୫ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ରାସ୍ତା ରୋକ

ଭଦ୍ରକ, (ଓଡିଶା ଟାଇମ୍) :୫ ଦଫା ଦାବି ନେଇ କଂଗ୍ରେସର ରାଜପଥ ଅବରୋଧ । ପୂର୍ବରୁ ଏହି ୫ଟି ଦାବି ପୂରଣ ନହେଲେ ରାଜପଥ ଅବରୋଧ କରିବାର ଚେତାବନୀ ଦେଇଥିଲା ଭଦ୍ରକ ଜିଲ୍ଲା କଂଗ୍ରେସ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ନୂଆ ବସଷ୍ଟାଣ୍ଡ ନିକଟରେ ରାଜପଥ ଅବରୋଧ କରିଛି କଂଗ୍ରେସ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସି ରାଜପଥ ଅବରୋଧ କରିଥିଲେ ।

ତେବେ ପ୍ରଥମ ଦଫା ଦାବିରେ ଜିଲ୍ଲାର ବନ୍ୟା ବିପନ୍ନଙ୍କୁ ଶୀଘ୍ର ସହାୟତା ରାଶି ଯୋଗାଇବା ନେଇ ଦାବି କରିଥିଲା କଂଗ୍ରେସ । ଦ୍ଵିତୀୟ ଦଫାରେ ଜିଲ୍ଲାରେ କୋଭିଡଜନିତ ସମସ୍ୟା ଯେମିତି କି ଜିଲ୍ଲା କୋଭିଡ ହସ୍ପିଟାଲରେ ଭେଣ୍ଟିଲେଟରର ଅବ୍ୟବସ୍ଥା ସହ ବିରୋଧୀ ଦଳର ନେତାଙ୍କୁ ଜିଲ୍ଲାପାଳ କୌଣସି ତଥ୍ୟ ଦେଉନଥିବା ଅଭିଯୋଗ । ତୃତୀୟ ଦଫାରେ ରାଜପଥ ସଂପ୍ରସାରଣ କାର୍ଯ୍ୟର ମନ୍ଥରତା ଯୋଗୁଁ ଦୁର୍ଘଟଣାରେ ଲୋକ ମୃତ୍ୟୁବରଣ କରୁଥିବା ସତ୍ତ୍ବେ ପ୍ରଶାସନର ତାଗିଦ ନଥିବା ।

ଚତୁର୍ଥ ଦଫାରେ ସଂଗୀତା ମୋଟର୍ସର କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ ନକରିବା ଓ ଶେଷ ତଥା ପଞ୍ଚମ ଦଫା ଦାବିରେ କେନ୍ଦ୍ର ସରକାରଙ୍କ ଚାଷୀ ବିଲ ପ୍ରତ୍ୟାହାର ଦାବିରେ ରାଜପଥ ଅବରୋଧ କରିଛି । ରାଜପଥ ଅବରୋଧ ଫଳ  ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Leave a Reply