ଜଙ୍ଗଲରେ ଯୁଦ୍ଧ: ଆଦିବାସୀ ମୁଣ୍ଡ ଉପରେ ଖଣ୍ଡା; ନୂଆ ଜଙ୍ଗଲ ଚିଠା ଆଇନ ସମ୍ପର୍କରେ ଅନୁଶୀଳନ

0
30955
advertisement

ବିଭୁତି ପତି ଜଣେ ବିଶ୍ଳେଷକ ତଥା ସ୍ଵାଧୀନ ଚିନ୍ତକ। ଏହି ଆଲେଖ୍ୟରେ ସେ ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଅନୁଶୀଳନ। ଏଥିରେ ଓଡ଼ିଶାଟାଇମ୍‌ ଡଟ୍‌କମ୍‌ ସମ୍ପାଦକୀୟ ମଣ୍ଡଳୀର କୌଣସି ସମ୍ପର୍କ ନାହିଁ। ତାଙ୍କ ସହ ଯୋଗାଯୋଗର ଠିକଣା: ସଫଦରଜଙ୍ଗ୍ ଏନ୍‌କ୍ଲେଭ୍‌, ନୂଆଦିଲ୍ଲୀ , ୯୯୧୦୭୪୦୮୩୯

ସରକାର ଯେତେବେଳେ ଲୋକମାନଙ୍କର ଅଧିକାରର ବିରୁଦ୍ଧାଚରଣ କରନ୍ତି, ସେତେବେଳେ ଲୋକେ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି –


ମାରକ୍ୱିସ୍ ଡି. ଲାଫାୟେତ

advertisement

କେନ୍ଦ୍ର ବିଜେପି ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମ୍.ଓ.ଇ.ଏଫ ଆଣ୍ଡ ସି.ସି) ୧୯୨୭ ଭାରତୀୟ ଜଙ୍ଗଲ ଆଇନର ପ୍ରଥମ ସଂଶୋଧନ ଚିଠା ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଏହି ଭାରତୀୟ ଜଙ୍ଗଲ ଆଇନର ପ୍ରସ୍ତାବିତ ଚିଠାକୁ ନେଇ ଅନେକ ବାଦବିବାଦ ଓ ବିତର୍କ ଚାଲିଛି । ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ଏ ପରିପ୍ରେକ୍ଷୀରେ ପ୍ରଶ୍ନର ବଳୟ ଭିତରେ ଛନ୍ଦି ହୋଇଯାଇଛି । ଆଦିବାସୀ ଜନଜାତିଙ୍କ ଜୀବନଜୀବିକା ପାଇଁ ବିଜେପି ଏକ ଭୟଙ୍କର ବିପତ୍ତିକୁ ଡାକିଆଣିଛି ବୋଲି ଜଙ୍ଗଲ ଅଧିକାର ଓ ବନବାସୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟକରୁଥିବା ଅନେକ ସାମାଜିକକର୍ମୀ ମତ ଦେଉଛନ୍ତି ।

ଏହି ପ୍ରସ୍ତାବିତ ଜଙ୍ଗଲ ଆଇନ ଚିଠାରେ ଏମ୍.ଓ.ଇ.ଏଫ ଆଣ୍ଡ ସି.ସି ଜଙ୍ଗଲର କାଠଗଣ୍ଡି ସମେତ ଅନ୍ୟାନ୍ୟ ସମସ୍ତ ଜଙ୍ଗଲ ଜାତ ଦ୍ରବ୍ୟ,ଏପରିକି ଲଘୁ ବନଜାତ ସାମଗ୍ରୀ ଉପରେ ଶୁଳ୍କ ଓ ଅତିରିକ୍ତ ଶୁଳ୍କ ମଧ୍ୟ ଲାଗୁ କରିବାର ବ୍ୟବସ୍ଥା ରହିଛି। ଏହାଦ୍ୱାରା ପାରମ୍ପରିକ ବନବାସୀ ଓ ଜନଜାତିଙ୍କ ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ ହେବା ସହିତ, ଜଙ୍ଗଲ ଉପରେ ସେମାନଙ୍କର ରହୁଥିବା ନାଯ୍ୟ ହକ୍ ମଧ୍ୟ ଆଘାତ ପାଇବ । ଏଭଳି ପ୍ରସ୍ତାବିତ ଜଙ୍ଗଲ ଆଇନ ମାଧ୍ୟମରେ ମୋଦୀ ସରକାର ଆଦିବାସୀ ଓ ପାରମ୍ପାରିକ ବନବାସୀଙ୍କଠାରୁ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବ । ଏମ୍.ଓ.ଇ.ଏଫ ଆଣ୍ଡ ସିସି ର ଏହି ସଂଶୋଧିତ ଚିଠାରେ ଦର୍ଶାଯାଇଛି, “କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ନିଜନିଜ ବନାଞ୍ଚଳ ସୀମାରେ ବାଧ୍ୟତାମୂଳକ ଭାବେ କାଠଗଡ ସମେତ ଅନ୍ୟାନ୍ୟ, ଜଙ୍ଗଲ ଓ ଲଘୁବନଜାତ ଦ୍ରବ୍ୟ ଏବଂ ସାମଗ୍ରୀ ଉପରେ ଗେଜେଟ୍ ନୋଟିଫିକେସନରେ ଧାର୍ଯ୍ୟ କରାଯାଇଥିବା ଶୁଳ୍କ ଓ ଅତିରିକ୍ତ ଟିକସ ବାଧ୍ୟତାମୂଳକ ଭାବେ ଆଦାୟ କରିପାରିବେ ।”

ସାଇଜ୍ କାଠ, କାଠକୋଇଲା, ରବର ଗଛରୁ ସଂଗୃହିତ ଅଠା, ସଲପ ରସ, ଖଜୁରୀ ତାଡି, ବିଭିନ୍ନ ଜଙ୍ଗଲଜାତ ଫୁଲ, ଫଳ, ବୃକ୍ଷ, ଲତା (ଔଷଧ ପାଇଁ ସଂଗୃହୀତ) ସମେତ କେନ୍ଦୁପତ୍ର ଫଳ, ଝୁଣା, ଲାଖ ଓ ଶାଳପତ୍ର ଓ ମଞ୍ଜି ଭଳି ସମସ୍ତ ସାମଗ୍ରୀ ଓ ଦ୍ରବ୍ୟ ତଥା ୧୯୭୨ ବନ୍ୟପ୍ରାଣୀ ସଂରକ୍ଷିତ ଆଇନ ଅନୁଯାୟୀ ବନ୍ୟ ପଶୁପକ୍ଷୀଙ୍କ ସାମଗ୍ରୀରୁ ମଧ୍ୟ ଶୁଳ୍କ ଓ ଅତିରିକ୍ତ ଟିକସ ଆଦାୟ କରିବାର ପ୍ରସ୍ତାବ ଏହି ସଂସୋଧିତ ଜଙ୍ଗଲ ଆଇନ ଚିଠାରେ ରହିଛି । ଏହାଦ୍ୱାରା ଜଙ୍ଗଲରେ ନିର୍ଭର କରୁଥିବା ପାରମ୍ପରିକ ବନବାସୀ ଓ ଜନଜାତିଙ୍କ ଜଙ୍ଗଲ ଅଧିକାର କ୍ଷୁର୍ଣ୍ଣ ହେବା ସହିତ ଏଭଳି ପ୍ରସ୍ତାବ ୨୦୦୬ ଜଙ୍ଗଲ ଅଧିକାର ଆଇନର ଖୋଲା ଉଲଙ୍ଘନ କରୁଛି । ଏହାଦ୍ୱାରା ଆଦିବାସି ଜନଜାତିଙ୍କ ଜୀବନଜୀବିକା ଉଜୁଡି ଯିବ, ନକ୍ସଲ ଭଳି ଉଗ୍ରବାଦୀ ସମସ୍ୟା ଉଗ୍ର ରୂପ ନେବ ।

୨୦୧୯, ଫେବୃଆରୀ ୧୩ ତାରିଖ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କ ଏମ୍.ଓ.ଇ.ଏଫ ଆଣ୍ଡ ସି.ସି ଫେବୃଆରୀ ୧୯ ତାରିଖ ଦିନ ଯେଉଁ “ସର୍କୁଲାର’ ଆଣିଲେ ସେଥିରେ ଗ୍ରାମସଭା ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ନିଷ୍ଫଳ କରିଦିଆଯାଇଛି । ଗ୍ରାମସଭାର ମୂଳ ଆଇନ ଓ ବିଧି ବ୍ୟବସ୍ଥାରେ ଜମି-ଜଳ-ଜଙ୍ଗଲ ଉପରେ ସ୍ଥାନୀୟ ଅଧିବାସୀମାନଙ୍କର ଯେଉଁ ଅଧିକାର ରହିଥିଲା ବର୍ତ୍ତମାନର ବିଜେପି ସରକାର ସେହି ନ୍ୟାୟ ସଙ୍ଗତ ଅଧିକାରକୁ ବଳପୂର୍ବକ ଅପହରଣ କରିନେବାର ସମସ୍ତ ପଥ ପରିଷ୍କାର କରାଯାଇଛି । ସଂଶୋଧିତ ପ୍ରସ୍ତାବିତ ଚିଠାରେ ଗ୍ରାମସଭାର ଅଧିକାରକୁ ଓ କ୍ଷମତାକୁ ହଟାଇ ଦେଇ ସମସ୍ତ କ୍ଷମତା ଆଇନସିଦ୍ଧ ଭାବରେ ଜିଲ୍ଲାପାଳଙ୍କ ହାତରେ ଠୁଳ କରଯାଇଛି ।
ପୂର୍ବରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, କିଣାବିକା ତଥା ଜଙ୍ଗଲ ବାହାରକୁ ନେବାର ଅଧିକାର ଓ ନିଷ୍ପତ୍ତି ଗ୍ରାମସଭା ନେଉଥିଲା । ଏଥିପାଇଁ “ଟ୍ରାନଜିଟ୍ ପରମିଟ’ ମଧ୍ୟ ଗ୍ରାମସଭା ଦେଉଥିଲା । ଏବେ ଆଉ ସେସବୁ ରହିବ ନାହିଁ । ଏହା ସହିତ ୧୯୯୬ ଅନୁଯାୟୀ ପଞ୍ଚାୟତ ବ୍ୟବସ୍ଥାକୁ ଅନୁସୁଚିତ ଅଞ୍ଚଳକୁ ସଂପ୍ରସାରଣ କରିଛି ।

ଏହା ସହିତ ମନ୍ତ୍ରଣାଳୟ୧୯୭୨ ଭାରତୀୟ ଜଙ୍ଗଲ ଆଇନର ସଂଶୋଧନ ଚିଠାରେ ଏକ ଅତିରିକ୍ତ ଟିକସ ବା ଶୁଳ୍କର ପ୍ରସ୍ତାବ ମଧ୍ୟ ରହିଛି । ଏହି ଅତିରିକ୍ତ ଶୁଳ୍କ ବା ଟିକସ ସମଗ୍ର ଜଙ୍ଗଲ ଓ ଲଘୁ ବନଜାତ ଦ୍ରବ୍ୟ ଓ ସାମଗ୍ରୀରେ ଲାଗୁ କରାଯିବ । ଏହି ପ୍ରସ୍ତାବିତ ଜଙ୍ଗଲ ଆଇନ କିମ୍ବା ଅନ୍ୟାନ୍ୟ ଆଇନରେ ଯାହାକିଛି ବ୍ୟବସ୍ଥା ଥାଉନା କାହିଁକି ରାଜ୍ୟ ସରକାର ଏକ ବାଧ୍ୟତାମୂଳକ ଅତିରିକ୍ତ ଟିକସ ଲାଗୁ କରିପାରିବେ ବୋଲି ସଂଶୋଧିତ ଚିଠାରେ ଏହା ଧାର୍ଯ୍ୟ କରାଯାଇଛି।

ଅବଶ୍ୟ ଜଙ୍ଗଲରୁ ଅପସାରଣ କରାଯାଉଥିବା ଖଣିଜ ଦ୍ରବ୍ୟ ତଥା ଜଳସେଚନ ଓ ଶିଳ୍ପପାଇଁ ବ୍ୟବହୃତ କଳର ଧାର୍ଯ୍ୟମୂଲ୍ୟଠାରୁ ଏହି ଅତିରିକ୍ତ ବାଧ୍ୟତାମୂଳକ ଶୁଳ୍କ ବା ଟିକସ ୧୦ ପ୍ରତିଶତରୁ ଅଧିକ ହେବ ନାହିଁ । ଆଦାୟ ହେଉଥିବାଏହି ଟିକସ ବା ଶୁଳ୍କ ଏକ ସ୍ୱତନ୍ତ୍ର ପାଣ୍ଠିରେ ରଖାଯାଇ ଜଙ୍ଗଲ ବନୀକରଣ ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲର ଅନ୍ୟାନ୍ୟ ଉନ୍ନତି କରଣ କାର୍ଯ୍ୟରେ ଲାଗିବାର ପ୍ରସ୍ତାବ ରହିଛି ।

ଯୋଜନା କମିଶନ (କେନ୍ଦ୍ର ସରକାରଙ୍କ) ତଥ୍ୟ ଅନୁଯାୟୀ ଜନଜାତି ଓ ପାରମ୍ପରିକ ବନବାସୀମାନେ ସେମାନଙ୍କର ସ୍ଥାନୀୟ ଜଙ୍ଗଲରୁ ୨୦ ରୁ ୪୦ ପ୍ରତିଶତ ବାର୍ଷିକ ଆୟ ଉପାର୍ଜନ କରିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଆଦିବାସୀ ଜନଜାତି ଓ ପାରମ୍ପରିକ ବନବାସୀମାନେ ସେମାନଙ୍କର ଖାଦ୍ୟ, ବାସସ୍ଥାନ, ନିଯୁକ୍ତି ଓ ରୋଜଗାର ସହ କେତେକ ରୋଗର ଚିକିତ୍ସାପାଇଁ ଜଙ୍ଗଲ ଫୁଲ, ଫଳ, ବୃକ୍ଷଲତା ଏବଂ ଚେରମୂଳି ଏବଂ ପଶୁପାଳନ ପାଇଁ ସଂପୂର୍ଣ୍ଣ ଜଙ୍ଗଲ ଉପରେ ନିର୍ଭରଶୀଳ ଅଟନ୍ତି । କିନ୍ତୁ ଏବେ ଯେଉଁ ଚିଠା ଆଇନ ପ୍ରସ୍ତୁତ ହୋଇଛି ତାହା ଏକ ସ୍ୱେଚ୍ଛାଚାରୀ ଜଙ୍ଗଲ ପରିଚାଳନା ନୀତି ଅଟେ ଏବଂ ଏହି ଦଲିଲ ବା ଚିଠା ଆଦିବାସୀ ଜନଜାତିଙ୍କ କଲ୍ୟାଣକାରୀ ଗଣତାନ୍ତ୍ରିକ ଜଙ୍ଗଲ ପରିଚାଳନା ଆଇନ ନୁହେଁ।

ପ୍ରଶ୍ନ ବଳୟରେ ସୁପ୍ରିମ କୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ :

ବର୍ତ୍ତମାନ ଫେରିବା ସୁପ୍ରିମକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶର ପ୍ରାସଙ୍ଗିତା ଆଲୋଚନାକୁ । ଫେବୃଆରୀ ୧୩ ତାରିଖରେ ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଯେଉଁମାନଙ୍କର ଜଙ୍ଗଲ ଅଧିକାରର ସ୍ୱୀକୃତି ଆଇନ୍ କିମ୍ବା ଜଙ୍ଗଲ ଅଧିକାର ଆଇନ୍ (ଏଫ୍.ଆର୍.ଏ)-୨୦୦୬ ଅନୁଯାୟୀ ଜଙ୍ଗଲ ଜମି ପାଇଁ ଦାବୀ ଖାରଜ ହୋଇ ଯାଇଛି ସେପରି ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ସୁପ୍ରିମକୋର୍ଟ ତାଙ୍କର ପରବର୍ତ୍ତୀ ରାୟରେ ଏହି ଉଚ୍ଛେଦ ନିର୍ଦ୍ଦେଶକୁ ଅସ୍ଥାୟୀଭାବେ ସ୍ଥଗିତ ରଖିଛନ୍ତି, ତଥାପି ତାଙ୍କର ପ୍ରାରମ୍ଭିକ ରାୟ ନ୍ୟାୟର ବିରୁଦ୍ଧାଚରଣ କରୁଥିବା ନେଇ ଚର୍ଚା ହେଉଛି । ରାଜନୀତିକ ଦୃଷ୍ଟିକୋଣରୁ ବିଚାର କଲେ ଏହା ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ବିଜେପି ଦଳ ଉପରେ ନକରାତ୍ମକ ପ୍ରଭାବ ପକାଇବ ।

ସାଇଜ୍ କାଠ, କାଠକୋଇଲା, ରବର ଗଛରୁ ସଂଗୃହିତ ଅଠା, ସଲପ ରସ, ଖଜୁରୀ ତାଡି, ବିଭିନ୍ନ ଜଙ୍ଗଲଜାତ ଫୁଲ, ଫଳ, ବୃକ୍ଷ, ଲତା (ଔଷଧ ପାଇଁ ସଂଗୃହିତ) ସମେତ କେନ୍ଦୁପତ୍ର ଫଳ, ଝୁଣା, ଲାଖ ଓ ଶାଳପତ୍ର ଓ ମଞ୍ଜି ଭଳି ସମସ୍ତ ସାମଗ୍ରୀ ଓ ଦ୍ରବ୍ୟ ତଥା ୧୯୭୨ ବନ୍ୟପ୍ରାଣୀ ସଂରକ୍ଷିତ ଆଇନ ଅନୁଯାୟୀ ବନ୍ୟ ପଶୁପକ୍ଷୀଙ୍କ ସାମଗ୍ରୀରୁ ମଧ୍ୟ ଶୁଳ୍କ ଓ ଅତିରିକ୍ତ ଟିକସ ଆଦାୟ କରିବାର ପ୍ରସ୍ତାବ ଏହି ସଂସୋଧିତ ଜଙ୍ଗଲ ଆଇନ ଚିଠାରେ ରହିଛି । ଏହାଦ୍ୱାରା ଜଙ୍ଗଲରେ ନିର୍ଭର କରୁଥିବା ପାରମ୍ପରିକ ବନବାସୀ ଓ ଜନଜାତିଙ୍କ ଜଙ୍ଗଲ ଅଧିକାର କ୍ଷୁର୍ଣ୍ଣ ହେବା ସହିତ ଏଭଳି ପ୍ରସ୍ତାବ ୨୦୦୬ ଜଙ୍ଗଲ ଅଧିକାର ଆଇନର ଖୋଲା ଉଲଙ୍ଘନ କରୁଛି । ଏହାଦ୍ୱାରା ଆଦିବାସି ଜନଜାତିଙ୍କ ଜୀବନଜୀବିକା ଉଜୁଡି ଯିବ, ନକ୍ସଲ ଭଳି ଉଗ୍ରବାଦୀ ସମସ୍ୟା ଉଗ୍ର ରୂପ ନେବ ।

୨୦୧୯, ଫେବୃଆରୀ ୧୩ ତାରିଖ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କ ଏମ୍.ଓ.ଇ.ଏଫ ଆଣ୍ଡ ସି.ସି ଫେବୃଆରୀ ୧୯ ତାରିଖ ଦିନ ଯେଉଁ “ସର୍କୁଲାର’ ଆଣିଲେ ସେଥିରେ ଗ୍ରାମସଭା ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ନିଷ୍ଫଳ କରିଦିଆଯାଇଛି । ଗ୍ରାମସଭାର ମୂଳ ଆଇନ ଓ ବିଧି ବ୍ୟବସ୍ଥାରେ ଜମି-ଜଳ-ଜଙ୍ଗଲ ଉପରେ ସ୍ଥାନୀୟ ଅଧିବାସୀମାନଙ୍କର ଯେଉଁ ଅଧିକାର ରହିଥିଲା ବର୍ତ୍ତମାନର ବିଜେପି ସରକାର ସେହି ନ୍ୟାୟ ସଙ୍ଗତ ଅଧିକାରକୁ ବଳପୂର୍ବକ ଅପହରଣ କରିନେବାର ସମସ୍ତ ପଥ ପରିଷ୍କାର କରାଯାଇଛି । ସଂଶୋଧିତ ପ୍ରସ୍ତାବିତ ଚିଠାରେ ଗ୍ରାମସଭାର ଅଧିକାରକୁ ଓ କ୍ଷମତାକୁ ହଟାଇ ଦେଇ ସମସ୍ତ କ୍ଷମତା ଆଇନସିଦ୍ଧ ଭାବରେ ଜିଲ୍ଲାପାଳଙ୍କ ହାତରେ ଠୁଳ କରଯାଇଛି ।
ପୂର୍ବରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, କିଣାବିକା ତଥା ଜଙ୍ଗଲ ବାହାରକୁ ନେବାର ଅଧିକାର ଓ ନିଷ୍ପତ୍ତି ଗ୍ରାମସଭା ନେଉଥିଲା । ଏଥିପାଇଁ “ଟ୍ରାନଜିଟ୍ ପରମିଟ’ ମଧ୍ୟ ଗ୍ରାମସଭା ଦେଉଥିଲା । ଏବେ ଆଉ ସେସବୁ ରହିବ ନାହିଁ । ଏହା ସହିତ ୧୯୯୬ ଅନୁଯାୟୀ ପଞ୍ଚାୟତ ବ୍ୟବସ୍ଥାକୁ ଅନୁସୁଚିତ ଅଞ୍ଚଳକୁ ସଂପ୍ରସାରଣ କରିଛି ।

ଏହା ସହିତ ମନ୍ତ୍ରଣାଳୟ୧୯୭୨ ଭାରତୀୟ ଜଙ୍ଗଲ ଆଇନର ସଂଶୋଧନ ଚିଠାରେ ଏକ ଅତିରିକ୍ତ ଟିକସ ବା ଶୁଳ୍କର ପ୍ରସ୍ତାବ ମଧ୍ୟ ରହିଛି । ଏହି ଅତିରିକ୍ତ ଶୁଳ୍କ ବା ଟିକସ ସମଗ୍ର ଜଙ୍ଗଲ ଓ ଲଘୁ ବନଜାତ ଦ୍ରବ୍ୟ ଓ ସାମଗ୍ରୀରେ ଲାଗୁ କରାଯିବ । ଏହି ପ୍ରସ୍ତାବିତ ଜଙ୍ଗଲ ଆଇନ କିମ୍ବା ଅନ୍ୟାନ୍ୟ ଆଇନରେ ଯାହାକିଛି ବ୍ୟବସ୍ଥା ଥାଉନା କାହିଁକି ରାଜ୍ୟ ସରକାର ଏକ ବାଧ୍ୟତାମୂଳକ ଅତିରିକ୍ତ ଟିକସ ଲାଗୁ କରିପାରିବେ ବୋଲି ସଂଶୋଧିତ ଚିଠାରେ ଏହା ଧାର୍ଯ୍ୟ କରାଯାଇଛି।

ଅବଶ୍ୟ ଜଙ୍ଗଲରୁ ଅପସାରଣ କରାଯାଉଥିବା ଖଣିଜ ଦ୍ରବ୍ୟ ତଥା ଜଳସେଚନ ଓ ଶିଳ୍ପପାଇଁ ବ୍ୟବହୃତ କଳର ଧାର୍ଯ୍ୟମୂଲ୍ୟଠାରୁ ଏହି ଅତିରିକ୍ତ ବାଧ୍ୟତାମୂଳକ ଶୁଳ୍କ ବା ଟିକସ ୧୦ ପ୍ରତିଶତରୁ ଅଧିକ ହେବ ନାହିଁ । ଆଦାୟ ହେଉଥିବାଏହି ଟିକସ ବା ଶୁଳ୍କ ଏକ ସ୍ୱତନ୍ତ୍ର ପାଣ୍ଠିରେ ରଖାଯାଇ ଜଙ୍ଗଲ ବନୀକରଣ ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲର ଅନ୍ୟାନ୍ୟ ଉନ୍ନତି କରଣ କାର୍ଯ୍ୟରେ ଲାଗିବାର ପ୍ରସ୍ତାବ ରହିଛି ।

ଯୋଜନା କମିଶନ (କେନ୍ଦ୍ର ସରକାରଙ୍କ) ତଥ୍ୟ ଅନୁଯାୟୀ ଜନଜାତି ଓ ପାରମ୍ପରିକ ବନବାସୀମାନେ ସେମାନଙ୍କର ସ୍ଥାନୀୟ ଜଙ୍ଗଲରୁ ୨୦ ରୁ ୪୦ ପ୍ରତିଶତ ବାର୍ଷିକ ଆୟ ଉପାର୍ଜନ କରିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଆଦିବାସୀ ଜନଜାତି ଓ ପାରମ୍ପରିକ ବନବାସୀମାନେ ସେମାନଙ୍କର ଖାଦ୍ୟ, ବାସସ୍ଥାନ, ନିଯୁକ୍ତି ଓ ରୋଜଗାର ସହ କେତେକ ରୋଗର ଚିକିତ୍ସାପାଇଁ ଜଙ୍ଗଲ ଫୁଲ, ଫଳ, ବୃକ୍ଷଲତା ଏବଂ ଚେରମୂଳି ଏବଂ ପଶୁପାଳନ ପାଇଁ ସଂପୂର୍ଣ୍ଣ ଜଙ୍ଗଲ ଉପରେ ନିର୍ଭରଶୀଳ ଅଟନ୍ତି ।

କିନ୍ତୁ ଏବେ ଯେଉଁ ଚିଠା ଆଇନ ପ୍ରସ୍ତୁତ ହୋଇଛି ତାହା ଏକ ସ୍ୱେଚ୍ଛାଚାରୀ ଜଙ୍ଗଲ ପରିଚାଳନା ନୀତି ଅଟେ ଏବଂ ଏହି ଦଲିଲ ବା ଚିଠା ଆଦିବାସୀ ଜନଜାତିଙ୍କ କଲ୍ୟାଣକାରୀ ଗଣତାନ୍ତ୍ରିକ ଜଙ୍ଗଲ ପରିଚାଳନା ଆଇନ ନୁହେଁ।
ଏବେ ଆମେ ଦେଖିବା ଯେ ଉଚ୍ଚତମ ନ୍ୟାୟାଳୟଙ୍କ ପ୍ରଥମିକ ରାୟ କିପରି ଜଙ୍ଗଲ ଅଧିକାର ଆଇନ୍ର ମୂଳଭାବନାର ବିରୁଦ୍ଧାଚରଣ କରିବା ସହ ଗଣତାନ୍ତ୍ରିକ ଶାସନ ଏବଂ ପ୍ରାକୃତିକ ନ୍ୟାୟର ମୌଳିକ ନୀତିଗୁଡିକର ବିରୁଦ୍ଧାଚରଣ ମଧ୍ୟ କରୁଛି ।

୨୦୦୮ ମସିହାରେ ୱାଇଲ୍ଡ ଲାଇଫ୍ ଫାଷ୍ଟ୍ ଓ ଅନ୍ୟମାନଙ୍କ ଦ୍ୱାରା ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକ ବୈଧତାକୁ ପ୍ରଶ୍ନ କରି ଦାୟର କରାଯାଇଥିବା ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାର ବିଚାର କରିବା ଅବସରରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ଏହି ମୋକଦ୍ଦମାରେ ଆଇନରେ ଉଲ୍ଲେଖ କରାଯାଇଥିବା ‘ଅନ୍ୟମାନେ’ ସଂଜ୍ଞା ପରିଧି ଭିତରେ କେଉଁ କେଉଁମାନେ ଅନ୍ତର୍ଭୁକ୍ତ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆବେଦନକାରୀମାନେ ଯୁକ୍ତି ଦର୍ଶାଇଥିଲେ ଯେ ଆଇନରେ “ଅନ୍ୟମାନେ’ ଶଦ୍ଦକୁ ନେଇ ସଂଜ୍ଞାଗତ ସ୍ପଷ୍ଟତାର ଅଭାବର ସୁଯୋଗ ନେଇ ଜଙ୍ଗଲରେ ବ୍ୟାପକ ଜବରଦଖଲ ହୋଇଛି । ଆବେଦନକାରୀ ମାନେ ଏକଥା ମଧ୍ୟ ଦାବୀ କରିଛନ୍ତି ଯେ ଏହି ଆଇନ୍ ଯୋଗୁଁ ଜଙ୍ଗଲଗୁଡିକ ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଯାଇଛି । ସଂକ୍ଷେପରେ କହିବାକୁ ଗଲେ, ଏହି ମୋକଦ୍ଦମାର ତିନୋଟି ମୁଖ୍ୟ ଦିଗ ରହିଛି ଯଥା – (୧)ସାମ୍ବିଧାନିକ ବୈଧତା, (୨) “ଅନ୍ୟମାନେ’ ର ସଂଜ୍ଞା ଏବଂ (୩) ଜଙ୍ଗଲ କ୍ଷୟ । ଏହି ପୃଷ୍ଠଭୂମିରେ ଆମକୁ ବୁଝିବାକୁ ହେବ ଯେ ସୁପ୍ରିମକୋର୍ଟ ଏହି ସମସ୍ୟାଗୁଡିକର ସମାଧାନ କରିଛନ୍ତି ନାଁ ନାହିଁ ।

କିନ୍ତୁ ଏକଥା ବୁଝାଯିବା ଆବଶ୍ୟକ ଯେ ଜଙ୍ଗଲ ଅଧିକାର ଆଇନ୍ (ଏଫ୍.ଆର୍.ଏ)ର ରୂପାୟନ ସକାଶେ ନୋଡାଲ ଏଜେନ୍ସି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ; ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନୁହେଁ । ଆଲୋଚ୍ୟ ମୋକଦ୍ଦମାରେ ଆବେଦନକାରୀମାନେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ମୁଖ୍ୟ ପ୍ରତିପକ୍ଷ ରୂପେ ଉଲ୍ଲେଖ କରିଛନ୍ତି । ଏହା ଏକ ତ୍ରୁଟି । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଯେ ନ୍ୟାୟାଳୟ ତଥା ଆବେଦନକାରୀ, ଏପରିକି ପରିବେଶ ମନ୍ତ୍ରଣାଳୟ ମଧ୍ୟ ଏହି ତ୍ରୁଟିକୁ ଚିହ୍ନଟ କରି ଏହାକୁ ଲୋକ ଲୋଚନକୁ ଆଣି ନାହାନ୍ତି । ଏହା କରାଯାଇଥିଲେ ଆଇନର ପ୍ରକ୍ରିୟା ଅନୁଯାୟୀ ଏହି ମୋକଦ୍ଦମାର ଶୁଣାଣି ସୂଚାରୁ ରୂପେ ହୋଇ ପାରିଥାଆନ୍ତି ।

ଉଭୟ ସରକାରୀ ଓ ଅମଲାତନ୍ତ୍ର କଳ ଏବଂ ଆଦିବାସୀ ଓ ବନବାସୀମାନଙ୍କ ଅଧିକାର ପ୍ରତି ବିଭିନ୍ନ ମନ୍ତ୍ରଣାଳୟର ସମ୍ବେଦନଶୀଳତାର ଅଭାବ ଏପରି ଏକ ପରିସ୍ଥିତି ସୃଷ୍ଟି କରୁଛି । ଏ ଭିତରେ ପ୍ରଶ୍ନ ଉଠୁଛି – ଯେତେବେଳେ କେବଳ ଆଇନର ବୈଧତା ସମ୍ପର୍କରେ ବିଚାର ପାଇଁ ବିଷୟ ଥିଲା ସେହି ପରିସ୍ଥିତିରେ ଏହି ମୋକଦ୍ଦମାର ଶୁଣାଣୀ ପାଇଁ ଏକ ଦଶନ୍ଧିରୁ ଅଧିକ ସମୟ ଲାଗିଲା କାହିଁକି?

ସୁପ୍ରିମକୋର୍ଟ ତାଙ୍କ ରାୟରେ ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକ ବୈଧତା,”ଅନ୍ୟ’ ବନବାସୀମାନଙ୍କର ସଂଜ୍ଞା ଏବଂ ଜଙ୍ଗଲ କ୍ଷୟ ସଂପର୍କରେ କିଛି ହେଲେ ଉଲ୍ଲେଖ କରିନାହାନ୍ତି । ଆବେଦନକାରମାନେ ଉତ୍‍ଥ।।ପନ କରିଥିବା ସମସ୍ୟାଗୁଡିକୁ ଟିକିନିଖି ଭାବେ ନ’ବୁଝି ନ୍ୟାୟାଳୟ ସିଧାସଳଖ ସେହି ଲୋକମାନଙ୍କର ଉଚ୍ଛେଦ ପାଇଁ ରାୟ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏହାଦ୍ୱାରା ସେମାନଙ୍କ ଦାବୀ ପ୍ରତ୍ୟାଖ୍ୟାତ ହୋଇଯାଇଛି । ଏପରି ଏକ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ନ୍ୟାୟିକ ବିକଳ୍ପ ସମ୍ଭାବନା ସଂପର୍କରେ ମଧ୍ୟ ବିଚାର କରିନାହିଁ । ଏହାଦ୍ୱାରା ଯେଉଁମାନଙ୍କର ଦାବୀ ଆଗ୍ରହ୍ୟ ହୋଇଯାଇଛି ସେମାନଙ୍କୁ “ଜବରଦଖଲ କାରୀ’ ରୂପେ ବିବେଚନା କରାଯାଇଛି ।

ଆମେ ଯଦି ଆଇନକୁ ଭଲଭାବରେ ତର୍ଜ୍ଜମା କରିବା ତେବେ ଏକଥା ସ୍ପଷ୍ଟ ହୋଇଯିବ ଯେ ଜଙ୍ଗଲ ଅଞ୍ଚଳରେ ଲୋକମାନଙ୍କୁ ଉଚ୍ଛେଦ କରିବା ଅଦାଲତଙ୍କ ଆଇନଗତ ପରିସୀମା ବାହାରେ । ମାନ୍ୟବର ନ୍ୟାୟାଳୟ ପୁନଶ୍ଚ ନିର୍ଦ୍ଦେଶ ଦେଇଛନ୍ତି ଯେ “”ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଉପଗ୍ରହ ଜରିଆରେ ସର୍ଭେ କରନ୍ତୁ ଏବଂ ଯେଉଁ ଯେଉଁ ଅଞ୍ଚଳଗୁଡିକରେ ଜବରଦଖଲ ହୋଇଛି ସେଗୁଡିକୁ ଚିହ୍ନଟ କରନ୍ତୁ ଏବଂ ଜବରଦଖଲକାରୀ ମାନଙ୍କୁ ଉଚ୍ଛେଦ କରାଯିବା ପରର ସ୍ଥିତି ଯେତେଦୂର ସମ୍ଭବ ଚିହ୍ନିତ କରନ୍ତୁ ।” ତେବେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି କୋର୍ଟ କାହିଁକି ଆବେଦନରେ ଉଠାଯାଇଥିବା ପ୍ରସଙ୍ଗଗୁଡିକର ବିଚାର କରିନାହାଁନ୍ତି? ଯେହେତୁ ଏହି ପ୍ରସଙ୍ଗଗୁଡିକର ସମାଧାନ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ମନ୍ତ୍ରଣାଳୟ ସହ ମିଶି କରିବାକୁ ପଡିବ, ଏହା ଉତ୍ତରକୁ ଏଡାଇ ଦିଆଯାଉଛି ।

ଆଗକୁ ବାଟ

ସମ୍ପୃକ୍ତ ଜଙ୍ଗଲ ଅଧିକାରକୁ ସୁପ୍ରିମ କୋର୍ଟଙ୍କ ଉଚ୍ଛେଦ କରିବା ପାଇଁ ରାୟ ବଳପୂର୍ବକ ଉଚ୍ଛେଦର ପରିଭାଷା ଭିତରେ ଆସୁଛି । ମିଳିତ ଜାତିସଂଘର ଅର୍ଥନୀତିକ, ସାମାଜିକ ଏବଂ ସାଂସ୍କୃତିକ ଅଧିକାର ସଂପର୍କିତ କମିଟି ବଳପୂର୍ବକ ଉଚ୍ଛେଦକୁ “”ବ୍ୟକ୍ତିବିଶେଷ, ପରିବାର ବା ଗୋଷ୍ଠୀଙ୍କ ଇଚ୍ଛା ବିରୁଦ୍ଧରେ ସେମାନଙ୍କୁ ସ୍ଥାୟୀ ଭାବରେ କିମ୍ବା ଅସ୍ଥାୟୀ ଭାବରେ ରହିବାର କୌଣସି ବିକଳ୍ପ ବ୍ୟବସ୍ଥା ନକରି କିମ୍ବା ଘର ବା ଜମିରୁ ଉଚ୍ଛେଦ କରିବା’ ସଂଜ୍ଞା ନିରୂପଣ କରିଛି ।

ବର୍ତ୍ତମାନର ପରିସ୍ଥିତିରେ ଦୁଇଟି ସମ୍ଭାବନା ରହିଛି । ପ୍ରଥମେ ରାଜ୍ୟ ସରକାରମାନଙ୍କୁ ଖାରଜ ହୋଇଯାଇଥିବା ଆବେଦନଗୁଡିକର ସମୀକ୍ଷା ସୁଯୋଗ । ଏହା ପ୍ରାକୃତିକ ନ୍ୟାୟର ପରିସୀମା ମଧ୍ୟରେ ଆସୁଛି । ଦ୍ୱିତୀୟଟି ହେଲା ଯେ ଯଦି ସୁପ୍ରିମକୋର୍ଟ ଜଙ୍ଗଲ ସର୍ବେକ୍ଷଣ ବିଭାଗର ଉପଗ୍ରହ ସର୍ବେକ୍ଷଣ ଦ୍ୱାରା ସନ୍ତୁଷ୍ଟ, ତେବେ ଜଙ୍ଗଲରୁ ବିସ୍ଥାପିତ ଲୋକମାନଙ୍କର ଥଇଥାନ ତଥା ପୁନର୍ବାସ ସକାଶେ ଉପଯୁକ୍ତ ନୀତି ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେବେ ।

ଏପରି କରିବାବେଳେ ସୁପ୍ରିମକୋର୍ଟ ଏକଥା ମଧ୍ୟ ନିଶ୍ଚିତ କରିବା ଆବଶ୍ୟକ ଯେପରି ରାଷ୍ଟ୍ରର କିମ୍ବା ବିଧେୟକଙ୍କ କ୍ଷମତାରେ ହସ୍ତକ୍ଷେପ କରିବହେବ ନାହିଁ କି’ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାରେ କ୍ଷମତା ବିଭାଜନର ବିରୁଦ୍ଧାଚରଣ ଘଟିବ ନାହିଁ । ଏସବୁ ପଦକ୍ଷେପମାନ ଗ୍ରହଣ ନ’କରି ରାଜ୍ୟ ସରକାରମାନଙ୍କୁ କେବଳ ନ୍ୟାୟାଳୟର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ କୁହାଯିବା ଦ୍ୱାରା ସମଗ୍ର ଦେଶରେ ବ୍ୟାପକ ଗଣ ଆନ୍ଦୋଳନର ସମ୍ଭବାନାକୁ ଏଡ଼ାଇ ଦେଇହେବ ନାହିଁ ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ