୫ ଲକ୍ଷ ଟଙ୍କା ଉପରକୁ ଆୟ ହେଲେ ଆୟକର, ୪୦୦ କୋଟି କାରବାରରେ ୨୫% କର୍ପୋରେଟ୍‌ ଟ୍ୟାକ୍ସ

ଦେଶର ବିକାଶ, ସହଜ ଘୃହ ବ୍ୟବସ୍ଥା, ଏବଂ ଔଦ୍ୟଗିକ ବ୍ୟବସ୍ଥାର ଅଭିବୃଦ୍ଧି ଲାଗି ସରକାର ଟିକସ ଦାତାଙ୍କ ଉପରେ ଚାପ ଲାଘବ କରିଛନ୍ତି। ୫ଲକ୍ଷ ଟଙ୍କାଯାଏ ବାର୍ଷିକ ରୋଜଗାରରେ କୌଣସି ଟିକସ ଦେବାକୁ ହେବ ନାହିଁ। ସେହିପରି ବ୍ୟବସାୟିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର କର୍ପୋରେଟ୍‌ ଟିକସ ଢାଞ୍ଚାରେ ସମ୍ପ୍ରସାରଣ କରିଛନ୍ତି। ଏଣିକି ୪୦୦ କୋଟି ଟଙ୍କା କାରବାର କରୁଥିବା କମ୍ପାନୀଙ୍କୁ ମାତ୍ର ୨୫ ପ୍ରତିଶତ ଟିକସ ଦେବାକୁ ହେବ।

ପୂର୍ବରୁ ୨୫୦ କୋଟି ଟଙ୍କା କାରବାର କରୁଥିବା କମ୍ପାନୀ ଉପରେ ୨୫ ପ୍ରତିଶତ ଟିକସ ଲାଗୁଥିଲା। ଏବେ ଏହି କମ୍ପାନୀଙ୍କ ଆୟକୁ ୨୫୦ କୋଟି ଟଙ୍କାରୁ ୪୦୦ କୋଟି ଟଙ୍କାକୁ ବଢ଼ାଯାଇଛି।

ଏହାଦ୍ଵାରା ୯୯.୩ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ତଥା କର୍ପୋରେଟ୍‌ ଉପକୃତ ହେବେ। କେବଳ .୭ ପ୍ରତିଶତ କମ୍ପାନୀ ଏଥିରୁ ବାଦ୍‌ ପଡ଼ିବେ।

ବୈଦ୍ୟୁତିକ ଯାନ ନିର୍ମାଣର ବିଶ୍ଵସ୍ତରୀୟ ହବ୍‌ ପାଇଁ ଲକ୍ଷ୍ୟ। ସରକାର ଏ ବାବଦରେ ଜିଏସ୍‌ଟି କାଉନ୍ସିଲ୍‌କୁ ଯାଇଛି ଏବଂ ୧୨ ପ୍ରତିଶରୁ ୫ ପ୍ରତିଶତକୁ କମାଇବାକୁ ଅପିଲ୍‌ କରିଛନ୍ତ। ଏହା ବାବଦ ଅତିରିକ୍ତ ଆୟକର ରିହାତି କରିଛନ୍ତି। ଏହାଦ୍ଵାରା ୨.୫ ଲକ୍ଷ ଟଙ୍କାର ଲାଭ ହେବ।

ଷ୍ଟାର୍ଟଅପ୍‌:

ଭାରତରେ ଷ୍ଟାର୍ଟଅପ୍‌ ଦିନକୁ ଦିନ ବିକଶିତ ହେବାକୁ ଯାଉଛି। ଆଞ୍ଜଲ ଟ୍ୟାକ୍ସ ପ୍ରସଙ୍ଗକୁ ଆଖିରେ ରଖି ସରକାର କିଛି ଗୁରୁତ୍ପବପୂଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଇ-ଭ୍ୟାରିଫିକେସନ୍‌ ଜରିଆରେ ଚିହ୍ନଟ ହେବ। ନିବେଶକଙ୍କ ବାବଦରେ ଆୟକର ବିଭାଗ ଆଉ କିଛି ତର୍ଜମା କରିବ ନାହିଁ।

Leave a Reply

Your email address will not be published.