ସେସୁର ଚରମ ଚେତାବନୀ: ବିଜୁଳି କଟିବା ନିଶ୍ଚିତ


ଭୁବନେଶ୍ୱର(ଓଟି): ବିଦ୍ୟୁତ୍ ବିତରକ ସଂସ୍ଥା ସେସୁ ଦେଇଛି ଚରମ ଚେତାବନୀ । ସେ ଯେଉଁପ୍ରକାର ଉପଭୋକ୍ତା ହୁଅନ୍ତୁ ନା କାହିଁକି, କିନ୍ତୁ ନିୟମ ଖିଲାପ କଲେ ବିଦ୍ୟୁତ୍ ସେବା ବନ୍ଦ କରିଦିଆଯିବ । କୋଟିକୋଟି ଟଙ୍କା ବିଦ୍ୟୁତ୍ ବିଲ୍ ବକେୟା ରହିଥିବା ଓ ସେସବୁ ଆଦାୟ କରିବା ପରିପ୍ରେକ୍ଷୀରେ ସେସୁ ଏଭଳି କଡ଼ା ଆଭିମୁଖ୍ୟ ଆପଣାଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ୮ ଲକ୍ଷ ୩୬ ହଜାର ୨୬୯ ଘରୋଇ ଉପଭୋକ୍ତାଙ୍କ ଉପରେ ୧୨୫୧ କୋଟି ୩୬ ଲକ୍ଷ ୫୯ ହଜାର ଟଙ୍କା ବିଲ୍ ବକେୟା ପଡ଼ିଛି । ସେହିପରି ୧୯୦ଟି ବ୍ୟାବସାୟିକ ସଂସ୍ଥା ଉପରେ ୨୪୩ କୋଟି ବକେୟା ରହିଥିବାବେଳେ ୩୩୦ କୋଟିର ବିଲ୍ ବିବାଦୀୟ କାରଣରୁ ଆଦାୟ ହୋଇପାରିନଥିବା ସେସୁ ପକ୍ଷରୁ କୁହାଯାଇଛି । ତେଣୁ ଏହିସବୁ ବକେୟା ବିଲ୍ ତୁରନ୍ତ ପୈଠ ନକଲେ ବିଜୁଳି ସଂଯୋଗ କାଟି ଦିଆଯିବ ବୋଲି ସେସୁ ପୂର୍ବରୁ ସତର୍କ ସୂଚନା ଜାରି କରିସାରିଥିଲା । ଏହା ପରେ ୨୧ କୋଟି ଟଙ୍କାର ବକେୟା ବିଲ୍ ଆଦାୟ ହୋଇଥିବାବେଳେ ଆସନ୍ତା ୧୬ ତାରିଖରୁ ଫେବ୍ରୁଆରୀ ୫ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ । ଏଥିରେ ୯ଟି ଜିଲ୍ଲାର ୧୧ ହଜାର ୩୯୭ ଗାଁରେ ୪୧୩ ଜଣ ସ୍କ୍ୱାଡ୍ ପର୍ଯ୍ୟାୟ କ୍ରମେ ପହଞ୍ôଚବେ ବୋଲି ସେସୁ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.