ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ, (ଓଡିଶା ଟାଇମ୍) :ସୁଶାନ୍ତ ସିଂହ ରାଜପୁତ ମାମଲାର  ଯାଞ୍ଚକୁ ନେଇ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ମାମଲା ଯାଞ୍ଚର ଜିମା ସିବିଆଇକୁ ଦେଇଛନ୍ତି। ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ଦୀର୍ଘ ଦିନରୁ ସୁଶାନ୍ତଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକ ସିବିଆଇ ତଦନ୍ତ ଦାବି କରି ଆସୁଥିଲେ।

ED ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତକୁ ନେଇ ମୁମ୍ବାଇରେ ସର୍ଚ୍ଚ ଅପରେସନ କରୁଛି। କିନ୍ତୁ ଏବେ ଏହାର ସତ ସାମନାକୁ ଆସିଛି,ଯାହା ଅନୁସାରେ ଇଡି ଦିଲ୍ଲୀ ସହ ଜଡ଼ିତ ଏକ ମାମଲା ପାଇଁ ମୁମ୍ବାଇର କେତେକ ସ୍ଥାନରେ ସର୍ଚ୍ଚ ଅପରେସନ କରିଛି। ଏହାର ସୁଶାନ୍ତ ସିଂହ ରାଜପୁତଙ୍କ ମନି ଲଣ୍ଡ୍ରିଂ ମାମଲାର କୌଣସି ନେଣଦେଣ ନାହିଁ।

ସୂଚନାଯୋଗ୍ୟ ଗତ ମଙ୍ଗଳବାର ଶୁଣାଣି ପରେ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ରାୟ ସଂରକ୍ଷିତ ରଖିଥିଲେ। ବିହାର ସରକାରଙ୍କ ବରିଷ୍ଠ ଆଡଭୋକେଟ ମନିନ୍ଦର ସିଂ, ମହାରାଷ୍ଟ୍ର ସରକାରଙ୍କ ଅଭିଷେକ ମନୁ ସିଂଭି, ସୁଶାନ୍ତ ସିଂ ରାଜପୁତଙ୍କ ପରିବାରରୁ ଶ୍ୟାମ ଡିଭାନ ରିୟା ଏବଂ ବିକାଶ ସିଂ ଏହି ମାମଲରେ ନିଜ ପକ୍ଷ ସୁପ୍ରିମକୋର୍ଟରେ ରଖିଥିଲେ।

Leave a Reply

Your email address will not be published.