ବିଜେପି ଏଜେଣ୍ଡାରେ ନାହିଁ ସ୍ୱତନ୍ତ୍ର ରାଜ୍ୟ, ଦେଢ଼ଗୁଣା ଏମଏସ୍ପି ଓ ନିଯୁକ୍ତି

ରାଜ୍ୟର ମୂଳ ଦାବୀରୁ ଦୁରଗଲା ବିଜେପି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳ ପକ୍ଷରୁ ଆଜି ୯-ସୁତ୍ରୀ ସଂକଳ୍ପ ନେଇ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ହେଲେ ଏଥିରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସ୍ପି ଦେଢ଼ଗୁଣା ବୃଦ୍ଧି, ବର୍ଷକୁ ଦୁଇ କୋଟି ନିଯୁକ୍ତି ଓ ମହାନଦୀ ଜଳ ବିବାଦର ସମାଧାନ ନେଇ କୌଣସି ଶଙ୍କଳ୍ପ ନିଆଯାଇନି।

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ୨୦୦୦ ମସିହାରୁ ଦାବି ହେଉଛି। ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନର ପ୍ରତିଶ୍ରୁତି ଦେଇଥିଲା। ୫ ବର୍ଷ ପୁରିଲାଣି, ହେଲେ ପୁରାଣ ହୋଇପାରିଲାନି ପ୍ରତିଶ୍ରୁତି। ବୋଧହୁଏ ସେଇଥିପାଇଁ ଏଥର ଆଉ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ସପକ୍ଷରେ ନାହିଁ ଏହି ଜାତୀୟ ଦଳ।

ସେହିଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା କରିବାକୁ ୨୦୧୪ରେ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏଥର ଏମଏସ୍ପି ବୃଦ୍ଧି ପରିବର୍ତ୍ତେ ଇନପୁଟ ସବସିଡ଼ି ଦେଢ଼ଗୁଣା ଦେବାକୁ କୁହାଯାଇଛି। ଏଥିସହ ମହାନଦୀ ଜଳ ବିବାଦକୁ ନେଇ ଓଡିଶା ଓ ଛତିଶଗଡ଼ ମଧ୍ୟରେ ଗତ ତିନି ବର୍ଷ ହେଲା ଲଢେଇ ଚାଲିଥିବା ବେଳେ ଆଜି ପ୍ରକାଶ ପାଇଥିବା ଇସ୍ତାହାରରେ ଏହି ପ୍ରସଙ୍ଗକୁ ଏଡାଇଯାଇଛି ବିଜେପି।

ନିଯୁକ୍ତିକୁ ନେଇ ତୁମ୍ଭିତୋଫାନ କରୁଥିବା ଦଳର ନିବଚନୀ ଇସ୍ତାହାରରେ ଏଥର ନିଶ୍ଚିତ ନିଯୁକ୍ତିକୁ ନେଇ କୌଣସି ସ୍ଥିର ପ୍ରତିଶ୍ରୁତି ନାହିଁ। ଦକ୍ଷତା ବିକାଶ ପାଣ୍ଠି ଗଠନ, ଆତ୍ମ ନିଯୁକ୍ତି ଓ ଉଦ୍ୟମିତା ବିକାଶ କଥା କୁହାଯାଇଥିଲେ ବି ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ନେଇ ନିଶ୍ଚିତ ଯୋଜନା ନାହିଁ ବୋଲି ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ମୋଦୀ ହାୱା ଭରସାରେ ଜୁଏଲ

Leave a Reply

Your email address will not be published.