କାଲିଠାରୁ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

0
7
advt
< a href= "#">

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଓ ୮ ତାରିଖ ଦୁଇ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୩୦ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ। ସେଲଟର ହୋମ ଗୁଡିକରେ ଚାଲିଥିବା ନିର୍ଯାତନା ପ୍ରତିବାଦରେ ଏହି ବିକ୍ଷୋଭ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି।

advt

ସେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇ କହିଛନ୍ତି ଯେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଛତ୍ରଛୟା ତଳେ ବେଲଟିକିରି ସେଲଟର ହୋମର ମୁଖ୍ୟ ଫିଆଜ ରେହେମାନ ସାରା ଓଡିଶାରେ ଏଭଳି ଅନୁଧ୍ୟାନ କରି ଧର୍ମାନ୍ତରୀକରଣ ଚଳାଇଥିଲେ। ଯାହାଫଳରେ ସରକାର ଜାଣିଶୁଣି ଏଭଳି ଅପରାଧକୁ ଆଖିବୁଜି ରହିଥିଲେ। ଏହାର ପ୍ରତିବାଦ କରି ବିଜେପି ମହିଳା ମୋର୍ଚ୍ଚା ସାରା ଓଡିଶାରେ ଆନ୍ଦୋଳନ କରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

 

advt
< a href= "#">