ଏଣିକି ଧାରଣା ବା ବିକ୍ଷୋଭ ପାଇଁ ବିଏମ‌୍‍ସିକୁ ଦେବାକୁ ପଡ଼ିବ ଦେୟ

0
21

ଭୁବନେଶ୍ୱର,(ଓଟି): ଏଣିକି ଧାରଣା ଦେଲେ ବା ବିକ୍ଷୋଭ ପ୍ରଦର୍ଶନ କଲେ ବିଏମସିକୁ ଦେୟ ଦେବାକୁ ପଡ଼ିବ। ପ୍ରଶାସନିକ ଏବଂ ପରିମଳ ବାବଦରେ ଏହି ଦେୟ ଦିଆଯିବ। ଧାରଣା ଦେଉଥିବା ସଂସ୍ଥା/ସଂଗଠନ/ବ୍ୟକ୍ତିବିଶେଷ ଦିନକୁ ୫୦୦ ଟଙ୍କା ଦେୟ ଦେବେ। ଏହାବ୍ୟତୀତ ୧୦୦ରୁ ୫୦୦ ପର୍ଯ୍ୟନ୍ତ ଲୋକ ଧାରଣାରେ ସାମିଲ ହେଲେ ୧୦୦୦ ଟଙ୍କା, ୫୦୦ରୁ ଅଧିକ ଲୋକ ହେଲେ ଦିନକୁ ଦେୟରାଶି ବ୍ୟତୀତ ୫୦୦ଟଙ୍କା ଏବଂ ୫୦୦ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଜଣକା ପିଛା ୫ଟଙ୍କା ଲେଖାଏଁ ଦେୟ ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ ବାହାଘର ପାଇଁ ପ୍ରସେସନ କିମ୍ୱା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସେସନ ଗଲେ ମଧ୍ୟ ବିଏମ‌୍‍ସିକୁ ପଇସା ଗଣିବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମମାନଙ୍କ ପାଇଁ ୫୦୦୦ ଟଙ୍କା ଶୁË ଦେବାକୁ ପଡ଼ିବ। ଏହି ଦେୟରାଶି ସମ୍ପୃକ୍ତ ସଂସ୍ଥା କିମ୍ୱା ବ୍ୟକ୍ତିବିଶେଷ ନିଜ ଅଂଚଳର ଜୋନ‌୍‍ କାର୍ଯ୍ୟାଳୟରେ ଦେଇପାରିବେ। ଏନେଇ ବିଏମ‌୍‍ସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏ ସଂକ୍ରାନ୍ତରେ କମିଶନରେଟ ପୋଲିସ‌୍‍କୁ ବିଏମ‌୍‍ସି ପକ୍ଷରୁ ଚିଠି ଲେଖାଯିବ ବୋଲି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Loading...