ଦାମୀ ବଲିଉଡ୍ ନାୟିକା ତାଲିକାରେ ନାହାନ୍ତି ଜଣେ ବି ଅଭିନେତ୍ରୀ, ନାୟକମାନଙ୍କ ମଧ୍ୟରେ ଚାଲିଛି ଅଙ୍କକଷା

ନିକଟରେ ବଲିଉଡ୍ ତାରକାଙ୍କ ଫି’କୁ ନେଇ ଏକ ରୋମାଞ୍ଚକ ଖବର ପ୍ରକାଶ ପାଇଛି । ବଲିଉଡ୍ର ଫି’କୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତାଲିକାରେ ଜଣେ ମଧ୍ୟ ନାୟିକା ନାହାନ୍ତି । କାରଣ ବଲିଉଡ୍ରେ ନାୟକଙ୍କ ଅପେକ୍ଷା ନାୟିକାଙ୍କୁ କମ୍ରୁ କମ୍ ଫି’ ମିଳିଥାଏ ।

ଏମିତିକି ଜଣେ ନାୟକ ଗୋଟିଏ ଫିଲ୍ମ ପାଇଁ ଫି’ ବାବଦରେ ୬୦ କୋଟି ନେଉଥିବାବେଳେ ନାୟିକାଙ୍କୁ ମିଳେ ମାତ୍ର ୭ରୁ ୮ କୋଟି । ଏହି ପକ୍ଷପାତିତାକୁ ଦୀପିକା ପାଦୁକୋଣ୍ ସବୁବେଳେ ବିରୋଧ କରି ଆସୁଛନ୍ତି । ନିକଟରେ ଶୁଣିବାକୁ ମିଳିଥିଲା ଯେ ନାୟକଙ୍କ ଅନୁଯାୟୀ ସମାନ ଫି’ ନଦେଲେ ଦୀପିକା ଫିଲ୍ମ ସାଇନ୍ କରି

ଦାମୀ ବଲିଉଡ୍ ତାରକା ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ସଲ୍ଲୁ ଭାଇଜାନ୍ । ସଲ୍ଲୁଙ୍କର ଫି’ ହେଉଛି ୬୦କୋଟି ଟଙ୍କା । ସଲ୍ଲୁଙ୍କ ପରେ ଅଛନ୍ତି ମିଷ୍ଟର୍ ପରଫେକ୍ଟ ଅମୀର୍ । ଗୋଟିଏ ଫିଲ୍ମ ପାଇଁ ଅମୀର୍ ୫୦-୫୫ କୋଟି ନେଇଥାନ୍ତି । ଏହାପରେ କ୍ରମାନ୍ୱୟରେ ଅଛନ୍ତି ବାଦ୍ଶାହ ଶାହରୁଖ୍ ଖାନ୍ (୪୦-୪୫କୋଟି), ଅକ୍ଷୟକୁମାର (୪୦-୪୫କୋଟି), ହ୍ରିତିକ୍ ରୋସନ୍ (୪୦ କୋଟି), ରଣବୀର୍ କପୁର୍ (୨୫ କୋଟି), ଅଜୟ ଦେବଗନ୍ (୨୨-୨୫ କୋଟି), ବିଗ୍ ବି (୧୮-୨୦ କୋଟି) ଓ ରଣବୀର୍ ସିଂ (୨୦ କୋଟି) ।

ଆଗାମୀ ବାୟୋପିକ୍: ‘ପିଏମ୍ ନରେନ୍ଦ୍ର ମୋଦି’ 




‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ୍’କୁ ଆଉ ଏକ ଝଟ୍କା 

https://odishatime.com/thugs-of-hindostan/

Leave a Reply

Your email address will not be published.