ଏବେ ଛାତ୍ର କଂଗ୍ରେସ ବିଜେଡି ମାୟାରେ, ସସ୍ମିତ ପାତ୍ରଙ୍କୁ ଭରସା

0
43
advt
< a href= "#">

ଭୁବନେଶ୍ୱର, (ଓଟି): ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟୟର ଆଉ ଏକ ନମୁନା ସାମ୍ନାକୁ ଆସିଛି । କଂଗ୍ରେସର ଛାମୁଆ ସଂଗଠନ ଛାତ୍ର କଂଗ୍ରେସ ନେତାମାନେ ବି ଆଉ କଂଗ୍ରେସ ନେତୃତ୍ୱ ଉପରେ ଭରସା କରିପାରୁ ନାହାନ୍ତି । ଆଉ ଗୋପନରେ ନୁହେଁ ଖୋଲାଖୋଲି ଭାବେ ବିଜେଡିର ଛାତ୍ର ତଥା ଯୁବନେତାଙ୍କ ସହ ଯୋଗାଯୋଗରେ ସେମାନେ ରହିଛନ୍ତି । ଏଥିରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛନ୍ତି ବିଜେଡି ମୁଖପାତ୍ର ତଥା ଯୁବନେତା ସସ୍ମିତ ପାତ୍ର । ସସ୍ମିତଙ୍କ ଟ୍ୱିଟର ଆକାଉଣ୍ଟରେ ଏମିତି ଅନେକ ଅନୁରୋଧ ଓ ଅନୁରକ୍ତି ଦେଖିବାକୁ ମିଳିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଛାତ୍ର କଂଗ୍ରେସ ନେତା ତଥା ରାଜ୍ୟ ସୋଶାଲ ମିଡିଆ ସଂଯୋଜକ ସତ୍ୟନାରାୟଣ ମହାଳିକ ଏହି କ୍ରମରେ ଯୋଡ଼ି ହୋଇଛନ୍ତି ।

advt

ସସ୍ମିତ୍‍ଙ୍କୁ ପ୍ରଶଂସା କରିବାକୁ ଯାଇ ସତ୍ୟ ତାଙ୍କ ଟ୍ୱିଟର୍‍ ଆକାଉଣ୍ଟରେ ଲେଖିଛନ୍ତି ଯେ, “ଆପଣ ହେଉଛନ୍ତି ଯୁବାବର୍ଗଙ୍କ ଭିତରେ ସ୍ୱତନ୍ତ୍ର ବାରି ହୋଇପଡ଼ୁଥିବା ଶକ୍ତି’ । ନିଜର ସ୍ୱର୍ଗତ ବାପାଙ୍କ ପ୍ରତି ଶ୍ରଦ୍ଧା ପୋଷଣ କରି ସସ୍ମିତ ଏକ ଫଟୋ ଆଜି ଟ୍ୱିଟରରେ ଶେୟାର କରିଥିଲେ । ତାହାର ଉତ୍ତରରେ ସତ୍ୟ ଏପରି ବୟାନ ଲେଖିଛନ୍ତି । ଯଦିଓ ମାନବିକତା ଦୃଷ୍ଟିକୋଣରୁ ଏପରି କମେଣ୍ଟରେ କିଛି ଆପତ୍ତି ନାହିଁ କିନ୍ତୁ ନିଜକୁ ଛାତ୍ର କଂଗ୍ରେସର ସୋଶାଲ୍‍ ମିଡିଆ ସଂଯୋଜକ ବୋଲି ପରିଚୟ ଦେଉଥିବା ଏହି ଛାତ୍ର ନେତାଙ୍କ ଏପରି ବୟାନ ତାଙ୍କ ରାଜନୀତିକ ଅସ୍ଥିରତାକୁ ମଧ୍ୟ ପଦାକୁ ଆଣୁଛି । ଚର୍ଚ୍ଚା ହେଉଛି କେବଳ କଂଗ୍ରେସ ଭବନକୁ ଛାଡ଼ି ଦଳର ତଳୁ ଉପର ଯାଏ ପାଖାପାଖି ସବୁ ନେତା ଏବେ ରାଜନୀତିକ ସତ୍ତା ସନ୍ଧାନରେ ରହିଛନ୍ତି । ସେମାନେ ପ୍ରସାଦ ଓ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସର ଭବିଷ୍ୟତ ଦେଖିପାରୁ ନାହାନ୍ତି ।

ସସ୍ମିତଙ୍କ ଏହି ଟ୍ୱିଟ୍‍ ବିଜେଡିରେ ତାଙ୍କ ଛାତ୍ର ପ୍ରିୟତାକୁ ମଧ୍ୟ ବଖାଣୁଛି । ଯଦିଓ ସେ ଛାତ୍ର ସଂଗଠନ ସଜାଡ଼ିବା ଦାୟିତ୍ୱରେ ନାହାନ୍ତି କିନ୍ତୁ ଛାତ୍ର ନେତାମାନେ ତାଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରୁଥିବା ଜଣାପଡ଼ିଛି । ବିଜେଡିର ଅନେକ ଛାତ୍ର ଓ ଯୁବ ନେତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭ କାମନା ମଧ୍ୟ ଦେଇଛନ୍ତି । ଏହା ସ୍ପଷ୍ଟ କରୁଛି ଯେ ସେ ବିଜେଡି ଯୁବାବର୍ଗର ଆଇକନ୍‍ରେ ପରିଣତ ହେଲେଣି ।

advt
< a href= "#">