେ ଏହା ପୁରାଣ ଏବଂ ଐତିହାସିକ ତଥ୍ୟରୁ ପ୍ରମାଣିତ ଯେ ବୁଦ୍ଧଙ୍କ ଜନ୍ମ ନେପାଳର ଲୁମ୍ବିନୀରେ ହୋଇଥିଲା ।

ଏହାବ୍ୟତିତ ନେପାଳର ବିଦେଶ ମନ୍ତ୍ରଣାଳୟର ଆଧିକାରୀକ ପ୍ରବକ୍ତା କହିଥିଲେ ଯେ ବୁଦ୍ଧ ଜନ୍ମସ୍ଥଳୀ ଏବଂ ବୌଦ୍ଧ ଧର୍ମର ସ୍ଥାପନା ସହ ଜଡିତ ସ୍ଥାନ ମାନଙ୍କ ମଧ୍ୟରେ ଲୁମ୍ବିନୀ ଅନ୍ୟତମ । ଯାହା ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ମଧ୍ୟରେ ସ୍ଥାନ ପାଇଛି ।

ଯାହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଛି ।

ତେବେ ନିକଟ ଅତୀତରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭଗବାନ ରାମଙ୍କ ଅଯୋଧ୍ୟା ନେପାଳର ବିରଜଙ୍ଗ ପାଖରେ ଥିବା ଦାବି କରିଥିଲା ।

Leave a Reply

Your email address will not be published.