‘ବିଗ୍ ବସ୍ ସିଜନ ୧୪’ରେ ନଜର ଆସିପାରନ୍ତି ବିବାଦୀୟ ରାଧେ ମା’!

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କଲର୍ସର ଲୋକପ୍ରିୟ ଶୋ’ ଚଳିତ ବର୍ଷ “ବିଗବସ୍‌’ର ଆଗାମୀ ସିଜିନରେ ନଜର ଆସିପାରନ୍ତି ବିବାଦୀୟ ରାଧେ ମା’ ।

ସୁତ୍ର ଅନୁଯାୟୀ, ଏହି ଶୋ’ରେ ଅନେକ କଣ୍ଟେଷ୍ଟେଣ୍ଟ ସାମିଲ ହେବା ନେଇ ଖବର ଆସୁଛି । ଯେଉଁଥିରେ କରଣ କୁନ୍ଦ୍ରା, ଜୈନ ଇମାମ, ଶିବିନ ନାରଙ୍ଗ ସହ ଯୋଗାଯୋଗ କରାଯାଇଥିଲେ ବି ଏଯାବତ୍ କିଛି ସ୍ପଷ୍ଟ ହୋଇପାରିନାହିଁ ।

ଏନଡିଟିଭିର ରିପୋର୍ଟ ମୁତାବକ, ମେକର୍ସ ମାନେ ବିଗ୍ ବସ ୧୪ରେ ରାଧେ ମା’ଙ୍କୁ ସାମିଲ କରିବା ପାଇଁ ଆପ୍ରୋଚ୍ କରାଯାଇଛି । ତେବେ ଏନେଇ ଆଧିକାରିକ ଭାବେ କୌଣସଦ୍ସ୍‌ଷ୍ଟ ସୂଚନା ମିଳିପାରିନାହିଁ । ବିବାଦୀୟ ରାଧେ ମା’ଙ୍କ ନାମ ହେଉଛି ସୁଖବିନ୍ଦର କୌର । ତାଙ୍କୁ ଅନେକ ଲୋକ ଆଧ୍ୟାତ୍ମିକ ଗୁରୁ ଭାବେ ମାନିଥାନ୍ତି ।

ସୁଖବିନ୍ଦର କୌର ତଥା ରାଧେ ମା’ ନିଜକୁ ମାତା ଦୁର୍ଗାଙ୍କ ସ୍ୱରୂପ ବୋଲି କହିଥାନ୍ତି । ସୂଚନାଥାଉ କି, ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଦୋରାଗଲା ଗାଁର ଜନ୍ମିତ ସୁଖବିନ୍ଦର କୌର ଓରଫ୍ ରାଧେ ମା’ ଖୁବ୍ କମ୍ ବୟସରେ ଆଧ୍ୟାତ୍ମିକ ଗୁରୁ ବନିଥିଲେ ।

ତେବେ ଆଧ୍ୟାତ୍ମିକ ଗୁରୁ ଭାବେ ଅନେକ ବ୍ୟକ୍ତି ମଧ୍ୟ ବିଗ୍ ବସ୍ ୧୪ରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ୱାମୀ ଓମ୍‌, ଶିବାନୀ ଦୁର୍ଗା, ସ୍ୱାମୀ ଅଗ୍ନିବେଶ ସାମିଲ ରହିଥିଲେ । ଏହା ଛଡା ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ଯୋଗର ପ୍ରମୋଟ କରିବା ପାଇଁ ବିଗ ବସ୍ ହାଉସକୁ ଯାଇଥିଲେ ।

 

Leave a Reply

Your email address will not be published.