୮୦କୋଟି ଲୋକଙ୍କୁ ଶସ୍ତାରେ ମିଳିବ ଚାଉଳ ଓ ଗହମ

ନୂଆଦିଲ୍ଲୀ (ଓଟି): କେନ୍ଦ୍ର କ୍ୟାବିନେଟରେ ଆଜି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ଆଲୋଚନା ହୋଇଛି। ଏହାରି ମଧ୍ୟରେ ଏକ ଭଲ ଘୋଷଣା କରିଛନ୍ତି ସରକାର। କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍ ଲାଗୁ ହେବା ପରେ ଦେଶର ୮୦ କୋଟି ଲୋକଙ୍କୁ ଶସ୍ତାରେ ଚାଉଳ ଓ ଗହମ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ ଏଣିକି ଲୋକମାନଙ୍କୁ କେଜି ପ୍ରତି ୨ ଟଙ୍କାରେ ଗହମ ଓ ୩ ଟଙ୍କାରେ ଚାଉଳ ଦିଆଯିବ ବୋଲି ଘୋଷଣା ହୋଇଛି। ଏନେଇ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି। ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା ପରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସହ ମନ୍ତ୍ରୀ କହିଛନ୍ତି ଯେ, କରୋନା ଭାଇରସ ସମ୍ପର୍କରେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଗଣମାଧ୍ୟମ ଓ ଡାକ୍ତରମାନଙ୍କୁ ହଇରାଣ କରନ୍ତୁ ନାହିଁ। ସେମାନେ ନିଷ୍ଠାପର ଭାବେ ସେବାରେ ବ୍ରତୀ ରହିଛନ୍ତି ବୋଲି ମନ୍ତ୍ରୀ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published.