କରୋନା ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଜମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ପଡିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଯୁଦ୍ଧ ଜିତିବା ପାଇଁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ। ତ୍ୟାଗ, ସଂଯମ ଓ ଶୃଙ୍ଖଳା ମନ୍ତ୍ର ଦେଲେ ନବୀନ ପଟ୍ଟନାୟକ। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବା ଅବସରରେ କରୋନା ବିରୋଧି ଲଢେଇରେ ଜିତିବା ପାଇଁ ଆହ୍ୱାନ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କରୋନାରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ ପ୍ରତିଷେଧକ ଟୀକା ମଧ୍ୟ ଆସିନାହିଁ । ତେଣୁ କରୋନା ଔଷଧ ଆସିବା ଯାଏଁ କୋଭିଡ଼ର ସମସ୍ତ ନିୟମ ପାଳନ କରିବାକୁ ହେବ । କୋଭିଡ଼ ମୁକାବିଲା କରିବା ପାଇଁ ସେ ରାଜ୍ୟବାସୀଙ୍କୁ ତିନି ମନ୍ତ୍ର ଦେଇଛନ୍ତି ।  ଏଥି ସହିତ ମାସ୍କ , ସାମାଜିକ ଦୂରତା ଓ ହାତ ବାରମ୍ବାର ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି । ଗହଳି କରନ୍ତୁ ନାହିଁ କି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ଯୁବପିଢ଼ିଙ୍କୁ କୋଭିଡ଼ ନିୟମ ପାଳନ କରିବାକୁ ବିଶେଷ ଅନୁରୋଧ କରିଛନ୍ତି । ଏଥିରେ ହେଳା କରନ୍ତୁନି ବରଂ ସାବଧାନ ରୁହନ୍ତୁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ସହିିତ ଚଳିତବର୍ଷ ରଥଯାତ୍ରା ଇତିହାସ ସୃଷ୍ଟି କରିଛି । ରଥଯାତ୍ରାର ସବୁ ନୀତି ବେଶ ସୁରୁଖୁରୁରେ ସରିଛି । ମହାପ୍ରଭୁଙ୍କ ଆର୍ଶୀବାଦରୁ ରଥଯାତ୍ରା କରିବାରେ ସଫଳ ହୋଇପାରିଛୁ । କୋଭିଡ଼ ନିୟମ ପାଳନ କରିବା ସହ ଶୃଙ୍ଖଳତାର ସହ ରଥଯାତ୍ରା କରି ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛୁ । କୋଭିଡ଼ ନିୟମ ମାନି କିପରି କାର୍ଯ୍ୟ କରାଯାଏ ତାହା ପୁରୀ ବାସୀ ଉଦାହରଣ ସାଜିଛନ୍ତି ।

Leave a Reply

Your email address will not be published.