ରାଜ୍ୟରେ ବଢିଲା ବସ୍ ଭଡା
ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ବଢିଲା ବସ୍ ଭଡା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି । ଖାସ୍ କରି ଗତ କିଛି ଦିନ ହେଲା ଯେପରି ଡିଜେଲ୍ ଦର ବୃଦ୍ଧି ପାଇବାରେ ଲାଗିଥିଲା । ଯାହାଫଳରେ କି ଏବେ ଡିଜେଲ୍ର ଦର ବୃଦ୍ଧି ଏବେ ସାଧାରଣଲୋକଙ୍କ ଉପରେ ପଡିବ ।
ବର୍ଦ୍ଧିତ ଭଡା ଅନୁଯାୟୀ , ଏବେ ବସ୍ ଭଡା ୨ରୁ ୪ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡା କିମି ପିଛା ୭୦ ପଇସାରୁ ୭୨ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ୍ ବସ୍ର ଭଡା କିମି ପିଛା ୭୩ ରୁ ୭୫ ପଇସାକୁ ବୃଦ୍ଧି କରାଯାଇଛି । ଡିଲକ୍ସ ବସ୍ ଭଡା କିିମି ପିଛା ୧ ଟଙ୍କା ୧ ପଇସାରୁ ୧ ଟଙ୍କା ୫ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡା କିମି ପିଛା ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି କରାଯାଇଛି ।