ହରର୍ ଥିମରୁ ଆରମ୍ଭ ହେବ ‘ବିଗ୍ ବସ୍’୧୩

0
28
advertisement

ବିବାଦୀୟ ରିଏଲିଟି ଶୋ’ ‘ବିଗବସ୍’ର ୧୩ତମ ସଂସ୍କରର ଖୁବ୍ କମ୍ ଦିନ ମଧ୍ୟରେ ଅନଏୟାର୍ ହେବ ବୋଲି ଚର୍ଚ୍ଚା ହେଉଛି । ଏଥର ସଂସ୍କରଣରେ ଦର୍ଶକ ଅନେକ କିଛି ନୂଆ ଦେଖିବାକୁ ପାଇବେ, ଯାହାର କିଛି କିଛି ହିଣ୍ଟସ୍ ପୂର୍ବରୁ ମିଳିସାରିଛି । ସଲମାନଙ୍କ ସହିତ ବିଗ୍ ହାଉସରେ ଜଣେ ଲେଡି ବିଗବସ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ନିକଟରେ ଶୋ’ ପକ୍ଷରୁ ସୂଚନା ମିଳିଥିଲା । ଏବେ ଏହି ଧାରାରେ ଆଉ ଏକ ଖବର ଆସିଛି ଯେ ପ୍ରତିଯୋଗୀମାନେ କାଚ ଘରେ ରହିବେ ଏବଂ ଏଥର ହରର୍ ଥିମକୁ ନେଇ ଶୋ’ ଆଗକୁ ବଢ଼ିବ ।

ପ୍ରତିଯୋଗୀଙ୍କୁ ‘ଘୋର୍ଟସ୍’ ଓ ପ୍ଲେୟାରର୍ସ’ ନାମକ ୨ଟି ଟିମରେ ବିଭକ୍ତ କରାଯିବ । ସେମାନେ ପରସ୍ପରଠାରୁ ଅଜଣା ରହିବେ ଏବଂ ‘ପ୍ଲେୟାରର୍ସ’ ଟିମକୁ ‘ଘୋର୍ଟସ୍’ ଟିମର ସଦସ୍ୟକୁ ବେନକାବ୍ କରି ବିଗବସ୍ ଘରେ ଏଣ୍ଟ୍ରୀ ହେବାକୁ ପଡ଼ିବ । ଅନ୍ୟ ପକ୍ଷରେ ‘ପ୍ଲେୟାରର୍ସ’ ଟିମର ଚେଷ୍ଟାକୁ ବିଫଳ କରିବା ପାଇଁ ‘ଘୋଟର୍ସ’ ଟିମ୍ ସବୁବେଳେ ସଜାଗ ରହିବେ । ଏହାର କ୍ୟାପଟେନଙ୍କ ରୁମ୍ ପୂର୍ବ ଅପେକ୍ଷା ବଡ଼ ରହିବ ଏବଂ ତାଙ୍କୁ ଅନେକ କିଛି ସ୍ପେଶାଲ୍ ପାୱାର୍ ପ୍ରଦାନ କରାଯିବ । ୧୩ ତମ ସିଜିନ୍ ଦର୍ଶକଙ୍କ ପାଇଁ ଏକ ନୂଆ ଅନୁଭବ ଆଣିଦେବ ବୋଲି ଶୋ’ ପକ୍ଷରୁ ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here