ମୁଁ ଖିଲାଡ଼ି ନୁହେଁ ଅନାଡ଼ି : ଅକି

0
35

ଦିପ୍ତିମୟୀ ମହାପାତ୍ର

ବି ଟାଉନ‌୍‍ରେ ଖିଲାଡ଼ି କୁମାର ଭାବେ ବେଶ‌୍‍ ଜଣାଶୁଣା ଅକ୍ଷୟ କୁମାର ଓରଫ‌୍‍ ଅକି ଏବେ ନିଜକୁ ଖିଲାଡ଼ି ନୁହେଁ ଅନାଡ଼ି ବୋଲି କହି ବୁଲୁଛନ୍ତି। ବଲିଉଡ‌୍‍ରେ ପେଶାଦାର ଜୀବନ ଆରମ୍ଭ କରି ପ୍ରାୟ ୧୩୦ଟି ଫିଲ୍ମରେ ଅଭିନୟ କରି ସାରିବା ପରେ ତାଙ୍କୁ ଏହି ଗୁରୁଜ୍ଞାନ ମିଳିଛି ବୋଲି ସେ କହିଛନ୍ତି।

ଏମିତି କହିବା ପଛର କାରଣ ହେଉଛି ତାଙ୍କର ଅଭିନୀତ ଓ ବହୁ ପ୍ରତୀକ୍ଷିତ ତାମିଲ‌୍‍ ଫିଲ୍ମ ‘୨.୦’। ଶଙ୍କରଙ୍କ ନିର୍ଦ୍ଦେଶିତ ଓ ଅଲ୍ଲିରାଜା ସୁଭାସ୍କରନ‌୍‍ଙ୍କ ପ୍ରଯୋଜିତ ଏହି ଫିଲ୍ମରେ ରଜନୀକାନ୍ତ ମୁଖ୍ୟ ଭୂମିକାରେ ଥିବାବେଳେ ବିଦେଶୀ ନାୟିକା ଏମି ଜାକ‌୍‍ସନ‌୍‍ ମୁଖ୍ୟ ନାୟିକା ସାଜିଛନ୍ତି ଏବଂ ଅକି ହିରୋଗିରି ନକରି ଖଲନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

‘୨.୦’ର ଅଡିଓ ରିଲିଜ‌୍‍ ପାର୍ଟିରେ ଅକି କହିଛନ୍ତି ଯେ ସେ ଆଜି ପର୍ଯ୍ୟନ୍ତ କେବଳ ଅଭିନୟ କରୁଥିଲେ, କିନ୍ତୁ କିଛି ଦକ୍ଷତା ନଥିଲା। ସେ କିଛି ବି ଶିଖି ପାରିନଥିଲେ। କିନ୍ତୁ ସାଉଥ‌୍‍ ଇଣ୍ଡଷ୍ଟ୍ରୀର ଏହି ଫିଲ୍ମର ସୁଟିଂ ସମୟରେ ସେ ବହୁତ କିଛି ଶିଖିବାକୁ ପାଇଲେ ଏବଂ ତାଙ୍କ ଗୁରୁ ହେଉଛନ୍ତି ସୁପର‌୍‍ଷ୍ଟାର‌୍‍ ରଜନୀକାନ୍ତ। ଅଭିନୟରୁ ଆରମ୍ଭ କରି ବ୍ୟବାହାରିକ ଜ୍ଞାନ ପର୍ଯ୍ୟନ୍ତ ସବୁକିଛି ତାଙ୍କଠାରୁ ଶିଖିବା ଉଚିତ‌୍‍। ତେଣୁ ରଜନୀକାନ୍ତ ହେଉଛନ୍ତି ପ୍ରକୃତ ଖିଲାଡ଼ି ଏବଂ ତାଙ୍କ ତୁଳନାରେ ମୁଁ ହେଉଛି ପୂରା ଅନାଡ଼ି।

ସାଉଥ‌୍‍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶିଖିବା ପାଇଁ ବହୁତ କିଛି ରହିଛି। ଫିଲ୍ମ ନିର୍ମାଣ ସମୟରେ ସ୍ପଟ‌୍‍ବୟ ଠାରୁ ଆରମ୍ଭ କରି ଷ୍ଟାର‌୍‍ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଏ, ଯାହାକି ସମସ୍ତେ ଶିଖିବା ଉଚିତ। ଫିଲ୍ମଟିମ‌୍‍ ଗୋଟିଏ ପରିବାର ଭଳି ମିଳିମିଶି ରହନ୍ତି। ଭାରତର ସବୁଠାରୁ ମହଙ୍ଗା ଫିଲ୍ମ ଭାବେ ‘୨.୦’ର ନିର୍ମାଣ ଆଗେଇ ଚାଲିଛି। ଏଥିରେ ୪୦୦କୋଟି ଟଙ୍କାର ବଜେଟ‌୍‍ ରହିଥିବାବେଳେ ୧୫,୦୦୦ ରୁ ୨୦,୦୦୦ ସ୍କ୍ରିନ‌୍‍ରେ ଏହା ପ୍ରଦର୍ଶିତ ହେବ।

Loading...