ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁକୁ ଅସ୍ବୀକାର କଲେ ବିଏମସି କମିଶନର, କହିଲେ- ଚାଲିଛି ତନାଘନା

ଭୁବନେଶ୍ବର, (ଓଡିଶା ଟାଇମ୍):ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ନେଇ କୌଣସି ଖବର ନଥିବା କହିଛନ୍ତି ବିଏମସି କମିଶନର । ପ୍ରତିଦିନ ସର୍ଭିଲାନ୍ସ ଚାଲିଛି । ସୋମବାର ସୁଦ୍ଧା ବିଏମସିରେ ୪୫୦ରୁ ଅଧିକ ଘରେ ସର୍ଭିଲାନ୍ସ କରାଯାଇଛି ।

ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୧ କ୍ୟୁମୁଲେଟିଭ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ଭୁବନେଶ୍ବରର ନର୍ଥ ଜୋନ୍ ରେ ମୋଟ୍ ୫୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ୱାର୍ଡ ୧୪, ୧୭,  ୭, ୪୨ରେ ବେଶୀ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସକାଳେ ଖବର ମିଳିଲା ଯେ, ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି । ଗୋଟିଏ ଟିମ୍ ତାଙ୍କ ଘରକୁ ଯାଇଛନ୍ତି । ଟିମ୍ ବର୍ତ୍ତମାନ ତାଙ୍କ ଘର ଲୋକଙ୍କ ସହ କଥା ହେଉଛନ୍ତି । ମୃତକ ଟେଷ୍ଟ କେଉଁଠି କରିଥିଲେ, କିଛି ସ୍ବାସ୍ଥ୍ୟ ସମସ୍ୟା ରହିଛି କି ? ଏସବୁର ତନାଘନା ଚାଲିଛି । ସନ୍ଧ୍ୟା ସୁଦ୍ଧା ଆମେ କହିପାରିବୁ ନାବାଳିକା ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି ନା’ ନାହିଁ ।

Leave a Reply

Your email address will not be published. Required fields are marked *