ସ୍କୁଲ ବନ୍ଦ ହେଲେ ବିଧାନସଭାରେ ମୁଁ ମୋ ବେକ କାଟି ଜୀବନ ହାରିବି: ତାରାବାହିନିପତି

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନବଦଳାଇଲେ ଆତ୍ମହତ୍ୟା କରିବି ବୋଲି କଂଗ୍ରେସ ନେତା ତାରା ବାହିନୀପତି ଧମକ ଦେଇଛନ୍ତି । ସେ ବିଧାନସଭା ଭିତରେ ନିଜ ବେକ କାଟି ଆତ୍ମହତ୍ୟା କରିବେ ବୋଲି ତାରା କହିଛନ୍ତି । ସେ ବାଚସ୍ପତିଙ୍କୁ ଏକଥା ଜଣାଇ ଦେଇଛନ୍ତି ବୋଲି ତାରା କହିଛନ୍ତି । ସ୍କୁଲ କାହିଁକି ବନ୍ଦ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଏଥିପ୍ରତି ବିଚାର ବିମର୍ଷ କରନ୍ତୁ, ନଚେତ୍ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ପଳାଇବା ।

କମ୍ ପିଲା ଥିବା ସ୍କୁଲ ବନ୍ଦ ପ୍ରସଙ୍ଗକୁ ଗୃହରେ ବିରୋଧ କରିଛି କଂଗ୍ରେସ । ପାହାଡିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ ଡେଇଁ ଯିବାକୁ ପଡିବ । ଫଳରେ ଯେତିକି ପିଲା ଅଛନ୍ତି ସେମାନେ ଡ୍ରପ୍ ଆଉଟ୍ ହେବେ । ପିଲାମାନଙ୍କୁ ଅଶିକ୍ଷିତ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଯିଏ ବି ଏହି ନିଷ୍ପତ୍ତି ନେଇଛନ୍ତି ପୁନର୍ବିଚାର କରନ୍ତୁ । ନହେଲେ କେବିକେ ଅଞ୍ଚଳରେ ଆନ୍ଦୋଳନ କରିବୁ । ସରକାର ଏଥିପାଇଁ ଦାୟୀ ରହିବେ । ରାଜ୍ୟରେ ବ୍ରିଟିଶ ରାଜ ଚାଲିଛି କହି ତାରା ସମାଲୋଚନା କରିଛନ୍ତି । ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ । ସରକାର ପଦକ୍ଷେପ ନିଅନ୍ତୁ ବୋଲି ତାରା କହିଛନ୍ତି ।

Leave a Reply

Your email address will not be published.