ନବୀନଙ୍କୁ ସୁରଙ୍କ ନିବେଦନ: ବାପୁଜୀ ନଗରରେ ହେଉ ଗାନ୍ଧି ସ୍ମୃତି ପୀଠ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କଂଗ୍ରେସ ବିଧାୟକ ସୁର ରାଉତରାୟ ବାପୁଜୀ ନଗରରେ ଗାନ୍ଧିଜୀରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟେରେ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ତଥା ସ୍ମରକୀ ସ୍ଥାପନ ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ବିଧାନସଭାରେ ଏକ ଗାନ୍ଧି ପ୍ରତିମୂିର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ସରକାର ତାହାକୁ କାର୍ଯ୍ୟକାରୀ କରିଲେ ନାହିଁ। ବାପୁଜୀ ନଗରରେ ଜାଗା ଅଛି ସେଠାରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ଖାଲି ସେତିକି ନୁହେଁ ଏହାକୁ ସ୍ମରକୀ ଭାବେ ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ବି ସେ ଦାବି କରିଛନ୍ତି। ଏହାଦ୍ଵାରା ପରବର୍ତ୍ତୀ ପିଢ଼ି ଜାତିର ପିତାଙ୍କ ସମ୍ପର୍କରେ ଅବଗତ ହେବେ ଏବଂ ତାଙ୍କରି ଆଦର୍ଶରେ ଦେଶ ଗଢ଼ିବାରେ ପ୍ରଭୁଖ ଭୂମିକା ନେବେ।

ଭିଡିଓ ଦେଖନ୍ତୁ: 

http://https://youtu.be/X4B9VTb2I5E

 

Leave a Reply

Your email address will not be published.