ରାଜ୍ୟରେ ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା। ତୈଳ ଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବସ୍ ବଢ଼ା ବୃଦ୍ଧି ପାଇଛି।
ଅର୍ଡିନାରୀ ବସ୍ ଭଡ଼ା ୭୨ରୁ ବଢ଼ି ୭୩ ପଇସା ହୋଇଥିବା ବେଳେ ଏକ୍ସପ୍ରେସ ଭଡ଼ା କିମି ୭୫ ପଇସାରୁ ବଢ଼ି ୭୬ ପଇସା ହୋଇଛି। ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୫ରୁ ବଢ଼ି ୧ ଟଙ୍କା ୦୭ ହୋଇଥିବା ବେଳେ ଏସି ଡିଲକ୍ସ କିମି ପିଛା ୧ଟଙ୍କା ୨୭ରୁ ବଢ଼ି ୧ଟଙ୍କା ୨୯ ହୋଇଛି।