ଉଚ୍ଚ ରକ୍ତଚାପ ରୋଗୀ ଜଳଖିଆରେ କ’ଣ ଖାଇବା ଉଚିତ

ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି ଯେ ବ୍ରେକଫାଷ୍ଟ୍ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ତେଣୁ ସକାଳର ଜଳଖିଆ ବା ବ୍ରେକଫାଷ୍ଟକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । କିନ୍ତୁ ଏ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ରୋଗୀମାନେ କ’ଣ ଖାଇବେ ଓ କ’ଣ ନ ଖାଇବେ ଏହାକୁ ନେଇ ସବୁବେଳେ ଦ୍ୱିମତ ଲାଗି ରହିଥାଏ । ତେବେ ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ ରୋଗୀଙ୍କ ବ୍ରେକଫାଷ୍ଟ୍ କିଭଳି ହେବା ଆବଶ୍ୟକ –

୧- କଦଳୀ, ଷ୍ଟ୍ରବେରି, ଆପୁଲ୍ ଓ ବ୍ଲାକବେରୀକୁ ନିଜ ବ୍ରେକଫାଷ୍ଟରେ ସାମିଲ୍ କରନ୍ତୁ । ଏଥିରେ କ୍ୟାଲସିୟମ୍ ଓ ଫାଇବର୍ ଭରପୁର ମାତ୍ରାରେ ରହିଛି, ଯାହାକି ରକ୍ତଚାପ ନିୟନ୍ତ୍ରଣରେ ସହାୟକ । ଏହା ବ୍ୟତୀତ ଏହିସବୁ ଫଳଗୁଡ଼ିକରେ ରେଡିୟମ୍ ନାମକ ଏକ ତତ୍ୱ କମ୍ ପରିମାଣରେ ରହିଛି । ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏକ ଔଷଧ ଭଳି କାମ କରିଥାଏ ।

୨- ଫାଇବର୍ ଓ ମିନେରାଲସରେ ଭରପୁର ଅଖରୋଟ୍, ବ୍ରାଜିଲ୍ ନଟସ୍ ଓ ହେଜେଲ୍ ନଟସ୍ ସଲଟ୍-ଫ୍ରି ହେବା କାରଣରୁ ଏହାକୁ ବ୍ରେକଫାଷ୍ଟରେ ସାମିଲ୍ କରନ୍ତୁ । ଉଚ୍ଚ ରକ୍ତଚାପ ସହିତ ଏହା ଅନ୍ୟ କେତେକ ଛୋଟମୋଟ ରୋଗ ମଧ୍ୟ ଦୂର କରିଥାଏ ।

୩- ପଇଡ଼ ପାଣି ଓ ବିଟ୍ ରସ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏକ ମହୌଷଧି ସଦୃଶ । ବିଟ୍ ରସର ଜୁସ୍ ପ୍ରସ୍ତୁତ କରି ପିଅନ୍ତୁ । ଏହା ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିବା ସହିତ ଉଚ୍ଚ ରକ୍ତଚାପ ଜନିତ ଆଉ କେତେକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published.