ଭୁବନେଶ୍ଵରରୁ ଅରୁପ ହେବେ ବିଜେଡି ପ୍ରାର୍ଥୀ, ୯ ପ୍ରାର୍ଥୀଙ୍କ ନାଁ ଘୋଷଣା

ଆଉ ୯ ଲୋକସଭା ଆସନ ପାଇଁ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଏନେଇ ସ୍ଵତନ୍ତ୍ର ଭାବେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୯ଟି ଯାକ ନିର୍ବାଚନ ମଣ୍ଡଳୀରୁ ୭ଟିରେ ପ୍ରାର୍ଥୀ ବଦଳିଛନ୍ତି। ଏହି ତାଲିକାରେ ୩ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ନଜର ପକାଇ ନିଅନ୍ତୁ କିଏ କେଉଁଠୁ ହେବେ ପ୍ରାର୍ଥୀ।

କେଉଁଠୁ କିଏ
ଭୁବନେଶ୍ଵର ଅରୂପ ପଟ୍ଟନାୟକ
ବାଲେଶ୍ଵର ରବୀନ୍ଦ୍ର ଜେନା
ମୟୁରଭଞ୍ଜ ଡ. ଦେବାଶୀଷ ମାରାଣ୍ଡି
କେନ୍ଦ୍ରପଡ଼ା ଅନୁଭବ ମହାନ୍ତି
ଯାଜପୁର ସର୍ମିଷ୍ଠା ସେଠୀ
ଜଗତସିଂହପୁର ଡ. ରାଜଶ୍ରୀ ମଲ୍ଲିକ
ସମ୍ବଲପୁର ନଳିନୀ ପ୍ରଧାନ
ପୁରୀ ପିନାକୀ ମିଶ୍ର
ଭଦ୍ରକ ମଞ୍ଜୁଲତା ମଣ୍ଡଳ

ଏହି ତାଲିକାରୁ ସ୍ପଷ୍ଟ ଯେ, ଭୁବନେଶ୍ଵରରେ ବିଜେପି ପ୍ରାର୍ଥୀ ଅପରାଜିତାଙ୍କ ବିପକ୍ଷରେ ଅରୁପ ଲଢ଼ିବେ। ଏ ବିଷୟରେ ପ୍ରଥମେ ଓଡ଼ିଶାଟାଇମ୍‌ଡଟ୍‌କମ୍‌ରେ ଖବର ପ୍ରକାଶ ପାଇଥିଲା।

କେନ୍ଦ୍ରାପଡ଼ାରେ ବିଜେଡିର ପୂର୍ବତନ ସାଂସଦ ତଥା ଦଳ ଛାଡ଼ି ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପ୍ରାର୍ଥୀ ହେବେ ସିନେମା ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି।

ସମ୍ବଲପୁରରେ ପୂର୍ବତନ ସର୍ବୋଚ୍ଚଯନ୍ତ୍ରୀ ନଳିନୀ ପ୍ରଧାନ ହେବେ ବିଜେଡି ପ୍ରାର୍ଥୀ। ପୁରୀ ଓ ବାଲେଶ୍ଵରରେ ପ୍ରାର୍ଥୀଙ୍କୁ ଅପରିବର୍ତ୍ତିତ ରଖାଯାଇଛି।

ଟିକଟ ବଣ୍ଟନ ଖବର ପାଇଁ କ୍ଲିକ୍‌ କରନ୍ତୁ

ବିଜେଡିର ୪ ବିଧାୟକଙ୍କ ଟିକେଟ୍‌ କଟିଲା

ପ୍ରଥମ ପର୍ଯ୍ୟାୟ ବିଜେଡି ତାଲିକା ଘୋଷଣା

https://odishatime.com/1st-phase-candidate-list-pf-bjd/

ନିର୍ବାଚନ ମଣ୍ଡଳୀ ଅନୁଶୀଳନ: ପାଟ୍ଟଶାଣୀଙ୍କ ଟିକେଟ୍‌ କଟିବ ନା ଅରୁପ ଲଲିପପ୍‌ ନେବେ

https://odishatime.com/bhubaneswar-parliament-constituency/

Leave a Reply

Your email address will not be published.