ଭୁବନେଶ୍ଵର କରୋନା ମୁକ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵର ମହାନଗର ନିଗମରେ ଏବେ କୌଣସି କରୋନା ରୋଜୀ ନାହାନ୍ତି ବୋଲି ସରକାର ଜଣାଇଛନ୍ତି। ବିଏମ୍‌ସି ପକ୍ଷରୁ ଏନେଇ ଭୁବନେଶ୍ଵରବାସୀଙ୍କୁ କୃତଜ୍ଞତା ଜଣାଯିବା ସହ ଆସନ୍ତା ଦିନମାନଙ୍କରେ କରୋନା ଭୁତାଣୁ ରୋଗ ବିରୁଦ୍ଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି। ସୋଶାଲ୍‌ ଡିଷ୍ଟାନ୍ସଂ, ହ୍ୟାଣ୍ଡ ସ୍ୟାନିଟାଇଜେସନ୍‌, ମାସ୍କ ପିନ୍ଧି ଜନସାଧାରଣ କରୋନା ଭୁତାଣୁ ସହ ଲଢ଼ିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ସକାରେ ରାଜ୍ୟର  ଜଗତସିଂହପୁର ଏବଂ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ସବସ୍ତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଦର୍ଶାଯାଇଥିଲା। କିନ୍ତୁ ସନ୍ଧ୍ୟାବେଳେ ଏକା ସଙ୍ଗେ ୨୦ କରୋନା ପଜିଟିଭ୍‌ଙ୍କୁ କ୍ଵାରେଣ୍ଟୀନ୍‌ କେନ୍ଦ୍ରରୁ ଚିହ୍ନଟ କରାଯାଇଥିବା ଜଗତସିଂହପୁର ଜିଲ୍ଲାପାଳ ଦର୍ଶାଇଥିଲେ।

ରାଜ୍ୟରେ ଭୁବନେଶ୍ଵର ଦିନେ କରୋନା ଭୁତାଣୁ ପାଇଁ ରାଜ୍ୟରେ ଆତଙ୍କର ସହର ପାଲଟିଥିଲା। ହଟ୍‌ ଜୋନ୍‌ରେ ପରିଣତ ହୋଇଥିଲା। ବିଏମ୍‌ସିର ୫ଟି ନିର୍ଦିଷ୍ଟ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇ କରୋନା ସହ ଲଢ଼ଇେ ଆରମ୍ଭ କରାଯାଇଥିଲା। ବାସ୍ତବରେ କହିବାକୁ ଗଲେ ଏଠାରେ ପ୍ରଶାସନ କରୋନା ବିପକ୍ଷରେ ଲଢ଼େଇଲାଗି ଅଭ୍ୟାସ ଏକ ଭଲ ସୁଯୋଗ ପାଇଥିଲା। ବମିଖାଲ, ସୂର୍ଯ୍ୟନଗର, ଶହୀଦ ନଗର, କପିଳପ୍ରସାଦ ଏବଂ ଯଦୁପୁର ଅଞ୍ଚଳକୁ ଏକଦା ଅବରୋଧ ଜୋନ୍‌ ଭାବେ ଘୋଷଣା କରାଯାଇ କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ସମସ୍ତ ପ୍ରୋଟୋକଲ୍‌କୁ ପାଳନ କରାଯାଇଥିଲା।

ଏବେ ଭୁବନେଶ୍ଵର କରୋନା ମୁକ୍ତ ହେବା ଦ୍ଵାରା ରାଜଧାନୀବାସୀଙ୍କ ମନରେ ସମ୍ଭାବନା ଦେଖାଦେଇଛି। ଜୀବନଯାତ୍ରା କିଛି ସାମାଜିକ ନିୟମକୁ ମାନିବା ବ୍ୟତୀତ ସ୍ଵଭାବିକ ହେବାରେ ଲାଗିଛି। ସହରରର ବିଭିନ୍ନ ସ୍ଥାନରେ ଲଗାଯାିଥିବା ବାରିକେଡ୍‌ ଡଠାଇ ଦିଆଯାଇଛି। ଦିନବେଳେ ଟ୍ରାଫିକ୍‌ ବ୍ୟବସ୍ଥା ପୁଣି ଚଳଚଞ୍ଚଳ ହୋଇ ଉଠିଥିବା ପରିଲକ୍ଷିତ ହୋଇଛି।

Leave a Reply

Your email address will not be published.