ସୌନ୍ଦର୍ଯ୍ୟବର୍ଦ୍ଧକ ବ୍ରେକୋଲି

ସୁନ୍ଦର ଓ ଚମକଦାର ତ୍ୱଚା ପାଇଁ ଝିଅମାନେ ଅନେକ ବୟୁଟିପ୍ରଡକ୍ଟର ସାହାରା ନେଇଥାନ୍ତି । କିନ୍ତୁ ସେହି ସବୁ ବିୟୁଟି ପ୍ରଡକ୍ଟ କମ୍ ସମୟ ପାଇଁ ସୌନ୍ଦର୍ଯ୍ୟବୃଦ୍ଧି କରିଥାଏ । ଏହା ସହିତ ସେଗୁଡ଼ିକର ବିଭିନ୍ନ ସାଇଡ୍ ଇଫେକ୍ଟ ମଧ୍ୟ ରହିଛି । ତେଣୁ ନ୍ୟାଚୁରାଲି ସୌନ୍ଦର୍ଯ୍ୟବୃଦ୍ଧି କରିବାକୁ ଚାହୁଁଥିଲେ ପ୍ରତିଦିନ ବ୍ରେକୋଲିକୁ ଡାଏଟ୍ରେ ସାମିଲ୍ କରନ୍ତୁ । ବିଭିନ୍ନ ପ୍ରକାର ପୋଷକ ତତ୍ୱରେ ଭରପୂର ବ୍ରେକୋଲି ସୁନ୍ଦରତା ବଢାଇବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ତାହେଲେ ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି କ୍ଷେତ୍ରରେ ବ୍ରେକୋଲିର ଭୂମିକା –

୧- ବ୍ରେକୋଲିରେ ଥିବା ଗ୍ଲୁକୋରାଫେନିନ୍ ତତ୍ୱ ରାନ୍ଧିବା ପରେ ସଲ୍ଫୋରଫେନ୍ରେ ବଦଳି ଯାଇଥାଏ । ଏହା ତ୍ୱଚାରେ ଥିବା ବ୍ରଣ ଜନିତ କ୍ଷତ ଓ ରୋମଛିଦ୍ରକୁ ଭରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ବ୍ରେକୋଲିରେ ଥିବା ଭିଟାମିନ୍ ସି ତ୍ୱଚାର କୋଲେଜନ୍ ସ୍ତରକୁ ବୃଦ୍ଧି କରେ, ଯାହା ଫଳରେ ତ୍ୱଚା ସୁସ୍ଥ ରହେ ।
୨- ବ୍ରେକୋଲିରେ ଥିବା ଭିଟାମିନ୍ ସି, ଓମେଗା-୩ ଫ୍ୟାଟି ଏସିଡ୍ ଓ ଆଣ୍ଟି ଇନ୍ଫ୍ଲାମେଣ୍ଟାରୀ ଗୁଣ ସନ୍ବର୍ଣ୍ଣରୁ ତ୍ୱଚାକୁ ସୁରକ୍ଷା ପ୍ରଦାନ କରିଥାଏ ।
୩- ବ୍ରେକୋଲିରେ ଥିବା ବିଟା କେରୋଟିନ୍ ବୟସର ଛାପକୁ ରୋକିଥାଏ । ଏହା ସହିତ ତ୍ୱଚାରେ ଚମକ ଆଣିବା ପାଇଁ ବ୍ରେକୋଲି ସହାୟକ ହୋଇଥାଏ ।

Leave a Reply

Your email address will not be published.