ବିଶ୍ୱଭୁଷଣଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପଦବୀ

0
47
advertisement

ଭୁବନେଶ୍ୱର, (ଓଟି) : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୁଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ଅନୁସୂୟା ୱୀକୀଙ୍କୁ ଛତିଶଗଡ଼ର ରାଜ୍ୟପା, ଭାବେ ନିଯୁକ୍ତି ମିଳିଛି । ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ମିଳିଥିବା ବାର୍ତ୍ତାରେ ଏହି ସୂଚନା ଦିଆଯାଇଛି ।


୮୪ ବର୍ଷୀୟ ହରିଚନ୍ଦନ ରାଜ୍ୟ ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି । ୨୦୦୪ରୁ ୨୦୦୮ ଯାଏ ବିଜେପି-ବିଜେଡି ମେଣ୍ଟ ସରକାରେ ଆଇନ ଓ ଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୩ ବର୍ଷ ହେଲା ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବରେ କାର୍ଯ୍ୟକରୁଥିବା ଇଏସ୍‍ଏଲ୍‍ ନରସିଂହନ୍‍ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ବିଶ୍ୱଭୂଷଣକୁ ନିଯୁକ୍ତି ଦିଆଯାଇଛି । ସେ ୨୩ତମ ରାଜ୍ୟପାଳ ଭାବେ କାର୍ଯ୍ୟକରିବେ । ଦାୟିତ୍ୱ ନେଲା ପରେ ତାଙ୍କୁ କାର୍ଯ୍ୟକାଳ ତିଥି ଆରମ୍ଭ କରାଯିବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।


ମୋଦି ସରକାରଙ୍କ ପ୍ରଥମ ପାର୍ଯ୍ୟକାଳରେ ଓଡ଼ିଶାର ଆଦିବାସୀ ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ଏବେ ବିଶ୍ୱଭୂଷଣଙ୍କ ନିଯୁକ୍ତି ପରେ ଦୁଇଜଣ ଓଡ଼ିଆ ଭାରତରେ ରାଜ୍ୟପାଳ ପଦବୀରେ ଅଧିଷ୍ଠିତ ହୋଇଥିବା ଦେଖିବାକୁ ମିଳିବ । ଏପରି ଆଗରୁ କେବେ ହୋଇ ନାହିଁ ।