ଓଡ଼ିଶା ମଇଦାନରେ କଂଗ୍ରେସ-ବିଜେପି ଲଢ଼େଇ ଆରମ୍ଭ

0
282
advertisement

ଭୁବନେଶ୍ୱର,(ଓଟି): ‘ଓଡ଼ିଶା ଟାଇମ’ର ପୂର୍ବାନୁମାନ ସତ୍ୟ ପ୍ରମାଣିତ ହୋଇଛି। ଗତ ମାସ ୧୭ତାରିଖରେ ‘ଓଡ଼ିଶା ଟାଇମ’ ଲେଖିଥିଲା ଯେ ‘ଡିସେମ୍ୱରରେ ବିଜେପିର ଓଡ଼ିଶା ଯୋଜନା’ ରହିଛି। ଯାହାକି ବାସ୍ତବତାରେ ପରିଣତ ହୋଇଛି। ଓଡ଼ିଶାରୁ ଅଧିକରୁ ଅଧିକ ସାଂସଦ ସିଟ ପାଇବା ପାଇଁ ଯୋଜନା ପ୍ରସ୍ତୁତ କରି ତାହାକୁ ସାକାର କରିବା ପାଇଁ ବିଜେପି ଅଣ୍ଟାଭିଡ଼ି ବାହାରିଲାଣି।

ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନ ପ୍ରଚାର ଶେଷ ହୋଇଗଲାଣି। ପୂର୍ବଭାରତ କୁହାଯାଉଥିବା ରାଜ୍ୟମାନଙ୍କ ମଧ୍ୟରୁ ଓଡ଼ିଶାରେ ନିଜର ପୂର୍ବ ଗୌରବ ଫେରାଇ ଆଣିବାକୁ ଜାତୀୟ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏଥିପାଇଁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆଗାମୀ ୨୪ତାରିଖରେ ଓଡ଼ିଶା ଆସୁଥିବାବେଳେ ଏହି ସମୟରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ବିଭିନ୍ନ ସଂସ୍ଥା ପକ୍ଷରୁ ବିଗତ ଦିନମାନଙ୍କରେ ହୋଇଥିବା ପ୍ରାକ୍ ନିର୍ବାଚନୀ ଫଳାଫଳରୁ କେନ୍ଦ୍ରରୋ କ୍ଷମତାସୀନ ବିଜେପି ଉତ୍ତର ଓ ପଶ୍ଚିମ ଭାରତରେ ଗତ ନିର୍ବାଚନର ସଫଳତା ଦୋହରାଇ ପାରିବ ନାହିଁ। ଏହି କ୍ଷତିକୁ ଭରଣା କରିବା ପାଇଁ ବିଜେପି ପକ୍ଷରୁ ପୂର୍ବ ଭାରତ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାକୁ ସାକାର କରିବା ପାଇଁ ବିଜେପି ଓଡ଼ିଶା ଉପରେ ଅଧିକ ଫୋକସ କରୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଆଗାମୀ ୨୪ତାରିଖରେ ଓଡ଼ିଶାର ଖୋର୍ଦ୍ଧାଠାରେ ଏକ ଜନସଭାକୁ ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ରାଜନୀତିକ ମହଲରେ ଅଧିକ ଗୁରୁତ୍ୱ ଦିଆଯାଉଛି। କାରଣ ନିକଟରେ ଆଇଏଏସ ଚାକିରୀ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଲୋକସଭା ନିର୍ବାଚନୀ ମଣ୍ଡଳୀରୁ ଲଢ଼ିବାରୁ ସମ୍ଭାବନା ରହିଛି। ଅପରାଜିତାଙ୍କୁ ରାଜ୍ୟର ଭୋଟରଙ୍କମାନଙ୍କ ନିକଟରେ ପରିଚିତ କରାଇବା ସହିତ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ଦଳର ପ୍ରଚାର କାର୍ଯ୍ୟକ୍ରମକୁ ଆରମ୍ଭ କରିବେ।

ରାଜ୍ୟ ରାଜନୀତିରେ କ୍ଷମତା ହରାଇ ବିଗତ ୨୦ବର୍ଷ ଧରି ସଂଘର୍ଷ କରୁଥିବା କଂଗ୍ରେସ ଦଳର ନୂତନ ଟିମକୁ ସଂଜୀବନୀ ଦେବା ସହିତ ରାଜ୍ୟରେ ଦଳର ପ୍ରଚାର ଆରମ୍ଭ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ଶେଷରେ ହିସେମ୍ୱର ମାସରେ ଓଡ଼ିଶା ଆସୁଛନ୍ତି। ଗତ ଅଗଷ୍ଟ ମାସରୁ ରାହୁଲ ଓଡ଼ିଶା ଆସିବେ ବୋଲି ରାଜ୍ୟ ନେତାମାନେ କହୁଥିଲେ ହେଁ ତାଙ୍କ ପାଖରେ ସମୟ ନଥିଲା। ଆଗାମୀ ଦିନରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାହୁଲ ଓଡ଼ିଶା ଆସୁଥିଲେ ହେଁ ତାରିଖ ନିର୍ଦ୍ଦିଷ୍ଟ ହୋଇପାରିନାହିଁ।

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସୁଥିବାରୁ ତାଙ୍କ ଗସ୍ତ ପୂର୍ବରୁ ଅର୍ଥାତ୍ ଚଳିତ ମାସ ୨୨ କିମ୍ୱା ୨୩ ତାରିଖରେ ନଚେତ୍ ପ୍ରଧାନମନ୍ତ୍ରୀ ଯିବା ପରେ ୨୭ କିମ୍ୱା ୨୮ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀ ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦେଇ ଦୁଇ ଦିନ ରହିବାର ଆପାତତଃ ସ୍ଥିର ହୋଇଛି। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ତାରିଖ କୁହାଯାଇନାହିଁ। ପୂର୍ବ ଭଳି ରାହୁଲ ଓଡ଼ିଶା ଆସିବେ କି ନାହିଁ ତାହା ତାଙ୍କ ପ୍ରଂଶସକ ଓ କର୍ମୀମାନଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ 

ଡିସେମ୍ୱରରେ ବିଜେପିର ଓଡ଼ିଶା ଯୋଜନା

ଡିସେମ୍ୱରରେ ବିଜେପିର ଓଡ଼ିଶା ଯୋଜନା

ଚକ୍ରଧର ପାଇକ ବିଜେଡିରେ ମିଶିଲେ

ଚକ୍ରଧର ପାଇକ ବିଜେଡିରେ ମିଶିଲେ

ଅପରାଜିତାଙ୍କ ପଲା ଭାରି କରିବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଅପରାଜିତାଙ୍କ ପଲା ଭାରି କରିବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ