ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ : ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :୭୪ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ରାଜଧାନୀ ଭୁବନେଶ୍ବରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶା ରାଜ୍ୟ ପୁଲିସ୍ ସଶସ୍ତ୍ର ବାହିନୀ, ଓଡ୍ରାଫ୍, ଏସ୍ ଏସ୍ ବାଟାଲିୟନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଛନ୍ତି।

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସହ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡଃ ଆମ୍ବେଦକର, ମଧୁସୁଦନ ଦାସ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାସ, ମାଳତୀ ଚୌଧୁରୀ, ନବକିଶୋର ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ପାର୍ବତୀ ଦେବୀ, ରମା ଦେବୀ, ଡଃ ହରେକୃଷ୍ଣ ମହତାବ ଓ  ବିଜୁ ପଟ୍ଟନାୟକଙ୍କ ପରି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ସହ ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଦେଇଛନ୍ତି । ଉଦ୍‌ବୋଧନରେ ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।  ସେହିପରି ମହମାରୀ ଭାବେ ବ୍ୟାପିଥିବା କରୋନା ଲଢେଇରେ ଆଗଧାଡିରେ ଯୋଦ୍ଧାମାନଙ୍କ କାର୍ଯ୍ୟ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଖରେ ଓଡ଼ିଆ ଜାତି ଋଣୀ ବୋଲି କହିଛନ୍ତି  । କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ହସ୍ପିଟାଲ କରିଛନ୍ତି । ତେବେ ଟଙ୍କା ପାଇଁ ଓଡ଼ିଶାରେ କୌଣସି ରୋଗୀ ସେବାରୁ ବଞ୍ଚିତ ହେବେ ନାହିଁ । କରୋନା ଆକ୍ରାନ୍ତଙ୍କୁ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି । ତେଣୁ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Leave a Reply