ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ, ୭ ଆହତ

ଝାରସୁଗୁଡ଼ା, (ଓଡିଶା ଟାଇମ୍) : ଝାରସୁଗୁଡ଼ା ଜିଲା ଲହଣ୍ଡାବୁଡ଼ ସ୍ଥିତ ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ଆଜି ବିସ୍ଫୋରଣ ଘଟି ୭ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।

ଆଜି ସକାଳ ୯.୩୦ ମିନିଟରେ କାରଖାନାର ଦ୍ୱିତୀୟ ମହଲାରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସରେ ନିଆ ଲାଗି ଯିବାରୁ ବିସ୍ଫୋରଣ ଘଟିଥିଲା। ଏହାର ପ୍ରଭାବରେ ସେଠାରେ କାମ କରୁଥିବା ୭ ଜଣ ଶ୍ରମିକଙ୍କ ଉପରେ ଉତ୍ତତ୍ପ ତରଳ ଲୁହା ପଡିବାରୁ ସେମାନେ ଆହତ ହୋଇଥିଲେ। ତେବେ ତାଙ୍କ ମଧ୍ୟରୁ ୨ ଜଣ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି।

ଆହତଙ୍କୁ ପ୍ରଥମେ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ବର୍ଣ୍ଣ ୟୁନିଟ ନ ଥିବାରୁ ସମସ୍ତଙ୍କୁ ରାଉରକେଲା ଆଇଜିଏଚ ହସ୍ପିଟାଲ ସ୍ଥାନନ୍ତରଣ କରାଯାଇଥିବା ଝାରସୁଗୁଡା ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଅପରପକ୍ଷେ ଟିଏସପିଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣର କାରଣ ଏ ଯାଏ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published.