ଜୁନ୍‌-୨ରୁ ବ୍ୟାପକ ହେବ ଟ୍ରେନ୍‌ ଚଳାଚଳ: ୨୩୦ ଟ୍ରେନ୍‌ ପାଇଁ ଟିକଟ ବୁକିଂ ଆରମ୍ଭ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ପୂର୍ବ ଘୋଷିତ ୧୫ ହଳ ସ୍ଵତନ୍ତ୍ର ଏସି ଟ୍ରେନ୍‌କୁ ମିଶାଇ ୨୩୦ ଟ୍ରେନ୍‌ ପାଇଁ ଆରମ୍ଭ ହୋଇଛି ଟିକଟ୍‌ ବୁକିଂ। ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ୍‌ରେ ଥିବା କାଉଣ୍ଟରକୁଡ଼ିକରେ ଏହି ସେବା ଉପଲବ୍ଧ ହୋଇଛି। ଭୁବନେଶ୍ଵର, କଟକ, ପୁରୀ, କୋରାପୁଟ, କେସିଙ୍ଗା, ମୁନିଗୁଡ଼ା, ବରପାଲି, ସମ୍ବଲପୁର ରୋଡ, ସମ୍ବଲପୁର, ରେଢ଼ାଖୋଲ, ଖରିଆର, ଟିଟିଲାଗଡ଼, ଖୋର୍ଦ୍ଧାରେଡ୍‌, ଡୁଙ୍ଗୁରିପାଲି, ଭଦ୍ରକ, ଚିଲିକା, ବ୍ରହ୍ମପୁର, ଯାଜପୁର କେନ୍ଦୁଝର ରୋଡ, ତାଳଚେର, ଢେଙ୍କାନାଳ ଭଳି ଷ୍ଟେସନ୍‌ରେ ବୁକିଂ କାଉଣ୍ଟର ଖୋଲା ରହିଛି। ସକାଳ ୮ଟାରୁ ଏହି କାଉଣ୍ଟର ଖୋଲା ଥିଲେ ମଧ୍ୟ ଲୋକଙ୍କ ଗହଳି କମ୍‌ ପରିଲକ୍ଷିତ ହୋଇଛି।

Advertisement

ରେଳ ବିଭାଗର ଘୋଷଣା ଅନୁସାରେ ରାଜ୍ୟରୁ କୋଣାର୍କ ଏକ୍ସପ୍ରେସ, ଭୁବନେଶ୍ୱର-ହାଓ୍ବଡା ଜନ ଶତାବ୍ଦୀ, ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀରୁ ସିଲଡା ପର୍ଯ୍ୟନ୍ତ ଦୁରନ୍ତୋ ଏବଂ ବିଶାଖାପାଟଣାରୁ ନୂଆଦିଲ୍ଲୀ- ଏପି ଏକ୍ସପ୍ରେସ ଜୁନ ୨ ତାରିଖରୁ ଚଳାଚଳ କରିବ।

ରେଳ ଷ୍ଟେସନ୍‌ରେ ଥିବା କାଉଣ୍ଟର ବାଦ୍‌ ପୋଷ୍ଟ ଅଫିସ, ସାଧାରଣ ସେବା କେନ୍ଦ୍ର (ସିଏସସି) ଏବଂ ଟିକେଟ୍ ଏଜେଣ୍ଟଙ୍କ ମାଧ୍ୟମରେ ସଂରକ୍ଷିତ ଟିକେଟ୍ ସଂରକ୍ଷଣ ପାଇଁ ଗୁରୁବାର ରେଳ ବୋର୍ଡ ମଧ୍ୟ ଅନୁମତି ଦେଇଛି। ଆଜିଠାରୁ ଏହିସବୁ  କେନ୍ଦ୍ରରେ ଟିକଟ ବୁକିଂ ହୋଇପାରିବ। ସେହିପରି ଏହି କେନ୍ଦ୍ରରେ ମଧ୍ୟ ଟିକଟ ବାତିଲ କରାଯାଇ ପଇସା ଫେରସ୍ତ ହୋଇପାରିବ।

Advertisements

Leave a Reply

%d bloggers like this: