କରଣ, ସଞ୍ଜୁ ଓ ସୋନମ୍ ମଧ୍ୟରେ ବକ୍ସଅଫିସ୍ ଯୁଦ୍ଧ

0
32
advertisement

ଫ୍ରାଇଡେ’ ରିଲିଜକୁ ଅପେକ୍ଷା କରି ବସିଥିବା ସିନପ୍ରେମୀଙ୍କ ପାଇଁ ଏହି ସପ୍ତାହ ଢ଼େର୍ ମନୋରଞ୍ଜନ ନେଇଆସିଛି । ଏକାସାଙ୍ଗରେ ରିଲିଜ୍ ହୋଇଛି ‘ପଲ୍ ପଲ୍ ଦିଲ୍ କେ ପାସ୍’, ‘ପ୍ରସ୍ଥାନମ୍’ ଓ ଜୋୟା ଫାକ୍ଟର୍’ । ତେଣୁ ଏହି ୩ଟି ଫିଲ୍ମ ମଧ୍ୟରେ ଦର୍ଶକ ବାଣ୍ଟି ହୋଇଯାଇଛନ୍ତି, ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ବକ୍ସଅଫିସ୍ ଉପରେ । ଆକ୍ସନ୍ କିଙ୍ଗ୍ ସନ୍ନି ଦେଓଲଙ୍କ ସୁପୁତ୍ର କରଣ ଦେଓଲ ଓ ନବାଗତା ସେହର ବାମ୍ବାଙ୍କ ଅଭିନୀତ ରୋମାଣ୍ଟିକ୍ ଫିଲ୍ମ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଥିଲେ ମଧ୍ୟ ଓପନିଙ୍ଗ୍ ଡେ’ରେ ୧ କୋଟି ୧୦ ଲକ୍ଷ ଟଙ୍କାର ବିଜନେସ୍ କରିଥିଲା । ଦ୍ୱିତୀୟ ଦିନ ଏହାର କଲେକସନ୍ ଥିଲା ପ୍ରାୟ ୨ କୋଟି । ଏହି ତୁଳନାରେ ଦେଖିବାକୁ ଗଲେ ସଞ୍ଜୟ ଦତ୍ତଙ୍କ ପ୍ରଡକସନ୍ ହାଉସ୍ ପକ୍ଷରୁ ନିର୍ମିତ ‘ପ୍ରସ୍ଥାନମ୍’ ପ୍ରଥମ ଦିନ ୩.୦୭ କୋଟି ଟଙ୍କାର ବ୍ୟବସାୟ କରିଥିଲା । ସଞ୍ଜୟ ଦତ୍ତ, ଅମାୟରା ଦସ୍ତୁର୍, ଅଲ୍ଲି ଫଜଲ୍, ଜ୍ୟାକି ସ୍ରଫ୍, ଚଙ୍କି ପାଣ୍ଡେ, ଓ ସତ୍ୟଜିତ୍ ଦୁବେଙ୍କ ଅଭିନୀତ ଏହି ଫିଲ୍ମ ଶନିବାର ଦିନ ମାତ୍ର ୧ କୋଟିର ବ୍ୟବସାୟ କରିପାରିଛି ।

ଏହି ଦୁଇଟି ଫିଲ୍ମ ପରେ ଆସୁଛି ସୋନମ୍ କପୁରଙ୍କ ଅଭିନୀତ ‘ଜୋୟା ଫାକ୍ଟର’ର କଥା । ସୋନମଙ୍କ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଥିଲେ ମଧ୍ୟ ‘ଜୋୟା ଫାକ୍ଟର୍’ ଓପନିଙ୍ଗ୍ ଡେ’ ବ୍ୟବସାୟରେ ବିଫଳ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ପ୍ରଥମ ଦିନ ଏହାର ବକ୍ସଅଫିସ୍ ବ୍ୟବସାୟ ଥିଲା ମାତ୍ର ୭୦ ଲକ୍ଷ, ଯାହାକି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ତେବେ ଆଗାମୀ ଦିନରେ କେଉଁ ଫିଲ୍ମ ବକ୍ସଅଫିସରେ ବାଜି ମାରିନେବ ଏବଂ କେଉଁଟି ପଛରେ ରହିଯିବ, ତାହା ଦେଖିବା ବାକି ରହିଲା ।