ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତାକାଲି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ । ଏଥିସହିତ ସେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଚଳିତବର୍ଷ ୧୭ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧୯ ମଧ୍ୟରେ ପରୀକ୍ଷା ହୋଇଥିଲା । କରୋନା ପାଇଁ ମାର୍ଚ୍ଚ ୨୦ରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚିଥିଲା ।

ସୂଚନାଯୋଗ୍ୟ ଆସନ୍ତାକାଲି ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଫଳାଫଳ ପୂର୍ବ ବର୍ଷ ତୁଳନାରେ ୫.୩୮ ପ୍ରତିଶତ ଅଧିକ ରହିଛି। ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ୮୮.୭୮ ପ୍ରତିଶତ ରହିଛି, ଯାହା ଗତ ବର୍ଷ ତୁଳନାରେ ଭଲ। ଏହି ବର୍ଷ ୧୦.୫୯ ଲକ୍ଷ ଛାତ୍ର ଦ୍ୱାଦଶ ଶ୍ରେଣୀରେ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୨୦ ଶିକ୍ଷା ବର୍ଷରେ ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ୯୪.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଦ୍ୱାଦଶ ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି । ଚଳିତ ବର୍ଷ କୌଣସି ଟପରଙ୍କ ନାମ ଘୋଷଣା କରାଯାଇ ନାହିଁ

Leave a Reply

Your email address will not be published.