ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦିର ବକ୍ସ ଅଫିସ୍ ହାଲଚାଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ରିଲିଜ୍ ହେବାର ୪ଦିନ ମଧ୍ୟରେ ବକ୍ସ ଅଫିସରେ ଆଖିଦୃଶୀୟା ବ୍ୟବସାୟ କରିଆସୁଛି । ଓପନିଙ୍ଗ୍ ଡେ’ ଏହା ମାତ୍ର ୨.୮୮ କୋଟି ଟଙ୍କାର ବ୍ୟବସାୟ କରିଥିଲା । କିନ୍ତୁ ଧୀରେ ଧୀରେ ଏହାର ବ୍ୟବସାୟରେ ଉନ୍ନତି ଘଟିଛି । ଶନିବାର ଦିନ ୩.୭୬ କୋଟି ଏବଂ ରବିବାର ଦିନ ୫.୧୨ କୋଟିର ବକ୍ସ ଅଫିସ୍ କଲେକସନ୍ କରିଛି । ମୋଟ ଉପରେ କହିବାକୁ ଗଲେ ଏହି ବାୟୋପିକ୍ ୧୧.୭୬ କୋଟି ଟଙ୍କାର ବ୍ୟବସାୟ କରି ଅନ୍ୟ ୭ଟି ଫିଲ୍ମକୁ ଟକ୍କର ଦେଇଛି । ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କହିରଖୁଛୁ ଏଥର ଫ୍ରାଇଡେ’ ରିଲିଜରେ ଏହାସାଙ୍ଗରେ ୮ଟି ଫିଲ୍ମ ସିନେମାଘରକୁ ଆସିଥିଲା । ଏହି ତାଲିକାରେ ଅର୍ଜୁନ କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଇଣ୍ଡିଆଜ୍ ମୋଷ୍ଟ୍ ୱାଣ୍ଟେଡ୍’ ରହିଥିଲେ ମଧ୍ୟ ତାହା ଦର୍ଶକଙ୍କୁ ସେଭଳି କିଛି ବିଶେଷ ଆକର୍ଷିତ କରିପାରିନାହିଁ । ବାୟୋପିକର ସଫଳତା ପାଇଁ ମୁଖ୍ୟ ଅଭିନେତା ବିବେକ ଓବରୟଙ୍କୁ ପ୍ରଶଂସକଙ୍କ ପକ୍ଷରୁ ଅନେକ ଶୁଭକାମନା ମିଳୁଛି ।

Leave a Reply

Your email address will not be published.