ବିଜେପି ଚିନ୍ତା ବଢ଼ାଉଛି ଦଳିତ ଭୋଟ

ଭୁବନେଶ୍ୱର,(ଓଟି): ବିଗତ ଏକ ବର୍ଷ ହେଲା ଦେଶର ଦଳିତ ମତଦାତାମାନେ ବିଜେପିଠାରୁ ମୁହଁ ଫେରାଇବାରେ ଲାଗିଲେଣି। ନିକଟ ଭବିଷ୍ୟତରେ ଏହି ଦଳିତ ମତଦାତାମାନେ ନିଜର ଚିନ୍ତାଧାରା ପରିବର୍ତ୍ତନ କରିବାର ସମ୍ଭାବନା ନଥିବାରୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କଠୋର ଅଗ୍ନି ପରୀକ୍ଷା ସାବ୍ୟସ୍ତ ହେବ ବୋଲି ଆଲୋଚନା ହେଉଛି। ଦଳିତମାନଙ୍କର ଚାଉଳ ଓ ଡ଼ାଲିରେ ଯେତେ ଖେଚୁଡ଼ି ରାନ୍ଧିଲେ ବି ତାହା ବିଜେପିକୁ କେତେ ଲାଭ ଦେବ ତାହା ସମୟ କହିବ।

ସଦ୍ୟ ସମାପ୍ତ ୫ଟି ବିଧାନସଭା ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଗଣାଯାଏ ଯେ ଆଗାମୀ ନିର୍ବାଚନରେ ବିଜେପିର ସ˚ଖ୍ୟାଲଘୁ ଓ ଦଳିତ ଭୋଟ୍ବ୍ୟାଙ୍କ ସ୍ଥିତି ଅଧିକ ଶୋଚନୀୟ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆଦିବାସୀ ଓ ହରିଜନଙ୍କ ପାଇଁ ସ˚ରକ୍ଷିତ ମୋଟ ୧୮୧ ଆସନରୁ ବିଜେପି ୨୦୧୩ ନିର୍ବାଚନରେ ୧୨୯ରେ ବିଜୟୀ ହୋଇଥିଲା। ଗତମାସରେ ହୋଇଥିବା ନିର୍ବାଚନରେ କ୍ଷମତାଚ୍ୟୁତ ବିଜେପି ସେଥିରୁ ମାତ୍ର ୬୦ଟି ଆସନରେ ନିଜର ସମ୍ମାନ ବଞ୍ଚାଇ ପାରିଛି।

ରାଜସ୍ଥାନରେ ୫୯ଟି ସ˚ରକ୍ଷିତ ଆସନରୁ ବିଜେପି ପୂର୍ବ ନିର୍ବାଚନରେ ୫୦ଟି ଦଖଲ କରିଥିବା ବେଳେ ଏହି ନିର୍ବାଚନରେ ତାହା ୨୧କୁ ହ୍ରାସ ପାଇଛି। ଅନୁରୂପ ଭାବେ ମଧ୍ୟପ୍ରଦେଶର ୮୨ଟି ସ˚ରକ୍ଷିତ ଆସନରୁ ବିଜେପି ପୂର୍ବର ୫୯ଟି ଆସନ ପାଇଥିଲା ବେଳେ ଏଥର ପାଇଛି ୩୪ଟି। ଛତିଶଗଡ଼ର ୩୯ଟି ସ˚ରକ୍ଷିତ ଆସନରୁ ବିଜେପି ୨୦ଟି ପାଇଥିଲା ବେଳେ ଏଥର ୧୫ଟି ଆସନ ହରାଇ ୫କୁ ଖସିଛି। ଅନୁସୂଚିତ ଜାତି/ଜନଜାତି ନିର୍ଯାତନା ପ୍ରତିରୋଧ ଆଇନର ସ˚ଶୋଧନକୁ ନେଇ ସୂତ୍ରପାତ ଆଇନଗତ ବିବାଦ ଯୋଗୁଁ ବିଜେପି ଦଳିତ ବର୍ଗଙ୍କ ଆସ୍ଥା ହରାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଦଳିତ ଓ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ସେମାନଙ୍କ ଘରେ ବିଜେପି ନେତୃବର୍ଗଙ୍କ ‘ବରାଦିଆ ଭୋଜନ’ କୌଶଳ ମଧ୍ୟ ଫେଲ୍ମାରୁଛି।

୨୦୧୪ ଲୋକସଭା ନିର୍ବାଚନରେ ଏକକ ସ˚ଖ୍ୟାଗରିଷ୍ଠତା ଲାଭ କରିଥିବା ବିଜେପି ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ˚ରକ୍ଷିତ ୮୪ ଓ ୪୭ ଆସନ ମଧ୍ୟରୁ ଯଥାକ୍ରମେ ୩୬ଟି ଓ ୩୧ଟି ଆସନ ପାଇଥିଲା। ମୋଟ ୧୩୧ ସ˚ରକ୍ଷିତ ଆସନରୁ ବିଜେପିକୁ ମିଳିଥିଲା ୬୭ଟି।

ଉପରୋକ୍ତ ୩ଟି ରାଜ୍ୟ ସହିତ ଡିସେମ୍ବରରେ ଅନୁଷ୍ଠିତ ମିଜୋରାମ ଓ ତେଲେଙ୍ଗାନା ନିର୍ବାଚନରେ ବିଜେପି ପ୍ରତି ସ˚ଖ୍ୟାଲଘୁ ସମ୍ପ୍ରଦାୟଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ। ୨୦୧୮ ଜାନୁଆରି ସୁଦ୍ଧା ହିସାବ ଅନୁଯାୟୀ ବିଜେପିର ମୋଟ ୧୪୧୮ ଜଣ ବିଧାୟକଙ୍କ ମଧ୍ୟରେ ମାତ୍ର ୪ ଜଣ ମୁସଲମାନ ପ୍ରତିନିଧି। ପୁଣି ଲୋକସଭାରେ ବିଜେପିର ଜଣେ ହେଲେ ମୁସଲିମ ସାଂସଦ ନାହାନ୍ତି। ୨୦୧୪ ସ˚ସଦୀୟ ନିର୍ବାଚନରେ ବିଜେପି ମାତ୍ର ୭ ଜଣ ମୁସଲିମ୍ପ୍ରାର୍ଥୀ ଦେଇଥିବା ବେଳେ ଜଣେ ହେଲେ ନିର୍ବାଚିତ ହୋଇନଥିଲେ। ଦେଶର ମୋଟ ଜନସ˚ଖ୍ୟାର ପାଖାପାଖି ୩ଞ୍ଝ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଏବେ ବି ବିଜେପି ପ୍ରତି ବିଶ୍ବାସ ସଙ୍କଟ ଥିବାରୁ କ˚ଗ୍ରେସ ଓ ଆଞ୍ଚଳିକ ଦଳ ସେଥିରୁ ଯତ୍କିଞ୍ଚିତ ଫାଇଦା ପାଉଛନ୍ତି। ନିଜ ଗଡ଼ ସମେତ ୫ଟି ରାଜ୍ୟରେ ଝଟକା ଖାଇଥିବା ବିଜେପି ସ୍ବଳ୍ପ ସମୟ ମଧ୍ୟରେ ଯେ ଦଳିତ ଓ ସ˚ଖ୍ୟାଲଘୁ ଭୋଟ୍ବ୍ୟାଙ୍କର କ୍ଷତିଭରଣା କରିବାକୁ ସକ୍ଷମ ହେବ-ତାହାର ସମ୍ଭାବନା କ୍ଷୀଣ।

Leave a Reply

Your email address will not be published.