ଓଡିଶାରୁ ୧୨-୧୪ ଆସନ ପାଇପାରେ ବିଜେପି

0
1323
advt
< a href= "#">

୨୦୧୯ନିର୍ବାଚନରେ ବିଜେପି ବହୁମତରୁ ଦୂରରେ

ଭୁବନେଶ୍ୱର,(ଓଟି): ଗତ ନିର୍ବାଚନରେ ୨୮୨ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିବା ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ବହୁମତଠାରୁ ଦୂରରେ ରହିଛି। କ୍ରାଉଡ ୱିଜଡମ ପକ୍ଷରୁ ଜୁଲାଇ ମାସରେ କରାଯାଇଥିବା ନିର୍ବାଚନୀ ସର୍ଭେ ଅନୁସାରେ ବର୍ତ୍ତମାନ ନିର୍ବାଚନ କରାଗଲେ ବିଜେପି ମାତ୍ର ୨୪୬ ଆସନରେ ବିଜୟୀ ହେବ। ଅର୍ଥାତ୍ ଗତ ଥରଠାରୁ ୩୬ଟି ଲୋକସଭା ଆସନ ହରାଇବ। ସର୍ଭେରେ ସବୁଠାରୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ତାହା ହେଲା ଉତ୍ତରପ୍ରଦେଶରେ ବିଜେପି ୫ଟି ଆସନ ହରାଇ ୬୭ଟି ଲୋକସଭା ଆସନରେ ସୀମିତ ରହିବ। ଉତ୍ତର ପ୍ରଦେଶ ସମେତ ଉତ୍ତର ଭାରତରୁ ବିଜେପି ଯେଉଁ କ୍ଷତି ସହିବ ତାହା କିଛି ପରିମାଣରେ ଓଡିଶା, ପଶ୍ଚିମବଙ୍ଗ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରୁ ଭରଣା କରିବ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ସର୍ଭେ ରିପୋର୍ଟ ଅନୁସାରେ ଗତ ନିର୍ବାଚନରେ ଓଡିଶାରୁ ଗୋଟିଏ ମାତ୍ର ଲୋକସଭା ଆସନ ଜିତିଥିବା ବିଜେପି ୧୨-୧୪ଟି ଆସନରେ ବିଜୟୀ ହୋଇପାରେ ବୋଲି ଦର୍ଶାଯାଇଛି।

advt

ଗତ ଲୋକସଭା ନିର୍ବାଚନରେ ମାତ୍ର ୪୮ଟି ଆସନରେ ବିଜୟୀ ହୋଇ କ୍ଷମତା ହରାଇଥିବା କଂଗ୍ରେସ ତାର ଆସନ ସଂଖ୍ୟାରେ ଦୁଇଗୁଣୁ ଅଧିକ ବୃଦ୍ଦି କରିପାରେ। ଅର୍ଥାତ୍ କଂଗ୍ରେସ ୧୦୨ଟି ଆସନରେ ବିଜୟୀ ହୋଇପାରେ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। କଂଗ୍ରେସ ତାର ଆସନ ସଂଖ୍ୟା ବିଜେପି ଗଡ କୁହାଯାଉଥିବା ଉତ୍ତର ଭାରତର ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ବୃଦ୍ଧି କରିପାରେ ବୋଲି ସର୍ଭେରେ ଦର୍ଶାଯାଇଛି। ଦକ୍ଷିଣ ଭାରତର ତାମିଲନାଡୁରେ ଡିଏମକେ ଓ ବିହାରର ଆରଜେଡି ସହିତ ମେଣ୍ଟ କରି କଂଗ୍ରେସ ୧୦୨ ସଂଖ୍ୟାରେ ପହଞ୍ଚିବ ବୋଲି କୁହାଯାଇଛି।

ମଇମାସ ରିପୋର୍ଟରେ ବିଜେପିର ଆସନ ସଂଖ୍ୟା କମ ରହିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣର ଯାଦୁ ଏବେ ବି ଲୋକମାନଙ୍କ ଉପରେ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଓ ଭାଷଣ ଫଳରେ ବିଜେପିର ସ୍ଥିତି ସୁଧୁରିବାରେ ଲାଗିଛି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ମହାରାଷ୍ଟ୍ରରେ ମରାଠାମାନଙ୍କ ଆନ୍ଦୋଳନ ଯୋଗୁଁ ଗତ ଥର ଅପେକ୍ଷା ଆଗାମୀ ନିର୍ବାଚନରେ ବିଜେପିକୁ କ୍ଷତି ସହିବାକୁ ପଡିବ। ସର୍ଭେରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରୁ ୭୦ପତିଶତ ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବାକୁ ଚାହିଁଛନ୍ତି।

ଉତ୍ତରପ୍ରଦେଶରେ ବିଜେପି ସମାଜବାଦୀ ପାର୍ଟି-ବିଏସପି-କଂଗ୍ରେସ ମେଣ୍ଟର ସଫଳ ମୁକାବିଲା କରି ମାତ୍ର ୫ଟି ଆସନ ହରାଇ ୬୭ରୁ ୭୨ଟି ଆସନରେ ବିଜୟୀ ହୋଇପାରେ ବୋଲି ମତଦାତାମାନେ ସମର୍ଥନ କରିଛନ୍ତି। ଏହା ପୁର୍ବରୁ ସମାଜବାଦୀ ପାର୍ଟି ୧୩ଟି ଓ ବିଏସପି ୧୨ଟି ଆସନରେ ବିଜୟୀ ହେବ ବୋଲି ଆଶା କରାଯାଉଥିଲା ବେଳେ ଜୁଲାଇ ମାସରେ ଏହା ମାତ୍ର ୩ଟି ଆସନକୁ ଖସି ଆସିଯାଇଛି। ଏହି ୩ଟି ଆସନ ବିଏସପି ଜିତିବ ବୋଲି ଆକଳନ କରାଯାଇଛି। ସମାଜବାଦୀ ପାର୍ଟି ଓ କଂଗ୍ରେସ ପୂର୍ବଭଳି ନିଜ ଆସନ ବଜାୟ ରଖିବେ ବୋଲି ଜଣାପଡିଛି।

ଇିହାରର ୪୦ଟି ଆସନରୁ ଗତଥର ବିଜେପି ୨୨ଟି ଆସନ ବିଜୟୀ ହୋଇଥିଲା। ଆଗାମୀ ୨୦୧୯ ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ ୩୧ଟିରୁ ୩୫ଟି ଆସନରେ ବିଜୟୀ ହୋଇପାରେ। ପଶ୍ଚିମବଙ୍ଗରେ ବିଜେପି ତାର ଆସନ ସଂଖ୍ୟା ୨ରୁ ୫କୁ ବୃଦ୍ଧି କରିବ ବୋଲି ଆକଳନ କରାଯାଇଛି। ମହାରାଷ୍ଟ୍ରରେ ବିଜେପି ଗତ ନିର୍ବାଚନରେ ୨୩ଟି ଆସନରେ ବିଜୟୀ ହୋଥିବାବେଳେ ଆଗାମୀ ନିର୍ବାଚନରେ ଏହା ୩୦ରୁ ୩୩ଟି ଆସନକୁ ବୃଦ୍ଧି ହୋଇପାରେ। କେରଳରେ କଂଗ୍ରେସ ଗତ ନିର୍ବାଚନରେ ୧୨ଟି ଆସନରେ ବିଜୟୀ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ଏହା ୬ରୁ ୮ଟି ଆସନକୁ ଖସି ଆସିପାରେ ବୋଲି ସର୍ଭେରେ ଦର୍ଶାଯାଇଛି। ଗତ ନିର୍ବାଚନରେ ତାମିଲନାଡୁରେ ଏଆଇଏଡିଏମକେ ୩୭ଟି ଆସନରେ ବିଜୟୀ ହୋଇଥିଲା। ଆଗାମୀ ନିର୍ବାଚନରେ ତାହା ଏଆଇଏଡିଏମକେ ରଖିପାରିବ ନାହିଁ। କୌଣସି ଆସନରେ ବିଜୟୀ ହୋଇନଥିବା ଡିଏମକେ ୩୬ରୁ ୩୯ଟି ଆସନରେ ବିଜୟୀ ହୋଇପାରେ ବୋଲି ସର୍ଭେରେ ଦର୍ଶାଯାଇଛି।

କର୍ଣ୍ଣାଟକରେ ବିଜେପି ଗତ ନିର୍ବାଚନରେ ୧୭ଟି ଲୋକସଭା ଆସନରେ ବିଜୟୀ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ଏହା ୨୧ରୁ ୨୩କୁ ବୃଦ୍ଧି ପାଇପାରେ। ବିଜେପିର ନୂଆ ରାଜ୍ୟ ଭାବେ ପରିଚିତ ହୋଇଥିବା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଗତ ଥର ୭ଟି ଆସନରେ ବିଜୟୀ ହୋଇଥିବାବେଳେ ଆଗାମୀ ୨୦୧୯ ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ୨୨ରୁ ୨୪କୁ ବୃଦ୍ଧି ପାଇପାରେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଗାମୀ ନିର୍ବାଚନରେ କ୍ଷମତା ହାସଲର ସ୍ୱପ୍ନ ଦେଖୁଥିବା ବିଜେପି ପାଇଁ ସର୍ଭେରେ ଖୁସି ଖବର ରହିଛି। ଗତ ନିର୍ବାଚନରେ ଗୋଟିଏ ମାତ୍ର ସୁନ୍ଦରଗଡ ଲୋକସଭାରେ ବିଜେପି ବିଜୟୀ ହୋଇଥିଲା। ବର୍ତ୍ତମାନ ନିର୍ବାଚନ ହେଲେ ବିଜେପି ୧୨ରୁ ୧୪ଟି ଲୋକସଭା ନିର୍ବାଚନରେ ବିଜୟୀ ହୋଇପାରେ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

advt
< a href= "#">