ପୂଜାରୀଙ୍କ ପାଇଁ ବୁର୍ଲା ବନ୍ଦ

0
27

ସମ୍ବଲପୁର, (ଓଟି): ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ ସାଇନ୍ସ ଏବଂ ରିସର୍ଚ ପ୍ରତିଷ୍ଠାନର ନିର୍ଦେଶକ  ପ୍ରଫେସର ଅଶ୍ଵିନୀ ପୂଜାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବା ନିଷ୍ପତ୍ତି ବିରୋଧରେ ସେମାବାର ବୁର୍ଲା ବନ୍ଦ ରହିଛି। ବିଭିନ୍ନ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। 

ପ୍ରଫେସର ଅଶ୍ଵିନୀ ପୂଜାରୀଙ୍କ ମାମଲାରେ ସ୍ଥାନୀୟ ବିଧାୟକ ରାସେଶ୍ଵରୀ ପାଣିଗ୍ରାହୀଙ୍କ ଭୂମିକା ରହିଛି ବୋଲି ଭିଯୋଗ କରି ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି।  ବିଜେପି ଯୁବମୋର୍ଚା ପକ୍ଷରୁ ମୁମ୍ବାଇ-କୋଲକତା ଜାତୀୟ ରାଜପଥ ଦୁଇଘଣ୍ଟାକାଳ ଅବରୋଧ କରାଯାଇଛି। 

ସକାଳ ଛଅଟାରୁ ବିଭିନ୍ ଛକ ସ୍ଥାନମାନଙ୍କରେ ବନ୍ଦକୁ ସଫଳ କରାଇବା ପାଇଁ ଡାକରା ଦିଆଯାଇଥିଲା। ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। 

ଏହାକୁ ଆଖରେ ରଖି ସରକାରୀ ଅନୁଷ୍ଠାନ, ବ୍ୟସାୟିକ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ଆଗୁଆ ବନ୍ଦ କରିଥିଲେ। ବନ୍ଦ ପାଳନ ହେତୁ ସହରର ରାସ୍ତାଘାଟ ଖାଁ ଖାଁ ହୋଇଛି। 

ପ୍ରଫେସର ପୂଜାରୀ ଜଣେ ଦକ୍ଷ ପ୍ରଶାସକ। ତାଙ୍କରି ସମୟରେ ବୁର୍ଲା ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଅନେକ ଶୃଙ୍ଖଳା ଆସିପାରିଛି। ତାଙ୍କରି ପ୍ରଚେଷ୍ଟାରେ ଏକ ନର୍ସିଂ କଲେଜ ସ୍ଥାପନ ହୋଇପାରିଛି ବୋଲଇ କହି ତାଙ୍କୁ ପୁଣିଥରେ ସମସ୍ତ ମର୍ଯ୍ୟାଦାର ସହ ପୁନଃ ନିଯୁକ୍ତି ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି। ଏହା ନହେଲେ ଆଗାମୀ ଦିନରେ ମଡ଼ ଧରଣର ବନ୍ଦ ଡାକରା ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। 

କିଛିଦିନ ତଳେ ଜୁନିୟର ଡାକ୍ତର ସଂଘ ( ଜେଡିଏ) ଏବଂ ନିର୍ଦେଶକଙ୍କ ଭିତରେ ମତଭେଦ ହୋଇଥିଲା। ନିର୍ଦେଶକଙ୍କ ବ୍ୟବହାର ସଦାଚାରୀ ନୁହେଁ ବୋଲି ଦର୍ଶାଇ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହାଦ୍ଵାରା ଚିକିତ୍ସା ସେବା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲା। ନିଜେ ନିର୍ଦେଶକ ରାଜ୍ୟପାଳଙ୍କୁ ଅଭିଯୋଗର ତଦନ୍ତ ପାଇଁ ଅନୁରୋଧ କରିଥିଲେ। ତଥାପି ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନଥିଲା। ଏ ଭିତରେ ବିଭିନ୍ନଆଡ଼େୁ ନାଗରିକମାନେ ନିର୍ଦେଶକ ପ୍ରଫେସର ପୂଜାହାରୀଙ୍କୁ ସମର୍ଥନ କରିଥିଲେ। ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ନିଜର ମତାମତ ପଠାଇଥିଲେ। ତଦନ୍ତ ଚାଲୁଥିବା ସମୟେର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଜେଡିଏ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲେ ମଧ୍‌୍ର ତାହାକୁ ଜେଡିଏ ଭ୍ରୁକ୍ଷେପ କରି ନଥିଲା। ଫଳରେ ସ୍ଵାସ୍ଥ୍ୟ ସେବାକୁ ସ୍ଵଭାବିକ କରିବା ଲାଗି ସରକାରଙ୍କୁ ତାଙ୍କୁ ତୁରନ୍ତ ଛୁଟିରେ ଯିବାକୁ ନିର୍ଦେଶ ଦେଇଥିଲେ।