ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ୍

ଅହମ୍ମଦାବାଦ(ଓଟି): ଟ୍ରମ୍ପଙ୍କ ମୁହଁରେ ଅଜସ୍ର ପ୍ରଶଂସା। ଭାରତ ସମେତ ମୋଦୀଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ଟ୍ରମ୍ପ୍। ତେବେ ଖାଲି ସତେିକି ନୁହେଁ, ବଲିଉଡ୍‌ରୁ ଆରମ୍ଭ କରି ଭାଙ୍ଗରା ନୃତ୍ୟ, ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କ ଭଳି କ୍ରୀଡ଼ାବିତ୍‌ଙ୍କୁ ମଧ୍ୟ ଖୁବ୍‌ ଗୁଣଗାନ କରିଛନ୍ତି ଆମେରିକା ମୁଖ୍ୟ ଟ୍ରମ୍ପ୍।

ଭାରତ ଆସିବା ତାଙ୍କ ପାଇଁ ଗୌରବର ବିଷୟ, ମୋଦୀ ତାଙ୍କର ଭଲ ବନ୍ଧୁ- ସେ ଜଣେ ଚାମ୍ପିଅନ୍‌ ଆଉ ଭାରତକୁ ବିକାଶ ଦିଗରେ ଆଗେଇ ନେଉଛନ୍ତି। ତାଙ୍କର ନୀତି ଓ ଆଦର୍ଶ ମହାନ ଏବଂ ସେଥିପାଇଁ ତାଙ୍କୁ ଲୋକେ ଭଲ ପାଉଛନ୍ତି ବୋଲି କହିଛନ୍ତି ଟ୍ରମ୍ପ୍। ଏଥିସହ ବନ୍ଧୁ ରାଷ୍ଟ୍ର ଭାବେ ଆମେରିକା ଭାରତର ଖୁବ୍‌ ସମ୍ମାନ କରେ। ପାଞ୍ଚ ମାସ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମରିକା ସ୍ୱାଗତ କରିଥିଲାବଳେ ଆଜି ଭାରତ ଆମର ସ୍ୱାଗତ କରିଥିବାରୁ ଆମେ ଖୁବ୍‌ ଆନନ୍ଦିତ। ପ୍ରଧାନମନ୍ତ୍ରୀ ଆମର ଭବ୍ୟ ସ୍ୱାଗତ କରିଛନ୍ତି ଓ  ଆଜି ଆମେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଥିବାରୁ ଖୁସି ଲାଗୁଛି ବୋଲି କହିଛନ୍ତି ଟ୍ରମ୍ପ।

ଅନ୍ୟପକ୍ଷରେ ବଲିଉଡ ଫିଲ୍ମକୁ ମଧ୍ୟ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍।

ସୋଲେ-ଡିଡିଏଲ୍‌- ଶୁଭ ମଙ୍ଗଲ…

ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ହିନ୍ଦୀ ସିନେମା ବିଷୟରେ ଚର୍ଚ୍ଚା କରିଛନ୍ତି ଟ୍ରମ୍ପ୍। ଯେଉଁଠି ଚର୍ଚ୍ଚିତ ଚଳଚ୍ଚିତ୍ର ଶୋଲେ-ଡିଡିଏଲ୍‌ଠାରୁ ଆରମ୍ଭ କରି ସାମ୍ପ୍ରତିକ ଫିଲ୍ମ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ ବିଷୟରେ ସେ ସୂଚାଇଛନ୍ତି। ଶାହରୁଖ ଓ କାଜୋଲଙ୍କ ବ୍ଲକବଷ୍ଟର ହିଟ୍ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ବିଷୟରେ କହିବାକୁ ଯାଇ ଭାରତୀୟ ଫିଲ୍ମର ସଙ୍ଗୀତ ରଚନା ଓ ଭାଙ୍ଗଡ଼ା ନୃତ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧକର ବୋଲି ସେ କହିଛନ୍ତି। ‘ଶୋଲେ’କୁ ମଧ୍ୟ ସ୍ମରଣ କରିଥିଲେ ଟ୍ରମ୍ପ। ଏପରିକି କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିକଟରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପ୍ରଂଶସା କରିଥିଲେ। ଭାରତରେ ସମଲିଙ୍ଗୀ ସମ୍ପର୍କକୁ ବୈଧ କରାଯିବା ପରେ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ସମାଜ ପାଇଁ ଭଲ ବାର୍ତ୍ତା  ବୋଲି ଟ୍ରମ୍ପ ଟ୍ୱିଟ୍ କରି ପ୍ରଂଶସା କରିଥିଲେ। ସେହିପରି ଆଜି ମଧ୍ୟ ଭାରତୀୟ ଚଳଚ୍ଚିତ୍ରକୁ ଖୁବ୍‌ ପ୍ରଶଂସା କରିଛନ୍ତି ଟ୍ରମ୍ପ୍।

Leave a Reply

Your email address will not be published.