ଆମପାଣି ଘାଟି ଜଙ୍ଗଲ ରାସ୍ତାରେ କଲରା ପତରିଆ ବାଘ

କଳାହାଣ୍ଡି, (ଓଡିଶା ଟାଇମ୍) : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏକ କଲରା ପତରିଆ ବାଘ ଦେଖିବାକୁ ମିଳିଛି। ସିଉନି ଗ୍ରାମର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ରାତି ପ୍ରାୟ ୧୧.୧୫ ମିନିଟ ସମୟରେ ଜୟପୁର ପଟୁ ନିଜ ଗାଁ ସିଉନି ଫେରୁଥିବା ବେଳେ ସାହାଜଖୋଲ ଜଙ୍ଗଲ ଆମପାଣି ଘାଟି ଟିର୍ଲିଆମ ଗାଁ ବୁଲାଣି ନିକଟରେ ଏହି କଲରା ପତରିଆ ବାଘକୁ ଦେଖିଛନ୍ତି।

ପୂର୍ବରୁ ଏହି ଜଙ୍ଗଲରେ ଭାଲୁ ଦେଖିବାକୁ ମିଳିଥିବା ବେଳେ କଲରା ପତାରିଆ ଗତକାଲି ବାଘ ଦେଖିବାକୁ ମିଳିଛି। ଏନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ତେବେ ଏନେଇ ଆମପାଣି ଜଙ୍ଗଲ ବନପାଳ ନରେନ୍ଦ୍ର ବିଶିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 

Leave a Reply

Your email address will not be published.