ଓଡ଼ିଶା ଦେଇ ଯାଉଛି ବୁଲ୍‌ବୁଲ୍‌: ଅପରାହ୍ଣ ଯାଏ ଜାରି ରହିବ

ଭୁବନେଶ୍ଵର, (ଓଟି): ଓଡ଼ିଶା ଉପକୂଳ ଦେଇ ଯାଉଛି ବୁଲ୍‌ବୁଲ୍‌। ଏହା ପାରାଦୀପ ବନ୍ଦରଠାରୁ ୧୧୦ କିଲୋମିଟର ଦୂରରେ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ବୁଲବୁଲ୍‌ର କେନ୍ଦ୍ରବିନ୍ଦୁ। 

ଏହାର ପ୍ରଭାବରେ ତୁହାକୁ ତୁହା ବର୍ଷା ଏବଂ ଝଡ଼ ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଯିବା ସହ ଅସ୍ଥାୟୀ ଶିବିର ସବୁ ଭାଙ୍ଗିଥିବା ଜଣାପଡ଼ିଛି। ଏହାକୁ ନେଇ ଲୋକେ ଆଶଙ୍କିତ ରହିଛନ୍ତି। ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ସୂଚନା ଅନୁସାରେ ଆଜି ଅପରାହ୍ଣ ଯାଏ ଏହି ପରିସ୍ଥିତି ଲାଗି ରହିବ। 

ସରକାରୀ ତଥ୍ୟ ଅନୁସାରେ ଉପକୂଳର  ପ୍ରାୟ ୧୦୦୦ ଲୋକଙ୍କ ସ୍ଥାନାନ୍ତର କରାଯାଇଛି। ଅସ୍ଥାୟୀ ତଥା ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥନାନ୍ତର କରାଯାଇଛି। ନିର୍ଦିଷ୍ଟ ଗତିପଥରେ ଯାଉଛି। ଆଉ ୪ରୁ ୬ଘଣ୍ଟା ଲାଗିବ। ବାତ୍ୟା ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ ପ୍ରଦାନ ବ୍ୟବସ୍ଥା କରାଯାଇଥିବା ସରକାରୀ ସୂଚନା ରହିଛି। 

Leave a Reply

Your email address will not be published.