‘ଆମ ମିଡିଆରେ ଚାଲିଛି କିଣା ସମ୍ବାଦ ସରବରାହ’

0
6999
advertisement

ଜାତୀୟ ବା ରାଜ୍ୟସ୍ତରର ସମ୍ବାଦପତ୍ର ହେଉ ବା ଟିଭି ଚ୍ୟାନେଲ୍‌ ଏ ସବୁଥିରେ ଦିଆଯାଉଥିବା ଅଧିକାଂଶ ବିଷୟକୁ ମିଛ ବା ଉଦ୍ଦେଶ୍ୟମୂଳକ ଭାବେ ତିଆରି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ଇଞ୍ଜିନିୟର ଡା. ରାଜେନ୍ଦ୍ର ନାରାୟଣ ଦାସ। ଦୀର୍ଘ ବର୍ଷ ହେଲା ଜର୍ମାନୀରେ ରହି ରାଜ୍ୟର ସମ୍ବାଦପତ୍ର ଓ ସମ୍ବାଦପତ୍ର ସଂସ୍ଥାଗୁଡ଼ିକ ସହ ଓତଃପ୍ରତ ଯୋଡ଼ି ହୋଇଥିବା ଡ. ଦାସଙ୍କ ଏହି ପ୍ରତିକ୍ରିୟା ଏବେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି। ୩ଘଣ୍ଟା ଭିତରେ ଏହା ୪୯ ଜଣଙ୍କ ପ୍ରତିକ୍ରିୟା ହାସଲ କରିଛି। ଏହି ପ୍ରତିକ୍ରିୟା ଭିତରେ ପ୍ରାୟ ସମସ୍ତେ ଡା. ଦାସଙ୍କ ମତକୁ ଗ୍ରହଣ କରିଛନ୍ତି। କେହି କେହି ସୋଶାଲ୍‌ ମିଡିଆ  ବିକଳ୍ପ ମିଡିଆ ହେବାକୁ ଯାଉଥିବା ପ୍ରକାଶ କରିଛନ୍ତି। 

ଆସନ୍ତୁ ନଜର ପକାଇବା କ’ଶ କହିଛନ୍ତି ଡା. ଦାସ 

ଆମ ଦେଶ ବା ରାଜ୍ୟରେ ମିଡିଆ ହାଉସ୍‌ମାନେ ପ୍ରସାରଣ କରୁଥିବା ସମ୍ବାଦର ପ୍ରାୟ ୮୦ରୁ ୯୦ ଭାଗ ତଥ୍ୟ ମିଛ ବୋଲି ସେ କହିଛନ୍ତି। ରାଜନୈତିକ ଦଳ (ବିଶେଷତଃ ଶାସକ ଦଳ)ର ମତାଦର୍ଶ ଦ୍ଵାରା ଏସବୁ ଖବର ପ୍ରୋତ୍ସାହନ କରାଯାଉଛଇ ବୋଲି ସେ ଅଭିଯୋଗ କରିଛନ୍ତି।  ଏହା ଆମମାନଙ୍କ ଭିତରୁ କେତେଜଣ ଅବଗତ ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। 

ପାରିଶ୍ରମିକ ଦେଉ ନାହାନ୍ତି ସମ୍ବାଦପତ୍ର

ଡ. ଦାସ ଲେଖିଛନ୍ତି, ‘ଖଅଧିକାଂଶ ସମ୍ବାଦପତ୍ର ନିଜର ସାମ୍ବାଦିକମାନଙ୍କୁ କୌଣସି ପାରିଶ୍ରମିକ ଦିଅନ୍ତି ନାହିଁ । ଏଇ ସାମ୍ବାଦିକମାନେ ସ୍ଥାନୀୟ ବିଧାୟକ ଓ ଛୋଟବଡ଼ ପ୍ରାଶାସନିକ ଅଧିକାରୀଙ୍କଠାରୁ ମାସିକ ଭତ୍ତା ପାଇଥାଆନ୍ତି । ଏଇ ଭତ୍ତା ପ୍ରଦାନର ମୂଳ ସର୍ତ୍ତ ହେଉଛି ସେମାନଙ୍କର କୁକର୍ମ ବାବଦରେ ଯେପରି କୌଣସିି ସମ୍ବାଦ ପରିବେଷିତ ନହୁଏ । ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କର ଦୁର୍ନୀତି ବାବଦରେ “ହେଇ ଲେଖିଦେବି” ଧମକ ଦେଇ ସାମ୍ବାଦିକମାନେ କୁଆଡ଼େ ବଟି ଆଦାୟ କରିଥାନ୍ତି । ସେଥିରୁ କିଛି ଭାଗ କୁଆଡ଼େ କାଗଜର ମାଲିକଙ୍କ ପକେଟ୍‍କୁ ଯାଏ’ ।

ଖବରକାଗଜ ଶିଳ୍ପରେ ଏହା ଭିତରେ ଅନେକ ପରିବର୍ତ୍ତନ ଆସିଛି। ବିଶେଷକରି ଅର୍ଥନୀତିର ଉଦାରୀକରଣ ପରେ ସାମ୍ବାଦ ସଂଗ୍ରହ ଓ ପ୍ରସାରଣ ଆଉ ସେବା ନରହି ପେସାରେ ପରିଣତ ହୋଇଛି। ତଥାପି ଡା. ଦାଙ୍କ ଏହି ଅଭିଯୋଗ ଏବେ ମିଡିଆ ମାଲିକ ତଥା ସାମ୍ବାଦିକଙ୍କ ପାଇଁ ଏକ ଆହ୍ବାନ ହୋଇଛି। 

ରାଜ୍ୟର ଟିଭି ଚ୍ୟାନେଲ୍‌ଗୁଡ଼ିକର ଦୂରାବସ୍ଥାକୁ ଲକ୍ଷ୍ୟକରି ଡା. ଦାସ ଲେଖିଛନ୍ତି, ’ଘରୋଇ ଟି.ଭି. ଚାନେଲ୍‍ଗୁଡ଼ିକ ମଧ୍ୟ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରି ଖବର ପରିବେଷଣ କରନ୍ତି। ଯେଉଁ ରାଜନୀତିକ ଦଳ ସହିତ ମାଲିକଙ୍କ ସଂପୃକ୍ତି ଥାଏ ସେହି ଦଳର ଚାଟୁକାରମାନଙ୍କୁ ଡାକି ନିଜ ଟି.ଭି. ପରଦାରେ ଆଲୋଚନା କରନ୍ତି । ନିରପେକ୍ଷ ମତ ପୋଷଣ କରୁଥିବା ଜ୍ଞାନୀଗୁଣୀ ଲୋକଙ୍କୁ ସେଠାକୁ ଜାଣି ଶୁଣି ଡକାଯାଏ ନାହିଁ । ସେମାନେ କୁଆଡ଼େ ମରମ କଥା କହିଦେବେ ପରା !’


ଘରୋଇ ଟି.ଭି. ଚାନେଲ୍‍ଗୁଡ଼ିକ ପ୍ରଚୁର କ୍ଷତିରେ ଚାଲୁଥିବା ନେଇ ତାଙ୍କ ପାଖେର ଖବର ରହିଛି। ତଥାପି ଏଗୁଡ଼ିକର ସଂଖ୍ୟା ଛତୁ ଫୁଟିଲା ଭଳି ବଢ଼ି ଚାଲିଛି କିପରି? ପୂର୍ବରୁ ରାଜନେତାଠାରୁ ସାକ୍ଷାତକାରଟିଏ ନେବାପାଇଁ ଟି.ଭି.ବାଲାଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିଲା କିନ୍ତୁ ଏବେ ରାଜନେତାମାନେ ଟି.ଭି. କ୍ୟାମେରାକୁ ଅନେଇ ବସୁଛନ୍ତି । ଅର୍ଥାତ୍‍ ଟି.ଭି. ଚାନେଲ୍‍ର କ୍ଷତିର ଭରଣା ମଧ୍ୟ ଏଇ ରାଜନୀତିଆ ବାବୁମାନେ କରିଦେଉଛନ୍ତି ବୋଲି ତାଙ୍କ ମତ। 

ଏଥିପାଇଁ ଶାସନ ବ୍ୟବସ୍ଥାକୁ ଡ. ଦାସ ଦାୟୀ କରିଛନ୍ତି।  କହିଛନ୍ତି ‘ବିଚିତ୍ର ଓଡ଼ିଶା, ବିଚିତ୍ର ଏ ଶାସନ; ତହୁଁ ବିଚିତ୍ର ଏ ଓଡ଼ିଶାବାସୀ!’

ପ୍ରତିକ୍ରିୟା: 

ଏ ବିଷୟକୁ ନେଇ ଅନେକ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ବୈଷ୍ଣବ ଚରଣ ମହାନ୍ତି ଏଠାରେ ପ୍ରତିକ୍ରିୟା ରଖି କହିଛନ୍ତି, ସାମ୍ବାଦିକ ଓ ସମ୍ବାଦ ସଂସ୍ଥା ସମ୍ପର୍କରେ ଅପ୍ରିୟ ସତ୍ୟ କହିବାର ସତ୍ସାହସ ଆମ ବୁଦ୍ଧିଜୀବୀ ଓ ସାହିତ୍ୟରଥୀମାନେ ହରାଇ ବସିଛନ୍ତି। ଏମାନେ କେବଳ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧମକେଇ ଟଙ୍କା ନିଅନ୍ତି ନାହିଁ, ବରଂ ନୀତିବାନ୍ କର୍ମଚାରୀକୁ ମିଥ୍ୟା ଆରୋପର ଧମକ ଦେଇ ଟଙ୍କା ଆଦାୟ କରନ୍ତି।

ସେହିପରି ଲକ୍ଷ୍ମୀନାରାୟଣ କାନୁନଗୋ କହିଛନ୍ତି, ସୋଶାଲ୍‌ ମିଡିଆ ହେଉଛି ବିକଳ୍ପ ମିଡିଆ ଯାହା ବାସ୍ତବ ନ୍ୟୁଜ୍‌କୁ ଅବଦମିତ  ହେବାକୁ ଦେବ ନାହିଁ। ବିଭିନ୍ନ ବିଷୟରେ ଆଲୋଚନାକୁ ଗଣତାନ୍ତ୍ରିକ କରିବାରେ ପରିସର ସୃଷ୍ଟି କରିବ। 

ଅଧିକ ମିଡିଆ ଚର୍ଚା ବାବଦ ଖବର ପାଇଁ କ୍ଲିକ୍‌ କରନ୍ତୁ

ଓଡ଼ିଶାରେ କେଉଁ ମିଡିଆର ସମ୍ପର୍କ କେଉଁ ଦଳ ସହ: ଏକ ନଜର

https://odishatime.com/wp-admin/post-new.php

ରାଜଧାନୀ ସାମ୍ୱାଦିକ ଏବେ ରାଜନୀତି ମୁହାଁ: ନିର୍ବାଚନ ଲଢ଼ିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ମେନ‍୍‌ଷ୍ଟ୍ରିମ‍୍‌ ସାମ୍ୱାଦିକ

ରାଜଧାନୀ ସାମ୍ୱାଦିକ ଏବେ ରାଜନୀତି ମୁହାଁ: ନିର୍ବାଚନ ଲଢ଼ିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ମେନ‍୍‌ଷ୍ଟ୍ରିମ‍୍‌ ସାମ୍ୱାଦିକ

ସାମ୍ବାଦିକଙ୍କୁ ବାଲି ମାଫିଆଙ୍କ କାର୍‌ ଉପହାର!

https://odishatime.com/%E0%AC%B8%E0%AC%BE%E0%AC%AE%E0%AD%8D%E0%AC%AC%E0%AC%BE%E0%AC%A6%E0%AC%BF%E0%AC%95%E0%AC%99%E0%AD%8D%E0%AC%95%E0%AD%81-%E0%AC%AC%E0%AC%BE%E0%AC%B2%E0%AC%BF-%E0%AC%AE%E0%AC%BE%E0%AC%AB%E0%AC%BF%E0%AC%86/

କାର୍ଯ୍ୟରତ ସାମ୍ବାଦିକ ମଙ୍ଗଳ ଯୋଜନାରେ ବାଛ ବିଚାର

https://odishatime.com/working-journalist-welfare-scheme-who-is-a-journalist/