ବରଗଡ଼ ଗୁଳିମାଡ଼; କାହା ଦେହରେ ବାଜିନି ଗୁଳି : ଡାକ୍ତର

0
23
advt
< a href= "#">

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ  ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ସମେତ ଅନ୍ୟମାନଙ୍କ ଦେହରେ ଗୁଳି ବାଜିନି  । କୌଣସି ଆହତଙ୍କ ଶରୀରରେ ଗୁଳିମାଡ଼ର କ୍ଷତ ନାହିଁ  । ଜଣେ ସୁସ୍ଥ ଥିବାବେଳେ ୩ ଜଣ ଅସୁସ୍ଥ ଅଛନ୍ତି  । ଭିମସାର ନିର୍ଦେଶକ ଅଶ୍ୱିନୀ ପୂଜାହାରୀ ଏହି ସୂଚନା ଦେଇଛନ୍ତି  । ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କୁ ଅବଜେରଭେସନରେ ରଖାଯାଇଛି ବୋଲି ଡାକ୍ତର ପୂଜାହାରୀ ପ୍ରକାଶ କରିଛନ୍ତି  ।

advt

ଅପରପକ୍ଷରେ ଗୁଳିକାଣ୍ଡ ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗିରହିଛି  । ରାଜନୈତିକ ଶତ୍ରୁତା କାରଣରୁ ଏହି ହିଂସାକାଣ୍ଡ ଘଟିଥିବା ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି  । ତେବେ ଏଥିରେ କେଉଁ ଦଳର କର୍ମୀ ସଂଶ୍ଲିଷ୍ଟ ତାହା କିନ୍ତୁ ସ୍ପଷ୍ଟ ହୋଇନାହିିଁ  ।

ବିଜେଡ଼ି କିନ୍ତୁ ଏହି ପ୍ରସଙ୍ଗରେ ବିଜେପିକୁ ଘେରିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି  । ସେହିପରି ଗୁଳିମାଡ଼ ହୋଇଥିବା ସ୍ଥାନରେ ଯେଉଁ ଫାର୍ମ ହାଉସ ରହିଛି ତାହା କାହାର ? ସେ କେଉଁ ଦଳର ସମର୍ଥକ ? ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗତ ପଂଚାୟତ ନିର୍ବାଚନରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ କି ନାହିଁ ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି  ।

ତେବେ ବିଜେଡ଼ିର ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଛି ବିଜେପି  । ହାରିବା ଭୟରେ ବିଜେଡ଼ି ଏଭଳି ନାଟକ କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି  । ସେହିପରି ରାତି ୧୨ଟାରେ ସେହି ସ୍ଥାନରେ ମନ୍ତ୍ରୀଙ୍କ ଭାଇ କ’ଣ କରୁଥିଲେ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି  । ଗତକାଲି ରାତିରେ

advt
< a href= "#">