ଫୋନି କ୍ଷତିଗ୍ରସ୍ତଙ୍କ ଲାଗି ସହାୟତା ପ୍ୟାକେଜ୍‌ ଘୋଷଣା: ଚାଷୀଙ୍କୁ କି ସହାୟତା ଜାଣନ୍ତୁ

ଭୁବନେଶ୍ଵର, (ଓଟି): ଫୋନି ବାତ୍ୟା ଦ୍ଵାରା ପ୍ରଭାବିତ ଲୋକଙ୍କ ପାଇଁ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହିକ୍ରମରେ କୃଷି, ପ୍ରାଣୀସମ୍ପଦ, ମତ୍ସ୍ୟସମ୍ପଦ, ହସ୍ତଶିଳ୍ପ, ହସ୍ତତନ୍ତ, ଶିକ୍ଷା, ରାଜସ୍ଵ ବିଭାଗ କ୍ଷତି ପାଇଁ ପୃଥକ ପୃଥକ ସହାୟତା ପ୍ୟାକେଜ୍‌ ଘୋଷଣା ହୋଇଛି। ଆସନ୍ତୁ ନଜର ପକାଇବା କୃଷି କ୍ଷେତ୍ରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କି ସହାୟତା ମିଳିବ।

ଯେଉଁ ଚାଷୀଙ୍କ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି ସେମାନଙ୍କ ଜମି ଅଣ ଜଳସେଚିତ ହୋଇଥିଲେ ହେକ୍ଟର ପ୍ରତି ୬୮୦୦ ଟଙ୍କା ଏବଂ ଜଳସେଚିତ ଜମି ହୋଇଥିଲେ ହେକ୍ଟର ପ୍ରତି ୧୩୫୦୦ ଟଙ୍କା ଆଉ ସବୁ ଋତୁ ଫସଲ ହୋଇଥିଲେ ହେକ୍ଟର ପ୍ରତି ୧୮ହଜାର ଟଙ୍କା ସହାୟତା ମିଳିବ। ବାରମାସୀ ଚାଷରେ ଆମ୍ବ, କାଜୁ, ନଡ଼ିଆ, କିଆ, ପାନ ଚାଷ ସାମିଲ୍‌। ଏହି ସହାୟତା ଜମି ମାଲିକ ନୁହେଁ ପ୍ରକୃତ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌ରେ ଉଲ୍ଲେଖ ରହିଛି।

ସର୍ବନିମ୍ନ ୧୦୦୦ ଟଙ୍କା ସହାୟତା।

ପୁଣି ଯଦି କୌଣସି ଚାଷୀ କ୍ଷୁଦ୍ର ହୋଇଥାଆନ୍ତି, ଅର୍ଥାତ୍‌ ୧ ହେକ୍ଟର ଜମିରୁ କମ୍‌ ଜମିରେ ଚାଷ କରୁଥାଆନ୍ତି ଏବଂ ତାଙ୍କ ଫସଲ ବାରମାସୀ ହୋଇଥାଏ ତେବେ ତାଙ୍କୁ ସର୍ବନିମ୍ନ୨୦୦୦ ଟଙ୍କା ମିଳିବ। ଅନ୍ୟ ଚାଷୀଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ମିଳିବ।

ପରିବା ଚାଷ ପାଇଁ ଏକ ଲକ୍ଷ ପରିବା ଚାଷ ମିନି କିଟ୍‌ ସରକାର ଯୋଗାଇବା ବ୍ୟବସ୍ଥା କରିଛନ୍ତି। ୨୦୧୯-୨୦ ଖରିଫ୍‌ ଋତୁରେ ଏହି ମିନିକିଟ୍‌ ପ୍ରଦାନ କରାଯିବ।

ପ୍ରଭାବିତ ଅଞ୍ଚଳରେ ୫୦ହଜାର ଏକର ଜମିରେ ସରକାରଙ୍କ ପକ୍ଷରୁ ଡେମୋନ୍‌ଷ୍ଟ୍ରେସଡ଼୍ ଚାଷ କରାଯିବ। ଅର୍ଥାତ୍‌ ଚାଷ ଖର୍ଚ ସରକାର ବହନ କରିବେ।

ଉଠା ଜଳସେଚନ ଲାଗି ସରକାର ୫୦୦୦ ଟି ପମ୍ପସେଟ୍‌ ଅଧା ଦାମ୍‌ରେ ଯୋଗାଇଦେବେ। ଏଥିରେ ସର୍ବାଧିକ ସବ୍‌ଡି ପମ୍ପ ପିଛା ୧୫ହଜାର ଟଙ୍କା ରହିବ।

୧୦ ହଜାର ସ୍ପେୟର ସବ୍‌ସିଡିରେ ଯୋଗାଇଦିଆଯିବ। ଯଦି ଏହି ସ୍ପେ୍ରୟର ବ୍ୟାଟେରୀ ଦ୍ଵାରା ଚାଲୁଛି ତାହା ହେଲା ସରକାର ୩୮୦୦ ଟଙ୍କା ଆଉ ହାତ ଚଳା ହୋଇଥିଲେ ସରକାର ୬୦୦ ଟଙ୍କା ବହନ କରିବେ।

ଏହି ଖରିଫ ଋତୁରେ ୨ ଲକ୍ଷ ହେକ୍ଟର ଜମିରେ ବିହନ ଶୁଦ୍ଧିକରଣ ପ୍ରକ୍ରିୟା ଲାଗୁ ପାଇଁ ଆବଶ୍ୟକ ତାଲିମ ଦିଆଯିବ। ଏଥିପାଇଁ ୨ ଲକ୍ଷ ଚାଷୀଙ୍କୁ ତାଲିମ ଦିଆରଯିବା ସହ ସେମାନଙ୍କୁ ମାଗଣାରେ ଆବଶ୍ୟକ ବିହନ ଶୁଦ୍ଧିକରଣ କେମିକାଲ୍‌ ଯୋଗାଇଦିଆଯିବ।

ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଯନ୍ତ୍ରଚାଳିତ କୃଷି ପ୍ରୋତ୍ସାହନ ପାଇଁ ୧୫୦ କୋଟି ଟଙ୍କାର ସହାୟତା ଦିଆଯିବ।

ଏସ୍‌ଏଚ୍‌ଜି ଚାଷୀଙ୍କୁ ସହାୟତା

୫ହଜାର ଚାଷୀ ବା ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ପାନବରଜ କ୍ଷତି ବାବଦରେ ୧୫୦୦୦ ଟଙ୍କା ପ୍ରୋତ୍ସାହନମୂଳକ ରାଶି ଯେଗାଇଦିଆଯିବ। ଯେଉଁ ମହିଳା ଗୋଷ୍ଠୀଛତୁଚାଷ କରୁଛନ୍ତି ବା ଛତୁ ଚାଷୀଙ୍କୁ ଗୋଟିଏ ୟୁନିଟ୍‌ ପାଇଁ ୪୦ହଜାର ଟଙ୍କା ସହା୍ରତା ଦିଆଯିବ। ୧୦୦୦ ୟୁନିଟ୍‌ ସୃଷ୍ଟି ପାଇଁ ଏ ସହା୍ରତା ଉଦ୍ଦିଷ୍ଟ ହେବ। ସେହିପରି ୫୦୦୦ ଚାଷୀ ବା ମହିଳା ଗୋଷ୍ଠୀଙ୍କୂ ମହୁମାଛି ଚାଷ ପାଇଁ ୨୦ଜାର ଟଙ୍କା ଲେଖାଏଁ ଗୋଟିଏ ବାକ୍ସ କିଣିବାକୁ ସହାୟତା ମିଳିବ।

୪ ଲକ୍ଷ ଚାଷୀଙ୍କୁ ପୁଷ୍ଟିକର ଚାଷ ପାଇଁ ସହା୍ରତା ଦିଆଯିବ। ଏଥିରେ ଆମ୍ବ ଓ ନଡ଼ିଆ ଚାଷକୁ ପ୍ରାଧାନ୍ୟ। ଏଥିରେ ସାମିଲ୍‌ ହେବାକୁଥିବା ପ୍ରତି ଚାଷୀଙ୍କୁ ୫ଟି ନଡ଼ିଆ ଚାରା ଏବଂ ୫ଟି ଆମ୍ବ ଚାରା ଯୋଗାଇଦିଆଯିବ।

୧୦ହଜାର ହେକ୍ଟରରେ ଫଳ ଚାଷ ହେବ। କଦଳୀ ଚାଷୀଙ୍କୁ ହେକ୍ଟର ପିଛା ୨୫ ହଜାର ଟଙ୍କା ସହାୟତା ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଚାଷ ପାଇଁ ଋଣ ବ୍ୟବସ୍ଥା

ଯେଉଁ ଚାଷୀଙ୍କୁ ସ୍ଵଳ୍ପକାଳୀନ ରବି ଋଣ ୨୦୧୯ ମସିହାରେ ଦିଆଯାଇଛି, ଏବଂ ସେମାନେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ଋଣ ରାଶିକୁ ଦୀର୍ଘ ମିଆଦି ଋଣରେ ପରିଣତ କରାଯିବ। ଭାରତ ସରକାରଙ୍କୁ ୩ ପ୍ରତିଶତ ସୁଧ ପରିଶୋଧ କରିବାକୁ ଅନୁରୋଧ କରିବାକୁ ସରକାର ଘେଶଷଣା କରିଛନ୍ତି। ଯେଉଁ ପ୍ରଭାବିତ ଚାଷୀ ରବିରେ ଋଣ ନେଇଛନ୍ତି ସେମାନଙ୍କୁ ଖରିଫରେ ଋଣ ନେବା ବାରଣ କରାଯିବ ନାହିଁ।

Leave a Reply

Your email address will not be published.