ପ୍ରାକୃତିକ ବାଷ୍ପର ଉତ୍ପାଦନ ବୃଦ୍ଧି ବର୍ତ୍ତମାନର ଆହ୍ୱାନ

0
17
advt
< a href= "#">

ବିଭୂତି ପତି
୯୯୧୦୭୪୦୮୩୯

advt

କ୍ତି ଉତ୍ସଗୁଡିକର ବିବିଧିକରଣ ଭାରତ ପାଇଁ ଏକ ବାଧ୍ୟବାଧ୍ୟକତା ହୋଇ ପଡିଛି । ପଶ୍ଚିମ ଏସିଆରୁ ଭାରତ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟରେ ଗ୍ୟାସ୍ ପାଇପଲାଇନ୍ ବିଚ୍ଛାଇବାକୁ ଏବେ ହୁଏତ ଭବିଷ୍ୟତର ଯୋଜନା ବୋଲି ବିବେଚନା କରାଯାଇପାରେ, ତେବେ ଏପରି ଏକ ପଦକ୍ଷେପ ଆମ ଦେଶକୁ ଆନ୍ତର୍ଜାତିକ ତୈଳ ବଜାରର ଅନିଶ୍ଚିତତାରୁ ମୁକ୍ତ ରଖିବା ସକାଶେ ଆଉ ଏକ ଉପାୟ ମଧ୍ୟ ହୋଇପାରେ । ଆବଶ୍ୟକୀୟ ଶକ୍ତି ଓ ତୈଳର ଚାହିଦା ମେଣ୍ଟାଇବାକୁ ପ୍ରାକୃତିକ ବାଷ୍ପର ଉତ୍ପାଦନ ବୃଦ୍ଧି ଆଜି ଭାରତ ପାଇଁ ଏକ ଆହ୍ୱାନ ପାଲଟିଛି ।

ବିଶ୍ୱ ବଜାରରେ ତୈଳର ଆକାଶଛୁଆଁ ଦର ଭାରତୀୟ ଅର୍ଥନୀତି ସକାଶେ ଏକ ସଙ୍କଟ ସୃଷ୍ଟି କରିଛି । ୨୦୧୬ ମସିହା ଶେଷ ବେଳକୁ ବ୍ୟାରେଲ ପିଛା ୪୪ ଡଲାର ମୂଲ୍ୟ ଥିବା ଅଶୋଧିତ ତୈଳଦର ଏବେ ବ୍ୟାରେଲ ପିଛା ୭୮-୮୦ ଡଲାରରେ ପହଞ୍ôଚଲାଣି । ଏହି ମାତ୍ରାଧିକ ମୂଲ୍ୟବୃଦ୍ଧି ଭାରତ ସରକାରଙ୍କର ଆର୍ଥିକ ହିସାବକୁ ସଂପୂର୍ଣ୍ଣରୂପେ ଓଲଟ ପାଲଟ କରିଦେଇଛି । ସାଧାରଣ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ଏପରି କଠିନ ପରିସ୍ଥିତି ସୃଷ୍ଟି ହେବା, ଏହାକୁ ଏକ ରାଜନୈତିକ ବାଦାନୁବାଦର ଆଧାର କରି ଦେଇଛି ।

ଅଶୋଧିତ ତୈଳଦରରେ ମୂଲ୍ୟବୃଦ୍ଧିକୁ ସିଧାସଳଖ ଖୁଚରା ଗ୍ରାହକମାନଙ୍କ ମୁଣ୍ଡରେ ଲଦି ଦିଆଯିବା ଫଳରେ ଏହାର ପ୍ରଭାବରେ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ମାତ୍ର ଅନ୍ୟ ପକ୍ଷରେ ତୈଳଦର କମାଇ ଦିଆ ଯିବା ମଧ୍ୟ ବିଜ୍ଞତାର ପରିଚାୟକ ହେବନାହିଁ କାରଣ ଏପରି ଏକ ସ୍ୱଳ୍ପକାଳୀନ ପଦକ୍ଷେପ ଆର୍ଥିକ ନିଅଣ୍ଟକୁ ଆହୁରି ବଢାଇ ଦେବ ।
ବର୍ତ୍ତମାନର ଏହି ସଙ୍କଟ ଆମକୁ ସ୍ମରଣ କରାଇ ଦେଉଛି ଯେ ଆମ ଦେଶକୁ ଧୀରେ ଧୀରେ ଅଶୋଧିତ ତୈଳ ଉପରେ ନିର୍ଭରଶୀଳତାକୁ କମାଇ ପ୍ରାକୃତିକ ବାଷ୍ପ ପରି ଅନ୍ୟାନ୍ୟ ଶକ୍ତି ଉତ୍ସର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପଡିବ ।
ଶକ୍ତି କ୍ଷେତ୍ରରେ ବିବିଧତା

ସମ୍ପ୍ରତି ଭାରତରେ ଉପଲବ୍ଧ ହେଉଥିବା ଶକ୍ତି କ୍ଷେତ୍ରରେ ପ୍ରାକୃତିକ ବାଷ୍ପର ଯୋଗଦାନ ହେଉଛି ମାତ୍ର ୬.୫ ପ୍ରତିଶତ । ୨୦୩୦ ସୁଦ୍ଧା ଏହାକୁ ୧୫ ପ୍ରତିଶତ କୁ ବୃଦ୍ଧି କରାଯିବା ସକାଶେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏକାଦିକ୍ରମେ ଏହି ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି ଯେ ୨୦୨୨ ସୁଦ୍ଧା ତୈଳ ଆମଦାନୀକୁ ୧୦ ପ୍ରତିଶତ ହ୍ରାସ କରାଯିବ । ମାତ୍ର ଆମ ଦେଶର ଶକ୍ତି ଉତ୍ସର ବିବିଧତା କ୍ଷେତ୍ରରେ ଅଶୋଧିତ ତୈଳର ଯୋଗଦାନ ହ୍ରାସ ପାଇବାର କୌଣସି ଲକ୍ଷଣ ଅନ୍ତତଃ ବିଗତ କେଇବର୍ଷ ହେଲା ପରିଦୃଷ୍ଟ ହେଉନାହିଁ ।

ଅଶୋଧିତ ତୈଳ ଉପରେ ଅଧିକ ନିର୍ଭରଶୀଳତାକୁ କମାଇବା ସକାଶେ ବିଗତ କେଇ ଦଶନ୍ଧି ଧରି ବିଭିନ୍ନ ବିକଳ୍ପ ଓ ସମ୍ଭାବନାର ସନ୍ଧାନ ସତ୍ତେ୍ୱ ଏପରି ଅବସ୍ଥା ବଳବତ୍ତର ରହିଛି । ପ୍ରସ୍ତାବିତ ତୁର୍କମେନିସ୍ତାନ- ଆଫଗାନିସ୍ତାନ- ପାକିସ୍ତାନ-ଭାରତ  ପାଇପଲାଇନ୍ ପ୍ରକଳ୍ପରେ ଭାରତ ଏକ ଅଂଶୀଦାର ରହିଛି, ଯାହା ଦ୍ୱାରା ଏହା କେନ୍ଦ୍ରୀୟ ଏସୀୟ ଅଞ୍ଚଳର ପ୍ରାକୃତିକ ବାଷ୍ପକୁ ବ୍ୟବହାର କରିପାରିବ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ୨୦୧୫ ମସିହାରୁ ଶୁଭ ଦିଆଯାଇଥିବା ଏହି ପ୍ରକଳ୍ପ କଚ୍ଛପଗତିରେ ହିଁ ଚାଲିଛି ।

ତରଳୀକୃତ ପ୍ରାକୃତିକ ବାଷ୍ପ ଆମଦାନୀ କ୍ୱାତାର, ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ଏବଂ ନିକଟରେ ଋଷିଆରୁ ଆମଦାନୀ କରାଯାଉଥିବା ତରଳୀକୃତ ପ୍ରାକୃତିକ ବାଷ୍ପ ଆମଦାନୀ ସକାଶେ ଭାରତ ବନ୍ଦରରେ ସ୍ୱତନ୍ତ୍ର ଟର୍ମିନାଲମାନ ମଧ୍ୟ ସ୍ଥାପନ କରିଛି । ମାତ୍ର ପାଇପଲାଇନ୍ ତୁଳନାରେ ଟ୍ୟାଙ୍କର ଯୋଗେ ତରଳୀକୃତ ପ୍ରାକୃତିକ ବାଷ୍ପ ଆମଦାନୀ କରାଯିବା ଯଥେଷ୍ଟ ଖର୍ଚ୍ଚ ବହୁଳ ।

ତେଣୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଆମର ନିକଟବର୍ତ୍ତୀ ପଶ୍ଚିମ ଏସୀୟ ଦେଶଗୁଡିକରୁ ପାଇପଲାଇନ୍ ବିଛାଇ ପ୍ରାକୃତିକ ବାଷ୍ପ ଆମଦାନୀ କରିବା ସକାଶେ ଅନେକଗୁଡିଏ ପ୍ରସ୍ତାବ ସଂପର୍କରେ ବିଚାର ଆଲୋଚନା କରାଯାଇଛି । ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରେ ସମୁଦ୍ର ତଳେ ପାଇପ୍ ଲାଇନ୍ ବିଛାଇ ଓମାନରୁ ଭାରତକୁ ପ୍ରାକୃତିକ ଗ୍ୟାସଅଣାଯିବାର ପ୍ରସ୍ତାବ ସଙ୍ଗେ ସଙ୍ଗେ ବହୁଳ ପ୍ରଚାରିତ ଇରାନ-ପାକିସ୍ତାନ-ଭାରତର ଭୂପୃଷ୍ଠ ପାଇପଲାଇନ୍ ପ୍ରସ୍ତାବ ଇତ୍ୟାଦି ଅନ୍ତର୍ଭୁକ୍ତ । ମାତ୍ର ଆଞ୍ଚଳିକ କ୍ଷମତା ସମୀକରଣ ସମେତ ଅନେକଗୁଡିଏ କାରଣ ଯୋଗୁଁ ଏହି ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ ହୋଇପାରି ନାହିଁ।

ସାଉଥ୍ ଏସିଆ ଗ୍ୟାସ୍ ଏଣ୍ଟରପ୍ରାଇଜ୍ ସାଗା ନାମକ ଘରୋଇ କମ୍ପାନୀଗୁଡିକର ଏକ ସମୂହ ଏହାର ବିଶ୍ୱସ୍ତରୀୟ ସହଯୋଗୀମାନଙ୍କ ସହ ମିଶି ପଶ୍ଚିମ ଏସିଆରୁ ଭାରତକୁ ସମୁଦ୍ରତଳ ଦେଇ ପାଇପଲାଇନ୍ ବିଛାଇବାର ପ୍ରସ୍ତାବ ଦେଇଛି। ପୂର୍ବର ପ୍ରସ୍ତାବଗୁଡିକ ତୁଳନାରେ ଏହି ପ୍ରସ୍ତାବଟି ଅଧିକ ମହତ୍ତ୍ୱାକାଂକ୍ଷା ବୋଲି ମନେ ହେଉଛି । ଏସୀୟ ଦେଶଗୁଡିକରେ ପାଇପଲାଇନ୍ର ଜାଲ ବିଛାଇ ଗ୍ୟାସ ପାଇଁ ସୁପର ହାଇୱେ ଗଠନ କରିବାର ଯୋଜନା କରାଯାଇଛି । ଏହି ପାଇପ୍ ଲାଇନ୍ ସମୁଦ୍ର ତଳେ ତଳେ ଭାରତକୁ ଆସିବ ଯାହାକି ଆମଦେଶ ପାଇଁ ଶକ୍ତିର ରାଜପଥରୂପେ କାର୍ଯ୍ୟକରିବ । ଏହା ଫଳରେ ପାଇପ ଲାଇନ୍ର ନିରାପତ୍ତାକୁ ନେଇ ରହିଥିବା ଦୁଶ୍ଚିନ୍ତାକୁ ଏଡାଇ ଦେଇହେବ । ଇରାନ୍-ପାକିସ୍ତାନ-ଭାରତ ପାଇପଲାଇନ୍ କ୍ଷେତ୍ରରେ ଏହି ନିରାତ୍ତା କଳାବାଦଲ ପ୍ରକଳ୍ପ ସଂପର୍କିତ ଅଗ୍ରଗତିକୁ ଆଚ୍ଛାଦିତ କରି ରଖିଥିଲା ।

ଏପରି ଏକ ପ୍ରକଳ୍ପର ଅନେକଗୁଡିଏ ଲାଭ ମଧ୍ୟରେ ଟ୍ୟାଙ୍କର ମାଧ୍ୟମରେ ତରଳୀକୃତ ପ୍ରାକୃତିକ ବାଷ୍ପ ଆମଦାନୀ ତୁଳନାରେ ଗ୍ୟାସର ପରିବହନ ଖର୍ଚ୍ଚ କମିଯିବ । ଏହା ସଙ୍ଗେ ସଙ୍ଗେ ଏପରି ପାଇପଲାଇନ୍ ଗୁଡିକ ମାଧ୍ୟମରେ ଗ୍ୟାସ୍ ଯୋଗାଣକାରୀ ରାଷ୍ଟ୍ରଗୁଡିକ ସହ ଆଗାମୀ କେଇ ଦଶନ୍ଧି ସକାଶେ ଦୀର୍ଘ କାଳୀନ ଚୁକ୍ତି କରାଯାଇ ପାରିବ । ପରବର୍ତ୍ତୀ କାଳରେ ସାର କାରଖାନା କିମ୍ବା ପେଟ୍ରୋକେମିକାଲ କାରଖାନାଗୁଡିକୁ ସିଧାସଳଖ ପ୍ରାକୃତିକ ବାଷ୍ପ ମଧ୍ୟ ଯୋଗାଇ ଦିଆଯାଇ ପାରିବ । ତେବେ ଏପରି ବ୍ୟବସ୍ଥା କରାଯିବା ପୂର୍ବରୁ ନିୟମିତ ଯୋଗାଣର ପତିଶୃତି ଏକାନ୍ତ ଆବଶ୍ୟକ । ଏହା କରାଗଲେ ଦେଶ ଶକ୍ତି ଉତ୍ପାଦନ ସକାଶେ ବ୍ୟବହାର କରୁଥିବା ବିବିଧ ଉତ୍ସ /ସାଧନଗୁଡିକରେ ଏହା ଏକ ଅତିରିକ୍ତ ଯୋଗଦାନ ହେବ । ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ତରଳୀକୃତ ପ୍ରାକୃତିକ ବାଷ୍ପ ଆମଦାନୀ ମୁଖ୍ୟ ଭରସା ହୋଇ ରହିବ । ଏହା ସଙ୍ଗେ ସଙ୍ଗେ “ଟପି’  ପାଇପଲାଇନ୍ରୁ ମଧ୍ୟ କିଛି ଗ୍ୟାସ୍ ଯୋଗାଣ ହେବ ଏବଂ ଘରୋଇ ଉତ୍ପାଦନରୁ ମଧ୍ୟ ପ୍ରାକୃତିକ ବାଷ୍ପ ମିଳିବ । ସଂପ୍ରତିକ ସ୍ଥିତିରେ ଆମର ବର୍ତ୍ତମାନ ପ୍ରାକୃତିକ ଗ୍ୟାସ୍ ଚାହିଦାର ପ୍ରାୟ ଅଧା ଘରୋଇ ଉତ୍ପାଦନରୁ ପୂରଣ ହୋଇଥାଏ ।

ପଶ୍ଚିମ ଏସିଆରୁ ବାହାରିଥିବା ଏକ ପାଇପଲାଇନ୍ ଯୋଗୁଁ ଉପଲବ୍ଧ ପ୍ରାକୃତିକ ବାଷ୍ପ ଆମ ଦେଶର ଶକ୍ତି ନିରାପତ୍ତା ହାସଲ କ୍ଷେତ୍ରରେ ବଳିଷ୍ଠ ସହଯୋଗ ପ୍ରଦାନ କରିବ ।

ବାଟ ଓଗାଳୁଛି ଆମେରିକା ଆମ ଦେଶର ନୀତି ନିର୍ଦ୍ଧାରକମାନେ ଗଭୀର ସମୁଦ୍ର ଦେଇ ବିଛାଯିବାକୁ ଥିବା ଏହି ପାଇପଲାଇନ ସମ୍ପର୍କରେ ଗୁରୁତ୍ୱର ସହ ବିଚାର କରିବା ପୂର୍ବରୁ ଏହି ପ୍ରସ୍ତାବକୁ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ । ଏହି ପ୍ରତିବନ୍ଧକଗୁଡିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପ୍ରୂ୍ଣ୍ଣ ହେଲା ପୁଣିଥରେ ଇରାନ ବିରୁଦ୍ଧରେ ଆର୍ଥିକ ପ୍ରତିବନ୍ଧକ ଲାଗୁ କରାଯାଇଥିବା ବେଳେ ଭାରତ ଇରାନ ସହ ପେଟ୍ରୋଲିୟମ୍ ସାମଗ୍ରୀର କାରବାର କରିବା ଦ୍ୱାରା ଆମେରିକାର କ୍ରୋଧ । ଏକଥା ମଧ୍ୟ ସମ୍ଭବ ହୋଇପାରେ ଯେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା କଟକଣା କେବଳ ପେଟ୍ରୋଲଜାତ ସାମଗ୍ରୀ ପାଇଁ ପ୍ରଯୁଜ୍ୟ, କିନ୍ତୁ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଏହା ବଳବତ୍ତର ନୁହେଁ । ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବଥର ଇରାନ ଉପରେ ଲାଗୁ କରିଥିବା ଆର୍ଥିକ କଟକଣାରେ ପ୍ରାକୃତିକ ବାଷ୍ପ ଅନ୍ତର୍ଭୁକ୍ତ ନ’ଥିଲା । ତେବେ ଏ ସମ୍ପର୍କରେ ଏ ଯାଏ କୌଣସି ସ୍ପଷ୍ଟତା ନାହିଁ । ତୁର୍କୀ ପରି କେତେକ ଦେଶ କହିଛନ୍ତି ଯେ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ’ଥିବାରୁ ସେମାନେ ଇରାନଠାରୁ ପେଟ୍ରୋଲ ସାମଗ୍ରୀ କିଣିବା ଅବ୍ୟାହତ ରଖିବେ ।

ଏପରିକି ଇରାନର ତୈଳ ରପ୍ତାନୀ କ୍ଷେତ୍ରରେ ମଧ୍ୟ ପୂର୍ବରୁ ଓବାମା ପ୍ରଶାସନ ୨୦ପ୍ରତିଶତ ରୁ ୩୦ପ୍ରତିଶତ କମ୍ ତୈଳ କିଣାରେ ସନ୍ତୁଷ୍ଟ ରହିଥିଲା । ମାତ୍ର ବର୍ତ୍ତମାନର ଟ୍ରମ୍ପ୍ ପ୍ରଶାସନ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏ ସଂପର୍କରେ ଭାରତ ଓ ଆମେରିକା ମଧ୍ୟରେ କ’ଣ ମୁଲଚାଲ ହେଉଛି, ତା’ ଉପରେ ଅନେକ କିଛି ନିର୍ଭର କରେ । ଏହି ଆଲୋଚନାଗୁଡିକ ଇରାନରେ ପ୍ରାକୃତିକ ବାଷ୍ପ କ୍ଷେତ୍ରକୁ ବିକଶିତ କରିବା କ୍ଷେତ୍ରରେ ଭାରତର ସମ୍ଭାବନା ସଂପର୍କରେ ମଧ୍ୟ ନିର୍ଣ୍ଣୟାକ ଭୂମିକା ଗ୍ରହଣ କରିବ ।

ତେବେ ବାସ୍ତବତା ହେଲା ଯେ ଶକ୍ତି ଉତ୍ସର ବିବିଧକରଣ ଭାରତ ସକାଶେ ଅପରିହାର୍ଯ୍ୟ ହୋଇପଡିଛି । ପଶ୍ଚିମ ଏସିଆରୁ ଭାରତ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟରେ ଗ୍ୟାସ୍ ପାଇପ୍ଲାଇନ୍ ବିଛାଇବା ଯୋଜନା ଏବେ ଭବିଷ୍ୟତର ଏକ ମହତ୍ତ୍ୱକାଂକ୍ଷା ଯୋଜନା ବୋଲି ବିବେଚନା କରାଯାଇପାରେ । ମାତ୍ର ଏପରି ଏକ ପଦକ୍ଷେପ ଆମ ଦେଶକୁ ଆନ୍ତର୍ଜାତିକ ତୈଳ ବଜାରର ଅନିଶ୍ଚିତତାରୁ ସୁରକ୍ଷିତ ରଖିବା ସକାଶେ ଆଉ ଏକ ଉପାୟ ସାବ୍ୟସ୍ତ ହୋଇପାରେ । ସଂପ୍ରତି ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର ୮୦ ପ୍ରତିଶତ ବିଦେଶରୁ ତୈଳ ଆମଦାନୀ କରୁଛି ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ଅଶୋଧିତ ତୈଳ ଆମଦାନୀ ବାବଦକୁ ୮୮୦୦ କୋଟି ଡଲାର ଖର୍ଚ୍ଚ କରିଥିଲା । ଚଳିତ ବର୍ଷ ଏହି ଖର୍ଚ୍ଚର ପରିମାଣ ଆହୁରି ଯଥେଷ୍ଟ ଅଧିକ ହେବ । ଶକ୍ତି ଉତ୍ସରେ ପ୍ରାକୃତିକ ବାଷ୍ପର ଯୋଗଦାନକୁ ବଢାଇବା ଏବେ ଆମପାଇଁ ଏକ ବାଧ୍ୟବାଧକତା ।

ଏଠାରେ ଏକଥା ମଧ୍ୟ ଉଲ୍ଲେଖ କରାଯିବା ଆବଶ୍ୟକ ଯେ ଭାରତରେ ମୁଣ୍ଡପିଛା ପ୍ରାକୃତିକ ବାଷ୍ପ ବ୍ୟବହାର ମାତ୍ର ୮୦ ଘନମିଟର, ଯାହା କି ବିଶ୍ୱର ସର୍ବନିମ୍ନ ମୁଣ୍ଡପିଛା ବ୍ୟବହାରକାରୀ ରାଷ୍ଟ୍ରଗୁଡିକ ମଧ୍ୟରେ ଅନ୍ୟତମ । ଅନ୍ୟ ଦେଶ ସହ ତୁଳନା କରାଗଲେ, ଚୀନରେ ମୁଣ୍ଡପିଛା ବ୍ୟବହାର ୧୫୨ ଘନମିଟର ଥିବା ବେଳେ ପଡୋଶୀ ବାଂଲାଦେଶରେ ମୁଣ୍ଡପିଛା ପ୍ରାକୃତିକ ବାଷ୍ପ ବ୍ୟବହାର ୨୫୩ ଘନମିଟର ।

ସମୁଦ୍ର ତଳେ ପାଇପ ବିଛାଯିବାର ପ୍ରସ୍ତାବ ବାସ୍ତବତାରେ ପରିଣତ ହୋଇ କେତେଦୂର ସଫଳ ହେବ ତାହା ଭିନ୍ନ କଥା । ମାତ୍ର ଭାରତୀୟ ଅର୍ଥ ବ୍ୟବସ୍ଥା ଯେପରି ବିବିଧ ଉତ୍ସରୁ ଶକ୍ତି ପାଇପାରିବ ଆଜିର ଦିନରେ ସେକଥା ସୁନିଶ୍ଚିତ କରିବା ଅପରିହାର୍ଯ୍ୟ ହୋଇ ପଡିଛି । ଏହା କେବଳ ଅର୍ଥନୈତିକ ଆବଶ୍ୟକତା ନୁହେଁ, ବରଂ ସମସ୍ତ ରାଷ୍ଟ୍ର ସକାଶେ ଏକ ରଣକୌଶଳ ହେବା ଆବଶ୍ୟକ । କାରଣ ବର୍ତ୍ତମାନର ସମ୍ବେଦନଶୀଳତା ଆଞ୍ଚଳିକ ରାଜନୈତିକ ପରିସ୍ଥିତିରେ କେତେବେଳେ କେଉଁଠି ବିବାଦ ଆରମ୍ଭ ହୋଇଯିବ ସେକଥା କୁହାଯାଇ ପାରିବ ନାହିଁ ।

advt
< a href= "#">