ଜଙ୍ଗଲ ମନ୍ତ୍ରୀଙ୍କୁ ଧକ୍କା: ସୁନ୍ଦରୀକୁ ନନ୍ଦନକାନନ ଆଣିବା ବେଆଇନ

0
9

ଭୁବନେଶ୍ଵର, (ଓଟି): ମହାବଳ ’ସୁନ୍ଦରୀ’କୁ ନନ୍ଦନକାନନ ଚିଡ଼ିଆଖାନାରେ ରଖାଯାଇପାରିବନାହିଁ। ଏ ବିଷୟକୁ ସ୍ପଷ୍ଟ କରିଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ ସଦସ୍ୟ ଡିଏନ୍‌ ସିଂହ। ଏହା ଜାତୀୟ ଚିଡ଼ିଆଖାନା ନିୟମ ୧୯୯୮ର ଖେଶଲା ଉଲ୍ଲଙ୍ଘନ ହେବ ବୋଲି ସେ କହିଛନ୍ତି। ଏହାଛଡ଼ା ଏ ସମ୍ପର୍କରେ ନିଷ୍ପିତ୍ତି ନେବାକୁ ପ୍ରଧାନ ବନ୍ୟପ୍ରାଣୀ ସଂରକ୍ଷକ ସନ୍ଦୀପ କୁମାର ତ୍ରିପାଠୀଙ୍କୁ ଲକ ଚିଠି ଲେଖି ଜଣାଇଛନ୍ତି। 

ଶ୍ରୀ ସିଂହ ତାଙ୍କ ଚିଠିରେ କହିଛନ୍ତି, ‘ସୁନ୍ଦରୀ’ ଏକ ବନ୍ୟଜନ୍ତୁ। ବାନ୍ଧବଗଡ଼ର ଖୋଲା ଜଙ୍ଗଲରୁ ତାକୁ ଅଣାଯାଇଛି। ଆନ୍ତଃରାଜ୍ୟ ବନ୍ୟଜନ୍ତୁ ସ୍ଥାନାନ୍ତର ନିୟମ ଅନୁସାରେ ଏହା ଅଧାରିତ। ଏଣୁ ଏହାକୁ ସେମିତି ଏକ ପରିବେଶ ମିଳିବା ଦରକାର ଯେମିତି ବାନ୍ଧବଗଡ଼ରେ ମିଳୁଥିଲା। ହେଲେ ଏହା ଚିଡ଼ିଆଖାନାରେ ସମ୍ଭବ ନୁହେଁ। ଚିଡ଼ିଆଖାନାରେ କେବଳ ବନ୍ୟପ୍ରାଣୀଙ୍କ ସଂଖ୍ୟାବୃଦ୍ଧି ତଥା ପ୍ରଜନନ ପାଇଁ ରଖାଯାଇଥାଏ। ଏଣୁ ସୁନ୍ଦରୀ ସେଠାରେ ରହିପାରିବ ନାହିଁ। 

ଏହି ଚିଠି ଏବେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ଅଡ଼ୁଆରେ ପକାଇଛି। ବିଶେଷଜ୍ଞଙ୍କ ମତ ନନେଇ ଶ୍ରୀ ରାଉତରାୟ ଯେଉଁ ବୟାନ ଦେଇଥିଲେ ତାହା କାହା ଆଧାରରେ ଓ ପରାମର୍ଶରେ ଦିଆଯାଇଥିଲା ସେ ନେଇ ଚର୍ଚା ହେଉଛି ।

ଜୁନ୍‌ ୧୮ ତାରିଖରେ ସୁନ୍ଦରୀକୁ ସାତକୋଶିୖାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଣାଯାଇଥିଲା। ପ୍ରାୟ ଦୁଇମାସ କାଳ ଏହାକୁ ସାତକୋଶିଆରେ ସ୍ଵତନ୍ତ୍ର ଭାବେ ନିର୍ମିତ ଏକ ଏନ୍‌କ୍ଲୋଜର ବା ପିଞ୍ଜରାରେ ରଖାଗଲା ପରେ ଅଗଷ୍ଟ ୧୮ ତାରିଖରେ ତାହାକୁ ଜଙ୍ଗଲକୁ ଛଡ଼ା ଯାଇଥିଲା। ହେଲେ ପରିଚାଳନାଗତ ତ୍ରୁଟି ହେତୁ ସୁନ୍ଦରୀ ବାହାର ଜଙ୍ଗଲରେ ବୁଲୁଥିବା ନେଇ ଆତଙ୍କ ସୃଷ୍ଟି ହେଲା। ଅକ୍ଟୋବର ମାସରେ ହାତୀବାରି ଗାଁରେ ଜଣେ ମହିଳା ଏବଂ ଟାଇଁସି ଗାଁରେ ଜଣେ ପୁରୁଷକୁ ସୁନ୍ଦରୀ ହତ୍ୟା କରିଥିବା ଦର୍ଶାଯିବାରୁ ତାକୁ ଟ୍ରାଙ୍କୁଲାଇଜ୍‌ କରିବାପ ାଇଁ ଜଙ୍ଗଲ ବିଭାଗ ଉଦ୍ୟମ କଲା। ହେଲେ ସେଥିପାଇଁ ଜଙ୍ଗଲ ବିଭାଗ ପାଖରେ ଆବଶ୍ୟକ ଭିତ୍ତିଭୂମି କି ବିଶେଷଜ୍ଞ ନଥିଲେ। ଏଣୁ ବାନ୍ଧବଗଡ଼ରୁ ବିଶେଷଜ୍ଞ ଏବଂ ନନ୍ଦନକାନନରୁ କୁମକୀ ହାତୀ ଅଣାଯାଇଥିଲା। ଏହାର ଦୁଇଦିନ ପରେ ସୁନ୍ଦରୀ ଟ୍ରାଙ୍କୁଲାଇଜ୍‌ ହୋଇ ଏବେ ପିଞ୍ଜରା ଭିତରେ ରହିଛି। ଏହାର ଚାଲିଚଳଣ ବିଷୟରେ ଅନୁଧ୍ୟାନ କଲାପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି ଜଙ୍ଗଲ ବିଭାଗ କହିଥିଲେ। ଏବେ ଏନ୍‌ଟିସିଏ ସଦସ୍ୟଙ୍କ ଏପରି ଚିଠି ପିସିସିଏଫ୍‌ଙ୍କୁ ହରଡ଼ଘଣାରେ ପକାଇଛି। 

Loading...