ଦୀପାବଳୀ ଉପହାର ଦେଲେ କେନ୍ଦ୍ର ସରକାର: ମହଙ୍ଗା ଭତ୍ତାରେ ୫% ବୃଦ୍ଧି

0
136
advertisement

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର। ସେମାନେ ପାଉଥିବା ଦରମା ତଥା ପେନ୍‌ସନ୍‌ ଜୁଲାଇ-୨୦୧୯ରୁ ବୃଦ୍ଧି ପାଇବ। ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାଦ୍ଵାରା ପ୍ରାୟ ୫୦ ଲକ୍ଷ କାର୍ଯ୍ୟରତ କର୍ମଚାରୀ ଓ ୬୫ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ। 

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକରଙ୍କ ସୂଚନା ଅନୁସାରେ ସରକାର ମହଙ୍ଗାଭତ୍ତାରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଅର୍ଥାତ୍‌ ଦରମା ଓ ଭତ୍ତାରେ ସେମାନେ ପାଉଥିବା ମହଙ୍ଗା ଭତ୍ତା ପରିମାଣ ୧୨ ପ୍ରତିଶତରୁ ୧୭ ପ୍ରତିଶତକୁ ବଢ଼ିଛି। ଏହି ଅଭିବୃଦ୍ଧି ପିଛିଲା ଭାବେ ଜୁଲାଇ ମାସରୁ ଲାଗୁ ହେବ ବୋଲି କ୍ୟାବିନେଟ୍‌ ପାରିତ କରିଛନ୍ତି। 

ଏହି ଘୋଷଣା ଦ୍ଵାରା କେନ୍ଦ୍ର ସରକାରଙ୍କ ତହବିଲକୁ ଅତିରିକ୍ତ ୧୬ ହଜାର କୋଟି ଟଙ୍କାର ବୋଝ ବହନ କରିବାକୁ ହେବ ବୋଲି ଶ୍ରୀ ଜାବଡ଼େକର କହିଛନ୍ତି।